୮ ଘଣ୍ଟା ଧରି ଜେରା, ଶେଷରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

Published: Feb 26, 2023, 8:02 pm IST

ନୂଆଦିଲ୍ଲୀ: ସିବିଆଇ ଆଜି ଅବକାରୀ ନୀତି ମାମଲାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ସିସୋଦିଆଙ୍କୁ ପ୍ରାୟ ୮ ଘଣ୍ଟା ଜେରା କରିବା ପରେ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ସିବିଆଇ ଜେରା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ, ସେ ଅନୁସନ୍ଧାନକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏହି ଗିରଫଦାରୀ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ବିଜେପିକୁ ଟାର୍ଗେଟ କରି ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି।

ଆଜି ଜେରା ପାଇଁ ମନୀଷ ସିସୋଦିଆଙ୍କୁ ସିବିଆଇ ଡାକିଥିଲା। ସିସୋଦିଆ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସକାଳେ ରାଜଘାଟକୁ ଯାଇଥିଲେ। ଏହା ପରେ ସେ ଏକ ରୋଡ୍ ସୋ କରିବା ସମୟରେ ପ୍ରାୟ ୧୧ ଟା ସମୟରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସିସୋଡିଆ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ।

ସିସୋଦିଆ କହିଥିଲେ ଯେ, ମିଥ୍ୟା ଅଭିଯୋଗ ହେତୁ ତାଙ୍କୁ ଜେଲ ଯିବାକୁ ପଡିବ, ତଥାପି ସେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସିସୋଦିଆ ମଧ୍ୟ ଦିଲ୍ଲୀର ଅର୍ଥମନ୍ତ୍ରୀ। ଗତ ରବିବାର ତାଙ୍କୁ ଜେରା ପାଇଁ ଡକାଯାଇଥିଲା, କିନ୍ତୁ ସେ ବଜେଟ୍ ସମ୍ବନ୍ଧୀୟ କାର୍ଯ୍ୟକୁ ଦର୍ଶାଇ ସମୟ ଦେବାକୁ ଚେଷ୍ଟା କରିଥିଲେ। ଏହା ପରେ ସିବିଆଇ ତାଙ୍କୁ ଫେବୃଆରୀ ୨୬ ତାରିଖରେ ହାଜର ହେବାକୁ କହିଥିଲେ।

Related posts