Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ସଂଯୋଜନା କରିଥିଲେ। ଆମ୍ବେଦକର ଜୟନ୍ତୀ ମଧ୍ୟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ସ୍ଥିତ ପଲ୍ଲୀ ସଂସ୍କୃତି କଳା ପରିଷଦରେ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜୟନ୍ତୀ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ପଲ୍ଲୀ ସଂସ୍କୃତି କଳା ପରିଷଦର ସଭାପତି ଦୁଷ୍ମନ୍ତ ହରିଚ଼ନ୍ଦନଙ୍କ ସଭାପତିତ୍ବରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ଵୀରାଜ ହରିଚ଼ନ୍ଦନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅଟଳବିହାରୀ ବାଜପେୟୀଙ୍କ ସାମଗ୍ରିକ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଗୋଲକ ବିହାରୀ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସାମନ୍ତରାୟ, ରମେଶ ଚ଼ନ୍ଦ୍ର ସମନ୍ତସିଂହାର, ବିକାଶ ଚନ୍ଦ୍ର ପ୍ରଧାନ, ମନୋଜ ପ୍ରଧାନ, ଶରତ ଚନ୍ଦ୍ର ଛାଟୋଇ, ପ୍ରଭାଶିଷ ପ୍ରଧାନ, ପ୍ରକାଶ ଚନ୍ଦ୍ର ବେହେରା, ସଦାନନ୍ଦ ପାଟ୍ଟଶାଣୀ ଓ ସୁଧାକାର ପ୍ରଧାନ ପ୍ରମୁଖ ଅଟଳବିହାରୀ ବାଜପେୟୀଙ୍କ ଦେଶପ୍ରେମ ଓ ଦେଶ ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋଚ଼ନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଜୟଦେବ ବିହାର ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସଂସଦ, ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ ସଂସଦର ସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ତି୍ରପାଠୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ବିଦ୍ୟାରନିଙ୍କ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବହୁ ବୁଦ୍ଧିଜୀବୀ ଓ ସ୍ମୃତି ସଂସଦର ସମ୍ପାଦକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ପୋଲିସ ପେରେଡ୍ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ୧୧୯ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି।

ପ୍ରଥମେ ପୁର୍ବାହ୍ନ ୫ ଟାରେ ଡ଼ାକବାଜି ଯନ୍ତ୍ର ଦ୍ବାରା ରାମଧୁନ୍ ସଙ୍ଗୀତ ଏକ ଗାଡ଼ି ସହରରେ ପରିକ୍ରମା କରି ପରିବେଷଣ କରାଯାଇଥିଲା। ପରେ ପୋଲିସ ପଡ଼ିଆରେ ଥିବା ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତିରେ ଗଞ୍ଜାମ ଜିଲ୍ଲାପାଳ ଡ଼ଃ ଦିବ୍ୟଜ୍ୟୋତି ପରିଡ଼ା ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଅତିଥି ପରିଚୟ ପ୍ରଦାନ କରି ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଦିଗଦର୍ଶନ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୁର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଏନ୍ ଏ ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଉପାଧ୍ୟକ୍ଷ ଜି ପାପାରାଓ ପ୍ରମୁଖ ଯୋଗ ଦେଇ ଗାନ୍ଧୀଙ୍କ ନିଷ୍ଠା, ବ୍ରିଟିଶ ଶାସନ ବିରୋଧରେ ଶାନ୍ତିପୂର୍ଣ୍ଣ ଓ ଅସହଯୋଗ ଆନ୍ଦୋଳନ ଯୋଗୁଁ ଆଜି ଆମେ ଦେଶବାସୀ ସ୍ବାଧୀନ ଭାରତର ବାସିନ୍ଦା ବୋଲି ଗର୍ବିତ ବୋଲି ଉପସ୍ଥିତ ଶ୍ରୋତା ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ।

ଶେଷରେ ଏନ୍ ଏ ସି ନିର୍ବାହୀ ଅଧିକାରୀ ସମ୍ୱିତ ସଂଗ୍ରାମଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ରେଢାଖୋଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ରେଢାଖୋଲ: “ସୁଚିତ୍ରା” ପତ୍ରିକା ପକ୍ଷରୁ ରେଢାଖୋଲ ଏନ୍ ଏ ସି  କଲ୍ୟାଣ ମଣ୍ଡପରେ ଗଙ୍ଗାଧର ମେହେର ଜୟନ୍ତି କବି ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଜୟନ୍ତି ଉତ୍ସବରେ ରେଢାଖୋଲ ଏନ୍ ଏ ସି ର ଅଧ୍ୟକ୍ଷ ଶିବରାମ ସାହୁ ମୁଖ୍ୟ ଅତିଥି ଭାବରେ, କବି ମାନିନୀ ମିଶ୍ର ଓ ସମାଜସେବୀ ଗୋବିନ୍ଦ ଅଗ୍ରଓାଲା ସମ୍ମାନୀତ ଅତିଥି, ମାଧପୁର ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ଦେବରାଜ ନାଏକ ପ୍ରମୁଖ ଯୋଗେଦେଇ ଗଙ୍ଗାଧର ମେହେରଙ୍କ ଜୀବନୀ ତଥା ତାଙ୍କର କବିତା ସଂପର୍କରେ ଆଲୋଚନା କରିଥିଲେ। ଗଙ୍ଗାଧର ମେହେର ଥିଲେ ଜଣେ ପ୍ରକୃତି କବି ତାଙ୍କ ସାହିତ୍ୟରେ ପଶୁ, ପକ୍ଷୀ, ବୃକ୍ଷଲତା ସ୍ଥାନ ପାଇଛି। ସେ ପ୍ରକୃତିକୁ ବହୁତ ଭଲ ପାଉଥିଲେ ବୋଲି ବକ୍ତାମାନେ କହିଥିଲେ। ଆଗାମୀ ଦିନରେ ରେଢାଖୋଲରେ ମେହେର ଜୟନ୍ତୀ ବହୁ ଆଡମ୍ବର ସହକାରେ ପାଳନ କରାଯିବାକୁ ବକ୍ତା ମାନେ ପ୍ରସ୍ତାବ ଦେଇଥିଲେ। ସାମ୍ବାଦିକ ସୁଶାନ୍ତ ନାଗ ରେଢାଖୋଲରେ ପ୍ରଥମ ଥର ପାଇଁ ସୁଚିତ୍ରା ପତ୍ରିକା ତରଫରୁ ମେହେର ଜୟନ୍ତୀ ପାଳନ କରିଥିବା ତଥା ଆଗାମୀ ଦିନରେ ଏହି ଜୟନ୍ତି ଉତ୍ସବ ଜାକଜମକରେ କରାଯିବାକୁ ମତ ରଖିଥିଲେ।

ଏହି ଉତ୍ସବରେ ପତ୍ରିକାର ମୁଖ୍ୟ ସଂପାଦକ ସଂଗ୍ରାମ କେଶରୀ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପତ୍ରିକାର ସଂପାଦକ କନ୍ଦର୍ପ ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ରେଢାଖୋଲ ମାଟିର କବି କାଳିଆ ସାହୁଙ୍କ କବିତା ପୁସ୍ତକ “ବହି ମୋହର ସାଥୀ”  ଏବଂ ଅନୁଗୋଳ ରୁ ଆସିଥିବା କବି ସର୍ବେଶ୍ୱର ବେହେରାଙ୍କ କବିତା ପୁସ୍ତକ “ଶୂନ୍ୟସୁଧା” ଅତିଥିମାନଙ୍କ ଦ୍ୱାରା ଉନ୍ମୋତିତ ହୋଇଥିଲା। ସରସ୍ୱତୀ ଶିଶୁ ମନ୍ଦିର, ଶୁଣ୍ଢିମୁଣ୍ଡାର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ କବି ଅଚ୍ୟୁତାନନ୍ଦ ବିଶ୍ୱାଳ, କବି ଗୀତାରାଣୀ ସାହୁ, ସର୍ବେଶ୍ୱର ବେହେରା  ରମେଶ ମେହେର ପ୍ରମୁଖ କବିତା ପାଠ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତାକୁ ଛାତ୍ରୀମାନେ ପାଠ କରିଥିଲେ।

ଶେଷରେ ସଂପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୁପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି।

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରବୀର ମହାନ୍ତି, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, କବିତା ନାୟକ, ସ୍ମୃତିରେଖା ପ୍ରତିହାରୀ, ଜୟଗୁରୁ ପ୍ରଧାନ, ଜ୍ୟୋତିରାଣୀ ନାୟକ ଓ ନୀଳିମା ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ସଂଯୁକ୍ତା ପାଣିଗ୍ରାହୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷା କରି ନିଜ ନୃତ୍ୟ ପ୍ରତିଭା ବଳରେ ସେ ଓଡିଶୀ ନୃତ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପରିବେଷଣ କରି ଲୋକପ୍ରିୟ କରିପାରିଥିଲେ ବୋଲି କହିଥିଲେ। ଏଥିପାଇଁ ସେ ବହୁତ ସମ୍ନାନର ଅଧିକାରୀ ହୋଇଥିଲେ। ଓଡିଶୀ ନୃତ୍ୟ ଓ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବାବେଳେ ଓଡିଶୀ ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବା ଆବଶ୍ୟକ ବୋଲି ମତଦେଇ ଅତିଥି ମାନେ ଭକ୍ତିପୂତ ସମ୍ମାନ ଜଣାଇଥିଲେ।

ବିଭାଗୀୟ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଓଡିଶା ପ୍ରତ୍ନତତ୍ତ୍ୱ ସଂସ୍ଥାର ଅଧିକ୍ଷକ ଅଶ୍ୱିନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କବି ଗଙ୍ଗାଧରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

‘ପ୍ରତିକୁଳ ପରିବେଶରେ କବି ଗଙ୍ଗାଧରଙ୍କ ପ୍ରତିଭାର ସ୍ଫୁରଣ ଯେପରି ଘଟିଥିଲା, ତାଙ୍କର ଆଦର୍ଶକୁ ଅନୁକରଣ କରି ଓଡ଼ିଆ ଭାଷା , ଜାତିର ସ୍ୱାଭିମାନ ରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ହେଲେ ଏହି ଜୟନ୍ତୀ ପାଳନର ଉଦ୍ଦେଶ୍ୟ ସାଧିତ ହେବ ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ନିଜର ଅଭିଭାଷଣରେ କହିଥିଲେ।’

ବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକା ଓ ଓଡ଼ିଆ ବିଭାଗର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କବି ମେହେରଙ୍କ ଫଟୋଚିତ୍ରରେ ଭକ୍ତିସୁମନ ଅର୍ପଣ କରିଥିଲେ।

ଦଶମ ଶ୍ରେଣୀର ଛାତ୍ରୀ ଖୁସବୁ ସିଂ କବିଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବା
ବେଳେ ସପ୍ତମ ଶ୍ରେଣୀର ଛାତ୍ରୀ ସ୍ୱାତିସ୍ନିଗ୍‌ଧା ନାୟକ କବିଙ୍କ ରଚିତ ‘ବିଶ୍ୱ ଜୀବନ ହେ’
ଗାନ କରିଥିଲେ।

ଚତୁର୍ଥ ଶ୍ରେଣୀର ଛାତ୍ର ପ୍ରୀତିଶ୍ ସୁନ୍ଦର ବେହେରା କବିଙ୍କ ‘କର୍ମଗୁଣ’ କବିତାକୁ ଆବୃତ୍ତି କରିଥିଲେ।

ଓଡ଼ିଆ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବବେଳେ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ ଝରଣା ମିଶ୍ର, କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଶକ୍ତି ପ୍ରସନ୍ନ ମହାନ୍ତି, ବିଜୟ କୁମାର ପଣ୍ଡା, ସନ୍ତୋଷ କୁମାର କର, ଅଶୋକ କୁମାର ଗୁଇଁଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବକ୍ସି ଜଗବନ୍ଧୁଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ସ୍ଥାନୀୟ ଜୟୀରାଜଗୁରୁ ଭବନ ପରିସରରେ ପାଳିତ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିଥିଲେ।

ଏହି ମହାର୍ଘ୍ୟ ସମାରୋହରେ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ପୌର ପରିଷଦ ଖୋର୍ଦ୍ଧା ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦୀପ୍ତି ରଂଜନ ସେଠୀ ପ୍ରମୁଖ ଯୋଗଦେଇ ବକ୍ସି ଜଗଵନ୍ଧୁଙ୍କ ବୀରତ୍ୱ ଗାଥା ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ବକ୍ତା ଭାଵେ ସ୍ତମ୍ବକାର ଉମାଶଙ୍କର ପ୍ରସାଦ କହିଥିଲେ ଖୋର୍ଦ୍ଧା ମାଟି ବକ୍ସିଙ୍କର ଅଦମ୍ୟ ସାହସ ତଥା ବଳିଷ୍ଠ ପରାକାଷ୍ଠା ଯୋଗୁଁ ଗର୍ବିତ। ତାଙ୍କର ଇଂଗ୍ରେଜ ମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ ଯାହା ଇଂଗ୍ରେଜ ମାନଙ୍କର ନିଦ ହଜାଇଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳ ସଚିବ ଯୋଗଦେଇ କହିଲେ ଏହା କେବଳ ପାଇକ ବିଦ୍ରୋହ ନୁହେଁ ବରଂ ଏକ ଗଣ ଆନ୍ଦୋଳନ ଏହାଥିଲା। ଇଂରେଜ ମାନଙ୍କର ଓଡ଼ିଆ ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଏକଚାଟିଆ ଲୁଣ ବ୍ୟବସାୟ,ଅଭାବ, ଅତ୍ୟାଚାର, ଶୋଷଣ କୁ ପ୍ରତିହିତ କରିବା ପାଇଁ ପାଇକ ଜାତିର ମଉଡ଼ ମଣି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା। ଜିଲ୍ଲାପାଳ ତଥା ସଭାପତି କେ ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ମାଟିର ଐତିହ୍ୟ ତଥା ବୀର ପୁତ୍ର ମାନଙ୍କର କାହାଣୀ ଆମ ମାନଙ୍କୁ ଦେଶ ପ୍ରେମର ଶିକ୍ଷା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ମାନେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ବକ୍ସିଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଚିରସ୍ରୋତା ସାଂସ୍କୃତିକ ଅନୁଷ୍ଠାନ, ଜଟଣୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ସଂସ୍କୃତି ପରିଷଦ ପକ୍ଷରୁ ତିନିଜଣ ପାଇକ ଗୁରୁ କାଶୀନାଥ ନାୟକ, ଗୋପାଲକୃଷ୍ଣ ବିଶ୍ୱାଳ ଓ ଗୁଣନିଧି ସାମନ୍ତସିଂହାର ଙ୍କୁ ସମ୍ମାନିତ କରା ଯାଇଥିଲା।

ଏତଦବ୍ୟତୀତ ମା ଯୋଗମାୟା ପାଇକ ଆଖଡ଼ା, ଜଟଣୀ, ମା ବରୁଣେଇ ପାଇକ ଆଖଡ଼ା, ମା ମଙ୍ଗଳା ପାଇକ ଆଖଡ଼ା ଓ ବିଜେବି ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ ଚିତ୍ତାକର୍ଷକ ପାଇକ କଳା ପଦର୍ଶନ କରାଯାଇଥିଲା।

ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପରିଚାଳନା କରିଥିଲେ।

ଆଜି ସକାଳେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ: ବକ୍ତୃତା ପ୍ରତିଯୋଗିତାରେ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଥମ

ଖୋର୍ଦ୍ଧା: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଟାଉନହଲ ଠାରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଉଭୟ ମହାପୁରୁଷଙ୍କ ଦେଶପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ। ଗାନ୍ଧିଜୀ ଚିର ସ୍ମରଣୀୟ ଓ ତାଙ୍କ ବାଣୀ ସାମ୍ପ୍ରତିକ ସମାଜରେ ପ୍ରାସଙ୍ଗିକ ହୋଇ ରହିଛି। ମହାତ୍ମାଙ୍କ ମାର୍ଗରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପାଢୀ ପରାମର୍ଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଖୋରଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳସଚିବ ପ୍ରଫେସର ନାରାୟଣ ରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ବ, ଜୀବନ ଶୈଳୀ ଉପରେ ଉଲ୍ଲେଖ କରିଥିଲେ। ଭାରତ ସ୍ବାଧୀନତାରେ ଅହିଂସା ରୂପକ ଅମୋଘ ଅସ୍ତ୍ରର ବ୍ୟାପକତା, ଧର୍ମୀୟ ସଦଭାବନା ଉପରେ ଗୁରୁତ୍ଵାରୋପ କରିଥିଲେ।

ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର କୁମାରୀ ଦିପ୍ତିମୟୀ ପ୍ରତିହାରୀ ପ୍ରଥମ, କୁମାରୀ ଇତିଶ୍ରୀ ସେଠୀ ଦ୍ବିତୀୟ, ରୁଦ୍ରାଭିଶେକ ମାନ୍ଧାତା ତୃତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କୁମାରୀ ମାମାଲି ପ୍ରଧାନ ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧାର ଛାତ୍ରୀ କୁମାରୀ ପୂରବୀ ପ୍ରିୟଦର୍ଶିନୀ ଦ୍ବିତୀୟ, ଏମ୍ ବି ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦକା ଛାତ୍ରୀ କୁମାରୀ ଶୁଭଲକ୍ଷ୍ମୀ ସ୍ବାଇଁ ତୃତୀୟ ସ୍ଥାନ ଅକ୍ତିଆର କରିଥିବାରୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଗାନ୍ଧୀ ଭଜନ ପରିବେଷଣର ଆୟୋଜନ କରାଯାଇଥିଲା।

ଆଜି ସକାଳ ସମୟରେ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସନାତନ ମିଶ୍ର, ସିମୟ କୁମାର ଦାସ, ମହମ୍ମଦ କଲ୍ଲିମୁଦ୍ଦିନ ଶାହା ବିଭିନ୍ନ ପବିତ୍ର ଧର୍ମଗନ୍ଥ ପଠନ କରିଥିଲେ। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଧ୍ୟାପକ ପ୍ରଣବ କିଶୋର ମହାନ୍ତି, ଅଧ୍ୟାପକ ସୁବୋଧ କୁମାର ଜଗଦେବ, ସୁକୁମାର ପଟ୍ଟନାୟକ, କ୍ରୀଡା ଶିକ୍ଷକ ଏସ୍ କେ. ସିରାଜ, ଏନସିସି ଅଧିକାରୀ ଜିତେନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ରେକର୍ଡ ମାଧ୍ୟମରେ ସହରରେ ରାମଧୂନ ପରିବେଷଣ କରାଯାଇଥିଲ।। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଶାନ୍ତି ଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୮ତମ ଜୟନ୍ତୀ ଉପଲକ୍ଷେ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା।
ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ପୂଣ୍ୟାତ୍ମା ହରିହରଙ୍କ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତିଲତା ପାଲ ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ‘ଆସ ଭଲ ମଣିଷ ହେବା’ ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏବଂ କର୍ତ୍ତବ୍ୟନୀଷ୍ଠ, ଚରିତ୍ରବାନ ହେବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ ବକୁଳ ବନବିଦ୍ୟାଳୟ ସମାଜ ଗଠନରେ ଏକ ମୁକସାକ୍ଷୀ।

ଗୁରୁକୂଳ ପରମ୍ପରା ଛାତ୍ରଛାତ୍ରୀମାନଙ୍କୁ ସଂସ୍କାର ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେଣୁ ଆଚାର୍ଯ୍ୟ ଚିର ନମସ୍ୟ ଥିଲେ। ଅଧ୍ୟାପକ ସୁଗମ ରାଉତ ଆଧୁନିକ ଶିକ୍ଷା ବ୍ୟବସ୍ଥା ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିନଥାଏ। ଗୁରୁକୂଳମାନେ ହରିହରଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରିଥିଲେ।

ପରିଶେଷରେ କ୍ରୀଡ଼ା ଶିକ୍ଷକ ଶିବ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଧାକାନ୍ତ ଘଡ଼େଇ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ôତଲେ।

Categories
ଆଞ୍ଚଳିକ

ଜନ୍ମମାଟି ବାଣପୁରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ପାଳିତ

ବାଣପୁର: ଆଜି ଓଡ଼ିଶାର ସାରସ୍ଵତ ପ୍ରତିଭା, କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତି ଓ ସମାଜସେବାର ମଙ୍ଗୁଆଳ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୧୩୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ଅନୁପାଳନ ଓ ପୂଜ୍ୟପୂଜାର ପରମ୍ପରାକୁ ଆଖିଆଗରେ ରଖି ଚିଲିକା ସାହିତ୍ୟ ସମାଜ, ଶାଳିଆ ସାଂସ୍କୃତିକ ପରିଷଦ ଓ ନେହେରୁ ସେବାସଙ୍ଘ ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ସଙ୍ଘର କନକ ଭବନ ପରିସରରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଚିଲିକା ସାହିତ୍ୟର ସଭାପତି ଶିକ୍ଷାବିତ ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବରେ ଶୁଶ୍ରୀ ସରୋଜିନୀ ଦାଶ, ସମ୍ମାନୀୟ ଅତିଥି ଗାଳ୍ପିକ ଶିବ ମିଶ୍ର, ମୁଖ୍ୟ ବକ୍ତା ଅଧ୍ୟାପକ ଡ଼ ସତ୍ୟ ସଡଙ୍ଗୀ ଓ ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ଡ଼ କୈଳାସ ଚନ୍ଦ୍ର ମହାରଣା, ମଦନମୋହନ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ରଥ, ଓଁମ ପ୍ରକାଶ ଅଗ୍ରୱାଲ, ଗୋପୀନାଥ ଦାଶ, ଆନନ୍ଦ ଚନ୍ଦ୍ର ସେନାପତି, ବୈରାଗୀ ଚରଣ ବଳ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ପ୍ରିୟଦର୍ଶିନୀ ମହାରଣା, ପ୍ରମୁଖ ଯୋଗ ଦେଇ ପଣ୍ଡିତଙ୍କ ସାହିତ୍ୟ କୃତି ସମ୍ପର୍କରେ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ଥାନୀୟ କବିମାନଙ୍କର ଏକ ମନୋଜ୍ଞ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଲକ୍ଷ୍ମୀଧର ସୁବୁଦ୍ଧି ବିବରଣୀ ପାଠ କରିଥିବା ବେଳେ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ପୂର୍ବାହ୍ନରେ ବଜାର ସ୍ଥିତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ବ୍ଲକ ନନ୍ଦପୁରରେ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକ ନନ୍ଦପୁର ଗ୍ରାମର ମା’ ବରୁଣେଇ ମନ୍ଦିର ପ୍ରାଙ୍ଗଣରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ନେହେରୁ ଯୁବା କେନ୍ଦ୍ର ସଂଗଠନ, ବାଣପୁର ବ୍ଲକ ତରଫରୁ ବରୁଣେଇ ସେବା ସଂଘ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିବୃନ୍ଦ ଗାନ୍ଧିଜୀଙ୍କ ଜୀବନୀ ଆଲୋଚନା କରିଥିଲେ ଏବଂ  ମହାତ୍ମା ଗାନ୍ଧୀଙ୍କ କଥାକୁ ଅନୁସରଣ କରି ସମାଜକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ହେଲେ ଅହିଂସା ଏବଂ ନ୍ୟାୟର ରାସ୍ତାକୁ ଆପଣାଇବା ପାଇଁ ଉପସ୍ଥିତ ଯୁବପିଢିଙ୍କୁ ଅଭିଭାଷଣରେ କହିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନକୁ ନେଇ ସଂଗୀତ ଏବଂ ଭାଷଣ ପ୍ରତିଯୋଗିତା କରାଯାଇଥିଲା। ଶେଷରେ କୃତ୍ତୀ ଛାତ୍ର ଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଶୋର ଚନ୍ଦ୍ର ତ୍ରିପାଠୀ, ମୁଖ୍ୟବକ୍ତା ଲକ୍ଷ୍ମୀଧର ପଣ୍ଡା, ୱାର୍ଡ ସଭାପତି ରମେଶ ଚନ୍ଦ୍ର ପଣ୍ଡା, କ୍ଲବ ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ସଭାପତି ଶକ୍ତିମାନ ପଣ୍ଡା, ନେହେରୁ ଯୁବା କେନ୍ଦ୍ର ସଂଗଠନ ବାଣପୁର ବ୍ଲକ ଜାତୀୟ ଯୁବ ସ୍ଵେଚ୍ଛାସେବୀ ବିରେନ୍ଦ୍ର କୁମାର ବେହେରାଙ୍କ ସମେତ ନିରଞ୍ଜନ ପଣ୍ଡା, ରାଜକିଶୋର ପଣ୍ଡା, ନାରାୟଣ ପଣ୍ଡା, ଶିବା ରାଉତ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଅକ୍ଷୟ ରାଉତ ପ୍ରମୁଖ ସହଯୋଗ କରିଥିଲେ। ପରି ଶେଷରେ ନେହେରୁ ଯୁବା କେନ୍ଦ୍ର ସଂଗଠନ ତରଫରୁ କ୍ଲବକୁ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା।