BREAKING NEWS: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ

Published: Jan 29, 2023, 7:57 pm IST
naba das

ଭୁବନେଶ୍ବର: ଶେଷରେ ଆଖି ବୁଜିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଏ ନେଇ ଆପୋଲ ହସପିଟାଲ ତରଫରୁ ସୂଚନା ଦିଆଯାଇଛି। ତାଙ୍କ ଛାତିରେ ଅସ୍ତ୍ରୋପଚାର କରାଯାଇଥିଲା। ପୁରା ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ।

ସେ ଭୁବନେଶ୍ବରର ଆପୋଲ ହସପିଟାଲରେ ପହଁଚିବା ପରେ ତାଙ୍କୁ ଅପେରସେନ ଥିଏଟରକୁ ନେଇ ଚିକିତ୍ସା କରାଯାଇଥିଲା। ଏଥିରେ କ୍ୟାପିଟାଲ ହସପିଟାଲ ଏକ ଟିମ ମଧ୍ୟ ଲାଗିଥିଲେ। ହେଲେ ଶେଷରେ ସବୁ ଚେଷ୍ଠା ବିଫଳ ହୋଇଥିଲା। ତାଙ୍କର ପରଲୋକ ହୋଇଛି ବୋଲି ଘୋଷଣା କରାଯାଇଥିଲା।

ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାସ୍ଥିତ ଗାନ୍ଧୀ ଛକ ନିକଟରେ ଗୁଳିମାଡ ହୋଇଥିଲା। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉ ଥିବା ବେଳେ କାର ଭିତରେ ତାଙ୍କୁ ଗୁଳିମାଡ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାର ଜଣାପଡିଛି। ତୁରନ୍ତ ତାଙ୍କୁ ନିକଟସ୍ଥ ହସପିଟାଲକୁ ଅଣାଯାଇଥିଲା।

ହେଲେ ପରବର୍ତ୍ତି ସମୟରେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ବର ଆପୋଲ ହସପିଟାଲକୁ ଅଣାଯାଇଛି। ସେଥିପାଇଁ ଏୟାରପୋର୍ଟରୁ ଆପୋଲ ହସପିଟାଲ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଏୟାର ପୋର୍ଟରୁ ହସପିଟାଲ ଆଣିବାକୁ ଆପୋଲ ହସପିଟାଲର ଏକ ଦଳ ମଧ୍ୟ ଯାଇଥିଲେ।

Related posts