Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ନବ ଦାସଙ୍କ ହେବ ସତ୍କାର, ରାଜ୍ୟରେ 3 ଦିନିଆ ଶୋକ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସତ୍କାର ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ହେବ। ଏଥିସହିତ ତାଙ୍କ ଶବଧାରରେ ଜାତୀୟ ପତାକାରେ ଢଙ୍କା ଯିବ। ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ସହିତ ସମସ୍ତ ଜଡିତ ବିଭାଗକୁ ଅବଗତ କରାଯାଇଛି। ଏଥିସହିତ ରାଜ୍ୟରେ ତିନିଦିନିଆ ଶୋକ ପାଳନ କରାଯିବ ବୋଲି ନିଷ୍ପତି ହୋଇଛି।

ଏହି ଶୋକ ପାଳନ ଆଜି ଅର୍ଥାତ 29 ଜାନୁୟାରୀରୁ 31 ଜାନୁୟାରୀ ପର୍ଯ୍ୟନ୍ତ କରାଯିବ। ଏହି ସମୟରେ ରାଜ୍ୟରେ କୌଣସି ସରକାରୀ ଉତ୍ସବ କିମ୍ବା ମେଳାର ଆୟୋଜନ କରାଯିବ ନାହିଁ ବୋଲି ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି। ସେହିପରି ତିନି ଜଣ ମନ୍ତ୍ରୀ ତାଙ୍କ ସତ୍କାର ବେଳେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମନ୍ତ୍ରୀ ନବ ଦାସଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଓଡିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଉଭୟ ଇଂରାଜୀ ଏବଂ ଓଡିଆରେ ଏହି ଶୋକ ବାର୍ତ୍ତା ଲେଖି ଟୁଇଟ କରିଛନ୍ତି।

ସେ ଓଡିଆରେ ଲେଖିଥିବା ଟୁଇଟରେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା। ଓଁ ଶାନ୍ତି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING NEWS: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ

ଭୁବନେଶ୍ବର: ଶେଷରେ ଆଖି ବୁଜିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଏ ନେଇ ଆପୋଲ ହସପିଟାଲ ତରଫରୁ ସୂଚନା ଦିଆଯାଇଛି। ତାଙ୍କ ଛାତିରେ ଅସ୍ତ୍ରୋପଚାର କରାଯାଇଥିଲା। ପୁରା ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ।

ସେ ଭୁବନେଶ୍ବରର ଆପୋଲ ହସପିଟାଲରେ ପହଁଚିବା ପରେ ତାଙ୍କୁ ଅପେରସେନ ଥିଏଟରକୁ ନେଇ ଚିକିତ୍ସା କରାଯାଇଥିଲା। ଏଥିରେ କ୍ୟାପିଟାଲ ହସପିଟାଲ ଏକ ଟିମ ମଧ୍ୟ ଲାଗିଥିଲେ। ହେଲେ ଶେଷରେ ସବୁ ଚେଷ୍ଠା ବିଫଳ ହୋଇଥିଲା। ତାଙ୍କର ପରଲୋକ ହୋଇଛି ବୋଲି ଘୋଷଣା କରାଯାଇଥିଲା।

ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାସ୍ଥିତ ଗାନ୍ଧୀ ଛକ ନିକଟରେ ଗୁଳିମାଡ ହୋଇଥିଲା। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉ ଥିବା ବେଳେ କାର ଭିତରେ ତାଙ୍କୁ ଗୁଳିମାଡ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାର ଜଣାପଡିଛି। ତୁରନ୍ତ ତାଙ୍କୁ ନିକଟସ୍ଥ ହସପିଟାଲକୁ ଅଣାଯାଇଥିଲା।

ହେଲେ ପରବର୍ତ୍ତି ସମୟରେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ବର ଆପୋଲ ହସପିଟାଲକୁ ଅଣାଯାଇଛି। ସେଥିପାଇଁ ଏୟାରପୋର୍ଟରୁ ଆପୋଲ ହସପିଟାଲ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଏୟାର ପୋର୍ଟରୁ ହସପିଟାଲ ଆଣିବାକୁ ଆପୋଲ ହସପିଟାଲର ଏକ ଦଳ ମଧ୍ୟ ଯାଇଥିଲେ।