Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳିଙ୍ଗ ଷ୍ଟାଡିୟମରେ “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ
ଆଜିର ଖବର

କଳିଙ୍ଗ ଷ୍ଟାଡିୟମରେ “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ

January 25, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୟୁନିସେଫ୍ ନେତୃତ୍ୱରେ ପରିଚାଳିତ “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚନ ହୋଇଯାଇଛି। ବୁଧବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ “ଅଲିସ୍ ଲ୍ୟାଣ୍ଡ” ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ କରାଯାଇଥିଲା।

ଏଥିରେ ମୁଖ୍ୟଅତିଥି ଭାବେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଜ୍ଞାନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାସ୍କଟ ଏବଂ ଲୋଗା ଉନ୍ମୋଚନ କରିଥିଲେ। ଏହି ଅବସରରେ ଅତିଥିମାନେ ୟୁନିସେଫ୍ ଏବଂ ଏହି ଅଭିଯାନ ସହିତ ଯୋଡ଼ି ହୋଇଥିବା ସମସ୍ତ ପାର୍ଟନରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଯୁବ ଗୋଷ୍ଠୀଙ୍କ ଭିତରେ ଜଳ ସଂରକ୍ଷଣ, ପରିମଳ ଏବଂ ପରିବେଶ ସୁରକ୍ଷା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନ କରାଯାଉଛି। ଏହି କାର୍ଯ୍ୟକ୍ରମର ମାସ୍କଟର ନାଁ ରହିଛି – “ଜଲି”, ଯାହାକି “ଜଳ” ଶବ୍ଦରୁ ନିଆଯାଇଛି। ଏହି ଅବସରରେ “ୟୁଥ୍ ଫର୍ ୱାଟର ପ୍ଲସ” ଅଭିଯାନର ଯାତ୍ରା ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।

“ଆମ ଯୁବପିଢ଼ିଙ୍କ ପାଖରେ ଅସୀମ ଶକ୍ତି, ସାମର୍ଥ୍ୟ ଓ ଉତ୍ସାହ ରହିଛି। ତେଣୁ ଆଗାମୀକାଲିର ପୃଥିବୀର ପରିକଳ୍ପନା ବେଳେ ସେମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଜଳ ସଂରକ୍ଷଣ ସହିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ଭଳି ପ୍ରମୁଖ ବିଷୟରେ ଆମକୁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ। “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏ ଦିଗରେ ଯୋଡ଼ି ବ୍ୟାପକ ପଦକ୍ଷେପ ନେବା ବେଶ୍ ଖୁସିର ବିଷୟ”, କହିଛନ୍ତି ଡକ୍ଟର ଦିଲ୍ଲୀପ ତିର୍କୀ।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ଅଭିଯାନରେ ପ୍ରମୁଖ ପାର୍ଟନର ଭାବେ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀନ ଜେନା ଏକ ଭିଡିଓ ମାଧ୍ୟମରେ “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନର ସଫଳତା କାମନା କରିଛନ୍ତି।

ବୁଧବାର ଦିନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମାସ୍କଟ “ଜଲି”। ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଗୋଟିଏ ହାତରେ ହକି ଷ୍ଟିକ୍ ଧରିଥିବା “ଜଲି” ହକି ବିଶ୍ୱକପର ମାସ୍କଟ “ଅଲି;’ ସହ ସେଲଫି ନେଇଥିଲା। ଉପସ୍ଥିତ ଅତିଥି, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀମାନେ “ଜଲି” ଏବଂ “ଅଲି” ସହିତ ବେଶ୍ ଉତ୍ସାହରେ ଫଟୋ ଉଠାଇଥିଲେ।

ଏହି କାର୍ଯ୍ୟକ୍ରମରେ ୟୁନିସେଫ୍ ଓଡ଼ିଶାର ଅଫିସିଏଟିଙ୍ଗ ଇନଚାର୍ଜ ଡକ୍ଟର ସୁଗତ ରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ୟୁନିସେଫ୍ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଚିଫ୍ ଜେନେରାଲ ମ୍ୟାନେଜର ସବ୍ୟସାଚୀ ହୋତା ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ୟୁନିସେଫ୍ ଓଡ଼ିଶାର ରିସ୍କ ଏବଂ ରେଜିଲେନ୍ସ ବିଶେଷଜ୍ଞ ଓମକାର ଓନିଏଲ ଖରେ ଧନ୍ୟବାଦ ଦେଇଥିଲେ।

“ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆଜି ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଫଳରେ ଆମେ ସାନ ସାନ ପିଲା ଏବଂ ଯୁବପଢ଼ିଙ୍କ ଜୀବନ ଧାରଣର ମାନକୁ ଉନ୍ନତ କରିପାରିବା। ଏହାସହିତ ଯୁବପିଢ଼ିଙ୍କୁ ବିଶେଷଜ୍ଞଙ୍କ ସହ ଯୋଡ଼ି ଜଳ ଓ ପରିବେଶ ସଂରକ୍ଷଣ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଫଳରେ ଆଗାମୀ ଦିନରେ ସମାଜରେ ବିଭିନ୍ନ ପଦକ୍ଷେପ ନିଆଯିବା ବେଳେ ଯୁବପିଢ଼ି ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ”, ଏହି ଅବସରରେ କହିଛନ୍ତି ୟୁନିସେଫ୍ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା।

“ୟୁଥ୍ ଫର୍ ୱାଟର ପ୍ଲସ୍‌’ ଅଭିଯାନ ଏହି ଲକ୍ଷ୍ୟ ସହିତ ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀଙ୍କୁ  ଯୋଡ଼ି ପାରିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ୟୁନିସେଫ୍ ସହିତ ବିଭିନ୍ନ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଙ୍ଗଠନ, କର୍ପୋରେଟ୍‌, ମିଡିଆ ଏବଂ ଶିକ୍ଷା ଅନୁଷ୍ଠାନ ଆଦି ସହଯୋଗୀ ଅନୁଷ୍ଠାନ ଭାବେ ଆଗେଇ ଆସିଛନ୍ତି।

କଳିଙ୍ଗ ଷ୍ଟାଡିୟମ ୟୁନିସେଫ୍ ଲୋଗୋ ଉନ୍ମୋଚିତ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.