Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପତଞ୍ଜଳିର ନୂଆ ‘ଟୋନ୍ଡ୍ ମିଲ୍କ’ର ବଜାର ପ୍ରବେଶରେ ମେ ୨୩କୁ ମୋଦି ଦିବସ କରିବାକୁ ରାମଦେବଙ୍କ ଦାବି
ଆଜିର ଖବର

ପତଞ୍ଜଳିର ନୂଆ ‘ଟୋନ୍ଡ୍ ମିଲ୍କ’ର ବଜାର ପ୍ରବେଶରେ ମେ ୨୩କୁ ମୋଦି ଦିବସ କରିବାକୁ ରାମଦେବଙ୍କ ଦାବି

May 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ram dev launch new diary
ram dev launch new diary

ଦୁଇ ଅଗ୍ରଣୀ ଡାଏରୀ କମ୍ପାନୀ ଅମୁଲ୍‌ ଓ ମଦର ଡାଏରୀ କ୍ଷୀରରେ ମୂଲ୍ୟ ବୃଦ୍ଧି କରିଥିବାବେଳେ ଏବେ ଏହି ଡାଏରୀ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଛି ପତଞ୍ଜଳି ଡାଏରୀ। ସୋମବାର ଦିନ ଯୋଗଗୁରୁ ରାମଦେବ ପତଞ୍ଜଳିର ଟୋନଡ୍‌ ମିଲ୍କକୁ ବଜାର ପ୍ରବେଶ କରାଇଛନ୍ତି, ଯାହା ଅମୁଲ୍‌ ଓ ମଦର ଡାଏରୀ କ୍ଷୀରଠାରୁ ୪ଟଙ୍କା ଶସ୍ତା ଅଛି। ଏହି କ୍ଷୀର ମୂଲ୍ୟ ୪୦ଟଙ୍କା ରହିଛି। ଦିଲ୍ଲୀ ଏନ୍‌ସିଆର୍‌, ରାଜସ୍ଥାନ ସହ ହରିୟାଣା ଓ ମହାରାଷ୍ଟ୍ରର କିଛି ଅଞ୍ଚଳରେ ଏହା ମେ ୨୮ ତାରିଖରୁ ଉପଲବ୍ଧ ହେବ। ଏହି ଅବସରରେ ରାମଦେବ ଗଣମାଧ୍ୟମକୁ  ପତଞ୍ଜଳି ବହୁତ ଶୀଘ୍ର ବଜାରକୁ ହର୍ବାଲ୍‌ କ୍ଷୀର ଆଣିବାର ଯୋଜନା କରୁଛି ବୋଲି କହିଥିଲେ। ପତଞ୍ଜଳିର ନୂଆ ‘ଟୋନ୍ଡ ମିଲକ୍’ର ବଜାର ପ୍ରବେଶ ଅବସରରେ ଯୋଗଗୁରୁ ବାବା ରାମଦେବ ବିଜେପିର ବୃହତ୍‌ ବିଜୟକୁ ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି । ବିଜେପିର ବିପୁଳ ବିଜୟକୁ ପ୍ରଶଂସା କରି ଭୋଟ୍‌ଗଣତି ଦିବସ ମେ ୨୩କୁ ମୋଦି ଦିବସ ରୂପେ ପାଳନ କରିବାକୁ ଯୁକ୍ତି ବାଢିଛନ୍ତି ରାମଦେବ । ବିଜେପିର ଐତିହାସିକ ବିଜୟକୁ ସର୍ବଦା ମନେ ରଖିବା ପାଇଁ ଯୋଗ ଗୁରୁ ଏହି ଦିନକୁ ବିଶେଷ ଦିବସ ଘୋଷଣା କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ,  ମେ ୨୩ ଭାରତୀୟ ଇତିହାସରେ ଗୌରବଶାଳୀ ଦିନ। ଏହି ଦିନରେ ମୋଦୀ ସରକାର ପ୍ରଚଣ୍ଡ ବହୁମତ ସହିତ ପୁର୍ନବାର କ୍ଷମତାସୀନ ହୋଇଛି। ୫୦ ପ୍ରତିଶତରୁ ଅଧିକ ଭୋଟ୍ ଦେଇ ଜନତା ମୋଦୀ, ବିଜେପି ଓ ଏନଡିଏ ଉପରେ ଭରସା ପ୍ରକଟ କରିଛନ୍ତି। ତାଙ୍କ ମତରେ ଯେ, ମେ ୨୩ ଦିନଟିକୁ ଭାରତୀୟ ରାଜନୀତି ଦୃଷ୍ଟିରୁ ସର୍ବଦା ମନେ ରଖାଯାଉ। ତେଣୁ ସେ ଦାବି କରିଛନ୍ତି ଯେ, ଏହି ଦିନକୁ ମୋଦୀ ଦିବସ କିମ୍ବା ଲୋକ କଲ୍ୟାଣ ଦିବସ ରୂପେ ପାଳନ କରାଯାଉ। ମୋଦି ଜଣେ ଗରିବ ତଥା ପଛୁଆ ବର୍ଗର ହୋଇ ମଧ୍ୟ ନିଜର ଦମ୍‌ ଦେଖାଇଛନ୍ତି । ମୋଦିଙ୍କ ନେତୃତ୍ବାଧୀନ ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ପାଇଛି । ଏହା ଗଣତନ୍ତ୍ରରେ ଲୋକଙ୍କ ବିଶ୍ବାସର ପରାକାଷ୍ଠାର ଦିନ । ତେଣୁ ଏହି ଦିନଟିକୁ ଏକ ବିଶେଷ ଦିବସ ରୂପେ ପାଳନ କରିବାକୁ ଯୋଗଗୁରୁ ଦାବି କରିଛନ୍ତି ।

launch patanjali thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

August 31, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ପୁତିନ୍‌ଙ୍କ ମଧ୍ୟରେ ସାକ୍ଷାତ

September 1, 2026

ଆର୍ମେନିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

September 1, 2026

କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

September 1, 2026

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.