Categories
ଆଜିର ଖବର ଜାତୀୟ ଖବର

୮ ଘଣ୍ଟା ଧରି ଜେରା, ଶେଷରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ସିବିଆଇ ଆଜି ଅବକାରୀ ନୀତି ମାମଲାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ସିସୋଦିଆଙ୍କୁ ପ୍ରାୟ ୮ ଘଣ୍ଟା ଜେରା କରିବା ପରେ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ସିବିଆଇ ଜେରା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ, ସେ ଅନୁସନ୍ଧାନକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏହି ଗିରଫଦାରୀ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ବିଜେପିକୁ ଟାର୍ଗେଟ କରି ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି।

ଆଜି ଜେରା ପାଇଁ ମନୀଷ ସିସୋଦିଆଙ୍କୁ ସିବିଆଇ ଡାକିଥିଲା। ସିସୋଦିଆ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସକାଳେ ରାଜଘାଟକୁ ଯାଇଥିଲେ। ଏହା ପରେ ସେ ଏକ ରୋଡ୍ ସୋ କରିବା ସମୟରେ ପ୍ରାୟ ୧୧ ଟା ସମୟରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସିସୋଡିଆ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ।

ସିସୋଦିଆ କହିଥିଲେ ଯେ, ମିଥ୍ୟା ଅଭିଯୋଗ ହେତୁ ତାଙ୍କୁ ଜେଲ ଯିବାକୁ ପଡିବ, ତଥାପି ସେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସିସୋଦିଆ ମଧ୍ୟ ଦିଲ୍ଲୀର ଅର୍ଥମନ୍ତ୍ରୀ। ଗତ ରବିବାର ତାଙ୍କୁ ଜେରା ପାଇଁ ଡକାଯାଇଥିଲା, କିନ୍ତୁ ସେ ବଜେଟ୍ ସମ୍ବନ୍ଧୀୟ କାର୍ଯ୍ୟକୁ ଦର୍ଶାଇ ସମୟ ଦେବାକୁ ଚେଷ୍ଟା କରିଥିଲେ। ଏହା ପରେ ସିବିଆଇ ତାଙ୍କୁ ଫେବୃଆରୀ ୨୬ ତାରିଖରେ ହାଜର ହେବାକୁ କହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ: କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ବିଜେପି

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କରିଛନ୍ତି ଯେ, ଗୁଜୁରାଟ ଏବଂ ଏମସିଡି ନିର୍ବାଚନରେ ​​ପରାଜୟ ଭୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ଭାରତୀୟ ଜନତା ପାର୍ଟି ଷଡଯନ୍ତ୍ର କରିଛି ଏବଂ ଏଥିରେ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ମଧ୍ୟ ସାମିଲ ହୋଇଛନ୍ତି। କିନ୍ତୁ ଆମ୍ ଆଦମୀ ପାର୍ଟି (ଏଏପି) ଏଭଳି ଛୋଟ ରାଜନୀତିକୁ ଭୟ କରେ ନାହିଁ ବୋଲି ସିସୋଦିଆ କହିଛନ୍ତି।

ସୂଚନାନୁସାରେ, ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଏହି ଅଭିଯୋଗର ତଦନ୍ତ କରିବା ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଆପ ନେତାଙ୍କ ଟ୍ୱିଟ୍ ଏବଂ ବିବୃତ୍ତି ଉପରେ ଉପ ରାଜ୍ୟପାଳ ଧ୍ୟାନ ଦେଇଛନ୍ତି ଏବଂ ଏପରି ଘଟଣା ଯେପରି ନହୁଏ ସେଥିପାଇଁ ପୋଲିସ କମିଶନରଙ୍କୁ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢିଲା, ଜାରୀ ହେଲା ଲୁକ ଆଉଟ ନୋଟିସ

ନୂଆଦିଲ୍ଲୀ: ସିବିଆଇ ରେଡ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢିବାରେ ଲାଗିଛି। ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଫଳରେ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ଆଉ ବିଦେଶ ଗସ୍ତ କରିପାରିବେ ନାହିଁ ।

ଏହି ଘଟଣାରେ ସିବିଆଇ ଶୁକ୍ରବାର ଦିନ ସିସୋଦିଆଙ୍କ ବାସଭବନରେ ରେଡ୍ କରିଥିଲା। ଏଥିସହ କିଛି ସରକାରୀ ଅଫିସର ଓ ବ୍ୟବସାୟୀଙ୍କ ଠିକଣା ସମେତ ୩୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଇଲେକ୍‌ଟ୍ରୋନିକ ଗ୍ୟାଜେଟ୍ ଜବତ ହୋଇଛି ବୋଲି କୁହାଯାଉଛି।

ଏହାପରେ ସିବିଆଇ ଶନିବାର ଦିନ ପଚରାଉଚରା ଆରମ୍ଭ କରିଥିଲା ଓ ତିନି ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାଁ ସାମିଲ ଅଛନ୍ତି। ଏଥିରୁ ୩ ଜଣ ଅଭିଯୁକ୍ତଙ୍କୁ ଗତକାଲି ସିବିଆଇ ଅଫିସକୁ ଡକାଇ ପୁଚରାଉଚରା କରିଥିଲା।

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ସେ କହିଥିଲେ, ‘କେନ୍ଦ୍ର ସରକାର ଦିଲ୍ଲୀର ଶିକ୍ଷା କ୍ଷେତ୍ରରେ କରାଯାଇଥିବା ବଡ କାମ ଉପରେ ବ୍ରେକ୍ ଲଗାଇବାକୁ ଚାହୁଁଛନ୍ତି। ସେଥିପାଇଁ ମୋତେ ୨ରୁ ୪ ଦିନ ମଧ୍ୟରେ ଗିରଫ କରାଯାଇପାରେ।’

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ବିବାଦୀୟ ଅବକାରୀ ନୀତିକୁ ନେଇ ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଛି। ତାଙ୍କ ଘର ସମେତ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନରେ ଚଢାଉ କରାଯାଉଛି। ଖୋଦ୍ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ସେ ଟ୍ବିଟ୍ କରିଛନ୍ତି ଯେ, ” ସିବିଆଇ ଆସିଛି। ତାଙ୍କୁ ମୁଁ ସ୍ବାଗତ କରୁଛି। ଆମେ ସମ୍ପୂର୍ଣ୍ଣ ସଚ୍ଚୋଟ ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ। କିନ୍ତୁ ଆମ ଦେଶରେ ଯିଏ ଭଲ କାମ କରେ, ତାଙ୍କୁ ଏହିଭଳି ଭାବେ ହଇରାଣ କରାଯାଏ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏଥିପାଇଁ ଆମ ଦେଶ ଆଜି ଯାଏଁ ୧ ନମ୍ବର ହୋଇପାରି ନାହିଁ।”