Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ?: ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା
ଆଜିର ଖବର

ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ?: ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା

January 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା
ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା

ଉପେନ୍ଦ୍ର ବଳିୟାରସିଂହ

ବିଦର୍ଭ ଦେଶରେ ସତ୍ୟ ଦେବ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ବିଶ୍ଵାସ ଥିଲା, ଦେବତାମାନଙ୍କ ପାଇଁ ପଶୁ ବଳି ଦେବା ଉଚିତ, ପରନ୍ତୁ ଦରିଦ୍ରତା କାରଣରୁ ସେ ବଳି ଦାନ ପାଇଁ ପଶୁ ପାଳନ କରିପାରୁନଥିଲେ କି ପଶୁମାନଙ୍କୁ କ୍ରୟ କରିପାରୁନଥିଲେ। ଏଥିପାଇଁ କୁଷ୍ମାଣ୍ଡ ଫଳକୁ ହିଁ ପଶୁ ରୂପେ କଳ୍ପିତ କରି ବଳି ଦାନ ଦେଇ ହିଂସା ପ୍ରଦାନ ପୂଜନ କରୁଥିଲେ। ଏକେ ତ ସେ ବ୍ରାହ୍ମଣ ତପସ୍ଵୀ, ତ୍ୟାଗୀ ଓ ଧର୍ମାତ୍ମା ଥିଲେ ଏବଂ ତାଙ୍କର ପତ୍ନୀ ମଧ୍ୟ ସୁଶିଳା ପତିବ୍ରତା ଓ ତପସ୍ଵିନୀ ଥିଲେ। ତାଙ୍କ ପତିଦେବଙ୍କର ହିଂସା ପ୍ରଧାନ ପୂଜନ ତାଙ୍କୁ ଅରୁଚିକର ଲାଗୁଥିଲା। କିନ୍ତୁ ପତିଦେବଙ୍କର ପ୍ରସନ୍ନତା ପାଇଁ ଅନିଚ୍ଛା ପୂର୍ବକ ସେ ସହଯୋଗ କରୁଥିଲେ।

କୌଣସି ଧର୍ମାଚରଣକାରୀର ଇଚ୍ଛା ଯଦି ସଚ୍ଚା ହୋଇଥାଏ ଏବଂ ଅଜ୍ଞାନ ବଶତଃ ଭୁଲ କରୁଥାଏ, ସେହି ଭୁଲକୁ ସୁଧାରିବା ପାଇଁ ଦେବତାମାନେ ସ୍ଵୟଂ ଚେଷ୍ଟା କରିଥାନ୍ତି। ଅତଃ ସେହି ବ୍ରାହ୍ମଣର ଭୁଲକୁ ସୁଧାରିବା ପାଇଁ ମୃଗ ରୂପ ଧାରଣ କରି ତା’ପାଖକୁ ଯାଇ କହିଲେ, “ବ୍ରହ୍ମନ୍! ତୁମେ ଅଙ୍ଗହାନି ଯଜ୍ଞ କରୁଅଛ। ପଶୁ ବଳିର ସଂକଳ୍ପ କରି କେବଳ ମାତ୍ର ଫଳରେ ପଶୁର କଳ୍ପନା କରିଦେଲେ, ଯଜ୍ଞ ସଫଳ ହୁଏ ନାହିଁ। ଏଥିପାଇଁ ତୁମେ ମୋତେ ବଳି ରୂପରେ ଅର୍ପଣ କର।

ବ୍ରାହ୍ମଣ ହିଂସା ପ୍ରଧାନ ପୂଜା ତ କରୁଥିଲେ, ବଳି ପାଇଁ ସଂକଳ୍ପ ବି କରୁଥିଲେ, କିନ୍ତୁ ସେ କେବେ ହେଲେ ପଶୁ ବଳି ଦେଇନଥିଲେ। ଅତଃ ତାଙ୍କର କୋମଳ ହୃଦୟ ମୃଗକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଲା ନାହିଁ।

ବ୍ରାହ୍ମଣ ମୃଗକୁ ହୃଦୟରେ ଲଗାଇ ଆଲିଙ୍ଗନ କରି କହିଲେ, ତୁମର ମଙ୍ଗଳ ହେଉ। ତୁମେ ଏଠାରୁ ଶୀଘ୍ର ଚାଲିଯାଅ।

ମୃଗ ରୂପୀ ଧର୍ମଦେବ ବ୍ରାହ୍ମଣଙ୍କୁ କହିଲେ, “ତୁମେ ମୋତେ ବଳି ଦିଅ, ଏହା ଦ୍ଵାରା ମୋର ସଦଗତି ହେବ ଏବଂ ତୁମକୁ ସ୍ଵର୍ଗ ମଧ୍ୟ ପ୍ରାପ୍ତି ହେବ। ଆପଣ ଏହି ମର୍ତ୍ତ୍ୟରେ ଥାଇ ମଧ୍ୟ ସ୍ଵର୍ଗର ଅପସରା ମାନଙ୍କୁ ଦର୍ଶନ କରିପାରିବେ ଏବଂ ତାହା ସହ  ଗନ୍ଧର୍ବମାନଙ୍କ ବିମାନଗୁଡିକୁ ମଧ୍ୟ ଦର୍ଶନ କରିପାରିବେ।

ମାୟା ମୃଗର ଏହି ଛଳ କପଟ ପୂର୍ଣ୍ଣ ତର୍କରେ ପ୍ରଭାବିତ ହୋଇ, ବ୍ରାହ୍ମଣ ସବୁ କିଛି ଭୁଲି ଗଲେ। ତାଙ୍କ ମନରେ ସ୍ଵର୍ଗ ପ୍ରାପ୍ତିର ଲାଳସା ଜାଗ୍ରତ ହେଲା। ସେ ବଳି ଦାନ ପାଇଁ ପ୍ରସ୍ତୁତ ହୋଇଗଲେ।

ସେତେବେଳେ ମୃଗ କହିଲେ, “ବ୍ରହ୍ମନ! ପ୍ରକୃତରେ କ’ଣ ଅନ୍ୟ ପ୍ରାଣୀଙ୍କୁ ହିଂସା କରିବାରେ ଅନ୍ୟର କଲ୍ୟାଣ ହୋଇଥାଏ?

ବ୍ରାହ୍ମଣ କହିଲେ, “ଅନ୍ୟମାନଙ୍କର ଅନିଷ୍ଠ କରି ଜଣେ ନିଜର ହିତ କିପରି କରିପାରିବ?

ମୃଗ ନିଜର ବାସ୍ତବ ଶରୀରରେ ପ୍ରକଟ ହେଲେ। ସାକ୍ଷାତ ଧର୍ମଦେବଙ୍କୁ ନିଜ ସମ୍ମୁଖରେ ଦେଖି ବ୍ରାହ୍ମଣ ତାଙ୍କ ଚରଣ ତଳେ ଲୋଟିଗଲେ।

ଧର୍ମଦେବ କହିଲେ, ବ୍ରହ୍ମନ! ଆପଣ ଯଜ୍ଞରେ ବଳିର ସଂକଳ୍ପ ମାତ୍ର କରିଥିଲେ। ବଳି ନଦେଇ ମଧ୍ୟ ଏହା ଦ୍ଵାରା ଆପଣଙ୍କ ତପସ୍ୟାର ବହୁତ ବଡ ଭାଗ ନଷ୍ଟ ହୋଇଗଲା।

ବ୍ରାହ୍ମଣ ଯଜ୍ଞ ବଳିର ସଂକଳ୍ପକୁ ତ୍ୟାଗ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ।

ଆଜିକାଲି ଧର୍ମକୁ ଦ୍ଵାହି ଦେଇ ଅନେକ ସମୟରେ ଅଧର୍ମ, କୁଧର୍ମ ଓ ପରଧର୍ମ କରାଯାଉଛି। ଯଜ୍ଞର ପଶୁ ବଳିକୁ ହିଁ ଅଧର୍ମ କୁହାଯାଏ। ମନରେ କପଟତା ରଖି ପ୍ରିୟପୂର୍ଣ୍ଣ କଥା କହି ଅନ୍ୟର ଅନିଷ୍ଠ କରିବାକୁ କୁଧର୍ମ କୁହାଯାଏ ଏବଂ ନିଜର ମାତା ପିତା ଅନୁସରଣ କରୁଥିବା ଧର୍ମକୁ ତ୍ୟାଗ କରି ଅନ୍ୟ ଧର୍ମରେ ଆଶ୍ରୟ ନେବା ହେଉଛି ପରଧର୍ମ।

“ସ୍ଵଧର୍ମେ ନିଧନ ଶ୍ରେୟଃ ପରଧର୍ମୋ ଭୟାବହଃ।”

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

ଯୋଗାଯୋଗ ସଂଖ୍ୟା: ୯୩୩ ୭୨ ୫୮ ୩୯୮

ଅଧର୍ମ କୁଧର୍ମ ପରଧର୍ମ ପୌରାଣିକ କଥା
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.