ରଣପୁର: ଟ୍ରକ ଚାପାରେ ଜଣେ ମୃତ, ଆଉ ଜଣେ ଗୁରୁତର

Published: Feb 7, 2023, 11:16 am IST

ରଣପୁର: ଆଜି ସକାଳ ୯.୩୦ ମିନିଟରେ ରଣପୁରରେ ଏକ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଟ୍ରକ ଚାପି ଦେଇ ଦ୍ରୁତ ଗତିରେ ପଳାଇ ଯାଇଥିଲା। ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ସାହାଯ୍ୟରେ ରଣପୁର ଡାକ୍ତରଖାନାକୁ ନିଆ ଯାଇଛି। ଟ୍ରକଟିକୁ ପିଛା କରି ସ୍ଥାନୀୟ ଲୋକେ ମାଛ ବଜାର ନିକଟରେ କାବୁ କରାଯାଇଛି। ଟ୍ରକଟିର ନମ୍ବର ଓଆର-୦୨-ବି-୨୫୮୮ ଏବଂ ଏହା ମଧୁ ବାସନ୍ତୀ ଗଣନାଟ୍ୟର ବୋଲି ଜଣା ପଡିଛି।

ବ୍ୟକ୍ତି ଦୁଇ ଜଣ ରଣପୁର ବ୍ଲକ କଙ୍କିଆର ବୋଲି ଜଣା ପଡିଛି। ମୃତ ବ୍ୟକ୍ତି ଜଣଙ୍କ ନାମ ରଙ୍ଗନାଥ ବାଲିଆରସିଂହ ଜଣା ପଡ଼ିଥିବା ବେଳେ ଆହତ ବ୍ୟକ୍ତି ଜଣଙ୍କ ରାମଚନ୍ଦ୍ର ରଥ ବୋଲି ପୋଲିସ ଠାରୁ ଜଣା ପଡିଛି। ସାନଗଡ଼ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ପୋଲିସ ବାହିନୀ ସହିତ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଥିବା ଜଣା ପଡିଛି।

Related posts