ମହାଶିବରାତ୍ରୀ ଦିନ ଶିବଲିଙ୍ଗରେ ବେଲପତ୍ର ଦେଉଛନ୍ତି କି ? ତେବେ ମାନନ୍ତୁ ଏହି ନିୟମ

Published: Feb 13, 2023, 2:49 pm IST
MahaShivratri

ଭୁବନେଶ୍ବର: ଚଳିତ ବର୍ଷ ମହାଶିବରାତ୍ରୀ ୧୮ ଫେବୃଆରୀ, ଶନିବାର ଦିନ ପଡୁଛି ।ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରି ଇଚ୍ଛା ପୂରଣ କରାଯାଇଥାଏ। ଏହି ଦିନ ଶିବଙ୍କ ପୂଜା ସାମଗ୍ରୀ ମଧ୍ୟରେ ବେଲପତ୍ର ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ପୂଜାପାଠ ସମୟରେ ଏହା ଭଗବାନ ଶିବଙ୍କୁ ଅର୍ପଣ କରାଯାଏ, ଯାହା ଭଗବାନ ଶିବଙ୍କ ପାଇଁ ପ୍ରିୟ ଅଟେ ।

ବେଲପତ୍ର ପ୍ରଦାନ କରିବାର ସଠିକ୍ ଉପାୟ

ଶିବଲିଙ୍ଗ ଉପରେ ବେଲପତ୍ର ପ୍ରଦାନ କରିବାର କିଛି ନିୟମ ରହିଛି। ଏଥିରେ କେବଳ ଶିବଲିଙ୍ଗ ଉପରେ ତିନିଟିକିଆ ପତ୍ର ଥିବା ବେଲପତ୍ର ଦିଆଯିବା ଉଚିତ୍।

ଶୁଖିଯାଇଥିବା କିମ୍ବା ଛିଣ୍ଡି ଯାଇଥିବା ବେଲପତ୍ର ଶିବଲିଙ୍ଗ ଉପରେ ଭୁଲରେ ସୁଦ୍ଧା ଦିଅନ୍ତୁ ନାହିଁ।

ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରିବା ପୂର୍ବରୁ ସଫାପାଣିରେ ତାହାକୁ ଧୋଇ ଦିଅନ୍ତୁ।

ଶିବ ଲିଙ୍ଗ ଉପରେ ବେଲପତ୍ର ଦେବା ବେଳେ ପତ୍ରର ଚିକ୍କଣ ଅଂଶ ବା ଭିତରପଟ ଶିବଲିଙ୍ଗ ଆଡକୁ ରଖିବେ ଏବଂ ବେଲପତ୍ର କଠିନ ଅଂଶ ବା ଉପର ପଟ ଉପରକୁ ରଖିବା ଉଚିତ।

ଶିବଲିଙ୍ଗରେ ୧୧ କିମ୍ବା ୨୧ ବେଲପତ୍ର ଦିଆଯାଏ, ଯଦି କୈଣସି କାରଣରୁ ଆପଣଙ୍କ ପାଖରେ ଏତେ ବେଲପତ୍ର ନଥାଏ, ତେବେ ଆପଣ ଗୋଟିଏ ତିନିଟିକିଆ ପତ୍ର ଥିବା ଗୋଟିଏ ମଧ୍ୟ ଦେଇପାରିବେ।

Related posts