ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ନବ ଦାସଙ୍କ ହେବ ସତ୍କାର, ରାଜ୍ୟରେ 3 ଦିନିଆ ଶୋକ

Published: Jan 29, 2023, 11:44 pm IST
NabaDas

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସତ୍କାର ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ହେବ। ଏଥିସହିତ ତାଙ୍କ ଶବଧାରରେ ଜାତୀୟ ପତାକାରେ ଢଙ୍କା ଯିବ। ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ସହିତ ସମସ୍ତ ଜଡିତ ବିଭାଗକୁ ଅବଗତ କରାଯାଇଛି। ଏଥିସହିତ ରାଜ୍ୟରେ ତିନିଦିନିଆ ଶୋକ ପାଳନ କରାଯିବ ବୋଲି ନିଷ୍ପତି ହୋଇଛି।

ଏହି ଶୋକ ପାଳନ ଆଜି ଅର୍ଥାତ 29 ଜାନୁୟାରୀରୁ 31 ଜାନୁୟାରୀ ପର୍ଯ୍ୟନ୍ତ କରାଯିବ। ଏହି ସମୟରେ ରାଜ୍ୟରେ କୌଣସି ସରକାରୀ ଉତ୍ସବ କିମ୍ବା ମେଳାର ଆୟୋଜନ କରାଯିବ ନାହିଁ ବୋଲି ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି। ସେହିପରି ତିନି ଜଣ ମନ୍ତ୍ରୀ ତାଙ୍କ ସତ୍କାର ବେଳେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related posts