
ଦୀନେଶ ଭିଜନଙ୍କ ଅପକମିଙ୍ଗ ଫିଲ୍ମ ବାଲାରେ ଏକତ୍ର ନଜର ଆସିବାକୁ ଯାଉଛନ୍ତି ଭୂମି ପେଣ୍ଡେନକର୍ , ଆୟୁଷ୍ମାନ ଖୁରାନା ଓ ୟାମୀ ଗୌତମ। ‘ଦମ ଲଗାକେ ହେଇସା’ ଏବଂ ‘ଶୁଭ ମଙ୍ଗଲ ସାବଧାନ’ ପରେ ଏହା ଭୂମି-ଆୟୁଷ୍ମାନଙ୍କ ତୃତୀୟ ଫିଲ୍ମ ହୋଇଥିବା ବେଳେ ‘ଭିକି ଡୋନର’ ପରେ ୟାମୀ-ଆୟୁଷ୍ମାନଙ୍କ ତୃତୀୟ ଫିଲ୍ମ। ଫିଲ୍ମର ପ୍ରଥମ ଭାଗର ସୁଟିଂ କାନପୁରରେ ଆରମ୍ଭ ହୋଇ ସାରିଛି। ୨୨ନଭେମ୍ବର ୨୦୧୯ରେ ଏହି ରୋମାଣ୍ଟିକ୍ କମେଡି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି। କେବଳ ବାହ୍ୟ ସୌନ୍ଦର୍ଯ୍ୟ ଉପରେ ନଜର ରଖୁଥିବାରୁ କିପରି ସମ୍ପର୍କ ଭାଙ୍ଗୁଛି ଏହାକୁ ଫିଲ୍ମରେ ଦେଖାଯାଇଛି ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ଦୀନେଶ ଭିଜନ ସୂଚନା ଦେଇଛନ୍ତି। ବାଲାରେ ଆୟୁଷ୍ମାନ ଜଣେ ଚନ୍ଦା, ଭୂମି ଜଣେ ଛୋଟ ସହରର ଝିଅ ଏବଂ ୟାମୀ ଜଣେ ସୁପର ମଡେଲ ଭୂମିକାରେ ନଜର ଆସିବେ। ଅମର କୌଶିକ୍ ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି।