ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published: Feb 11, 2023, 10:05 am IST

ଭୁବନେଶ୍ବର: ଆଜି ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତର ଦ୍ବିତୀୟ ଦିନ। ଆଜି ରାଷ୍ଟ୍ରପତି ରାଜଭବନରୁ ବାହାରି ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଛନ୍ତି। ସେ ସେଠାରେ ପ୍ରଭୃଙ୍କ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମଧ୍ୟ ଅଛନ୍ତି। ରାଷ୍ଟ୍ରପତି ପ୍ରାୟ 30 ମିନଟ ମନ୍ଦିର ପରିଦର୍ଶନ କରିବେ। ସେଥିପାଇଁ ଆଜି କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି।

ଏହାପରେ ରାଷ୍ଟ୍ରପତି ବିମାନ ବନ୍ଦର ଯାଇ ସେଠାରୁ କଟକ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ବିଦ୍ୟାଧରପୁରରେ ଅବସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିଦର୍ଶନ କରିବେ। ସେଠାରେ ଜାତୀୟ ଧାନ ସମ୍ମିଳନୀକୁ ମଧ୍ୟ ରାଷ୍ଟ୍ରପତି ଉଦବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଯୋଗଦେବେ।

Related posts