
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଏକ ପ୍ରତିଷ୍ଠିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି। ସେହି କଲେଜ ହେଉଛି କେନ୍ଦୁଝରର ଧରଣୀଧର ସ୍ବଂୟଶାସିତ ମହାବିଦ୍ୟାଳୟ। ଏ ନେଇ ଏକ ଭିଡିଓ ବାର୍ତ୍ତା ଜରୀଆରେ ମୁଖ୍ୟମନ୍ତ୍ରୀ ଏହି କଲେଜ ବିଶ୍ବବିଦ୍ୟାଳୟ ମାନ୍ୟତା ହାସଲ କଲା ବୋଲି ଘୋଷଣା କରିଛନ୍ତି।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଯାଉଛନ୍ତି। ସେ ଧରଣୀଧର ମହାବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ। ସେ କେନ୍ଦୁଝରବାସୀଙ୍କ ପାଇଁ ପ୍ରାୟ ୪୭୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ କେନ୍ଦୁଝରରେ ବଡ ପ୍ରସ୍ତୁତି ଚାଲିଛି।
ନିକଟରେ ମୁଖ୍ୟମନ୍ତ୍ରୀ ଜୟପୁରର ବିକ୍ରମ ଦେବ କଲେଜର ପ୍ରତିଷ୍ଠା ଦିବସରେ ଯୋଗଦେବା ପୂର୍ବରୁ ତାହାକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଥିଲେ।