ବାଣପୁର ବ୍ଲକ ନନ୍ଦପୁରରେ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ପାଳିତ

Published: Oct 2, 2020, 9:24 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକ ନନ୍ଦପୁର ଗ୍ରାମର ମା’ ବରୁଣେଇ ମନ୍ଦିର ପ୍ରାଙ୍ଗଣରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ନେହେରୁ ଯୁବା କେନ୍ଦ୍ର ସଂଗଠନ, ବାଣପୁର ବ୍ଲକ ତରଫରୁ ବରୁଣେଇ ସେବା ସଂଘ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିବୃନ୍ଦ ଗାନ୍ଧିଜୀଙ୍କ ଜୀବନୀ ଆଲୋଚନା କରିଥିଲେ ଏବଂ  ମହାତ୍ମା ଗାନ୍ଧୀଙ୍କ କଥାକୁ ଅନୁସରଣ କରି ସମାଜକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ହେଲେ ଅହିଂସା ଏବଂ ନ୍ୟାୟର ରାସ୍ତାକୁ ଆପଣାଇବା ପାଇଁ ଉପସ୍ଥିତ ଯୁବପିଢିଙ୍କୁ ଅଭିଭାଷଣରେ କହିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନକୁ ନେଇ ସଂଗୀତ ଏବଂ ଭାଷଣ ପ୍ରତିଯୋଗିତା କରାଯାଇଥିଲା। ଶେଷରେ କୃତ୍ତୀ ଛାତ୍ର ଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଶୋର ଚନ୍ଦ୍ର ତ୍ରିପାଠୀ, ମୁଖ୍ୟବକ୍ତା ଲକ୍ଷ୍ମୀଧର ପଣ୍ଡା, ୱାର୍ଡ ସଭାପତି ରମେଶ ଚନ୍ଦ୍ର ପଣ୍ଡା, କ୍ଲବ ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ସଭାପତି ଶକ୍ତିମାନ ପଣ୍ଡା, ନେହେରୁ ଯୁବା କେନ୍ଦ୍ର ସଂଗଠନ ବାଣପୁର ବ୍ଲକ ଜାତୀୟ ଯୁବ ସ୍ଵେଚ୍ଛାସେବୀ ବିରେନ୍ଦ୍ର କୁମାର ବେହେରାଙ୍କ ସମେତ ନିରଞ୍ଜନ ପଣ୍ଡା, ରାଜକିଶୋର ପଣ୍ଡା, ନାରାୟଣ ପଣ୍ଡା, ଶିବା ରାଉତ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଅକ୍ଷୟ ରାଉତ ପ୍ରମୁଖ ସହଯୋଗ କରିଥିଲେ। ପରି ଶେଷରେ ନେହେରୁ ଯୁବା କେନ୍ଦ୍ର ସଂଗଠନ ତରଫରୁ କ୍ଲବକୁ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା।

Related posts