Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବକ୍ସି ଜଗବନ୍ଧୁଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ
ଆଜିର ଖବର

ବକ୍ସି ଜଗବନ୍ଧୁଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

January 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ସ୍ଥାନୀୟ ଜୟୀରାଜଗୁରୁ ଭବନ ପରିସରରେ ପାଳିତ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିଥିଲେ।

ଏହି ମହାର୍ଘ୍ୟ ସମାରୋହରେ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ପୌର ପରିଷଦ ଖୋର୍ଦ୍ଧା ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦୀପ୍ତି ରଂଜନ ସେଠୀ ପ୍ରମୁଖ ଯୋଗଦେଇ ବକ୍ସି ଜଗଵନ୍ଧୁଙ୍କ ବୀରତ୍ୱ ଗାଥା ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ବକ୍ତା ଭାଵେ ସ୍ତମ୍ବକାର ଉମାଶଙ୍କର ପ୍ରସାଦ କହିଥିଲେ ଖୋର୍ଦ୍ଧା ମାଟି ବକ୍ସିଙ୍କର ଅଦମ୍ୟ ସାହସ ତଥା ବଳିଷ୍ଠ ପରାକାଷ୍ଠା ଯୋଗୁଁ ଗର୍ବିତ। ତାଙ୍କର ଇଂଗ୍ରେଜ ମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ ଯାହା ଇଂଗ୍ରେଜ ମାନଙ୍କର ନିଦ ହଜାଇଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳ ସଚିବ ଯୋଗଦେଇ କହିଲେ ଏହା କେବଳ ପାଇକ ବିଦ୍ରୋହ ନୁହେଁ ବରଂ ଏକ ଗଣ ଆନ୍ଦୋଳନ ଏହାଥିଲା। ଇଂରେଜ ମାନଙ୍କର ଓଡ଼ିଆ ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଏକଚାଟିଆ ଲୁଣ ବ୍ୟବସାୟ,ଅଭାବ, ଅତ୍ୟାଚାର, ଶୋଷଣ କୁ ପ୍ରତିହିତ କରିବା ପାଇଁ ପାଇକ ଜାତିର ମଉଡ଼ ମଣି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା। ଜିଲ୍ଲାପାଳ ତଥା ସଭାପତି କେ ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ମାଟିର ଐତିହ୍ୟ ତଥା ବୀର ପୁତ୍ର ମାନଙ୍କର କାହାଣୀ ଆମ ମାନଙ୍କୁ ଦେଶ ପ୍ରେମର ଶିକ୍ଷା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ମାନେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ବକ୍ସିଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଚିରସ୍ରୋତା ସାଂସ୍କୃତିକ ଅନୁଷ୍ଠାନ, ଜଟଣୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ସଂସ୍କୃତି ପରିଷଦ ପକ୍ଷରୁ ତିନିଜଣ ପାଇକ ଗୁରୁ କାଶୀନାଥ ନାୟକ, ଗୋପାଲକୃଷ୍ଣ ବିଶ୍ୱାଳ ଓ ଗୁଣନିଧି ସାମନ୍ତସିଂହାର ଙ୍କୁ ସମ୍ମାନିତ କରା ଯାଇଥିଲା।

ଏତଦବ୍ୟତୀତ ମା ଯୋଗମାୟା ପାଇକ ଆଖଡ଼ା, ଜଟଣୀ, ମା ବରୁଣେଇ ପାଇକ ଆଖଡ଼ା, ମା ମଙ୍ଗଳା ପାଇକ ଆଖଡ଼ା ଓ ବିଜେବି ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ ଚିତ୍ତାକର୍ଷକ ପାଇକ କଳା ପଦର୍ଶନ କରାଯାଇଥିଲା।

ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପରିଚାଳନା କରିଥିଲେ।

ଆଜି ସକାଳେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

ଜୟନ୍ତୀ ପାଳିତ
Share. Facebook Twitter LinkedIn Email WhatsApp Copy Link

Related Posts

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026
Latest News

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଚିନ୍ତା ବଢ଼ାଇଲା ଆମେରିକା ଦ୍ଵାରା ପ୍ରକାଶିତ ଭାରତ ମାନଚିତ୍ର: ପାକିସ୍ତାନ ଏବଂ ଚୀନ୍ କୁ ବଡ଼ ଝଟକା

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.