Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ୍ତର, ନର୍ସ, ପାରାମେଡିକାଲ୍‌ କର୍ମଚାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବ ଏମ୍‌ସ ଭୁବନେଶ୍ବର
ଆଜିର ଖବର

ଡାକ୍ତର, ନର୍ସ, ପାରାମେଡିକାଲ୍‌ କର୍ମଚାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବ ଏମ୍‌ସ ଭୁବନେଶ୍ବର

February 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ କରୁଥିବା ଡାକ୍ତର, ନର୍ସ, ପାରାମେଡିକାଲ୍‌ କର୍ମଚାରୀମାନେ ମଧୁମେହଜନିତ ପାଦର ଘା, ଦୀର୍ଘକାଳୀନ ଚାପଯୁକ୍ତ ଘା, ଆଘାତଜନିତ କ୍ଷତ, ଭେନସ୍ ଅଲସର ଆଦି କ୍ଷତର ଯତ୍ନ ନେଇଥାଆନ୍ତି। ମାତ୍ର ଏହି କ୍ଷତଗୁଡ଼ିକର ସୁପରିଚାଳନା ନିମନ୍ତେ ଘରୋଇ ଭାବେ ଉପଲବ୍ଧ ବ୍ୟବସ୍ଥାର ଉପଯୋଗ କରିବା ସମୟର ଆହ୍ବାନ। ସାମଗ୍ରୀକ ଭାବେ ଏହା ସମାଜ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ତେଣୁ ଉପରୋକ୍ତ ବିଭିନ୍ନ ଆଘାତଜନିତ ଏବଂ ଦୀର୍ଘକାଳୀନ କ୍ଷତର ଉତ୍ତମ ସେବାଯତ୍ନ ନିମନ୍ତେ ଏମ୍‌ସ ଭୁବନେଶ୍ବରର ଟ୍ରମା ଏବଂ ଜରୁରୀକାଳୀନ, ଜେନେରାଲ୍ ସର୍ଜରୀ ବିଭାଗ ଏବଂ ନର୍ସିଂ କଲେଜ୍ର ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଟିମ୍ ନିକଟ ଭବିଷ୍ୟତରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ବବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ ନିମନ୍ତେତ ଉନ୍ନତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ରଖିଥିବା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ଟ୍ରମା ଏବଂ ଜରୁରୀକାଳୀନ ବିଭାଗ, ଜେନେରାଲ୍ ସର୍ଜରୀ ଏବଂ କଲେଜ ଅଫ୍ ନର୍ସିଂ ଦ୍ୱାରା ଗଭୀର ଏବଂ ଦୀର୍ଘକାଳୀନ କ୍ଷତର ସୁପରିଚାଳନା ନେଇ ଆୟୋଜିତ ଏକ କର୍ମଶାଳା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ।

ଉନ୍ନତ କ୍ଷତ ଚିକିତ୍ସା ସମ୍ପର୍କିତ ଏହି କର୍ମଶାଳାରେ ଏମ୍‌ସ ସମେତ ସିଆର୍‌ପିଏଫ, କିମ୍‌ସ ଆଦି ଏକାଧିକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ଏହି ଦିନିକିଆ କର୍ମଶାଳାକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦ୍‌ଘାଟନ କରିଥିଲେ। ଏମ୍‌ସ ଡିନ୍‌ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଳୀପ କୁମାର ପରିଡ଼ା, ନର୍ସିଂ କଲେଜ୍‌ ଅଧୀକ୍ଷକ ଡ. ଆଶା ପି ସେଟ୍ଟୀ, ଟ୍ରମା ଏବଂ ଏମ୍‌ରଜେନ୍ସୀ ବିଭାଗ ମୁଖ୍ୟ ଡ. ଚିତ୍ତରଂଜନ ମହାନ୍ତି, ସର୍ଜରୀ ବିଭାଗ ମୁଖ୍ୟ ଡ. ମାନସ ରଂଜନ ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଆଘାତଜନିତ ଏବଂ ଦୀର୍ଘକାଳୀନ କ୍ଷତଗୁଡିକର ଆକଳନ କରିବା ଏବଂ ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ନିମନ୍ତେ ଯତ୍ନ ନେବାରେ ନର୍ସମାନଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ କ୍ଷତର ସୁସ୍ଥ ଆରୋଗ୍ୟ ପାଇଁ ସଂକ୍ରମଣ ନିରାକରଣ ସହିତ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ପଦକ୍ଷେପ ନେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେପିଏନ୍‌ଏଟିସି ଦିଲ୍ଲୀରୁ ଡ. ସୁଷମା ସାଗର, ଏମ୍‌ସ ନୂଆଦିଲ୍ଲୀରୁ ଶିଜୋମୋଲ ଏମ ଜୋସେଫ ଏବଂ ଭେନିଲା ଆର ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ରହି ଉନ୍ନତ ଜ୍ଞାନକୌଶଳ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ପଙ୍କଜ କୁମାର (ଜେନେରାଲ ସର୍ଜରୀ), ଡ. ରିତେଶ ପଣ୍ଡା(ଟ୍ରମା ଏବଂ ଏମ୍‌ରଜେନ୍ସୀ-ପ୍ଲାଷ୍ଟିକ୍ ସର୍ଜରୀ), ଡ. ସରୋଜ ପାତ୍ର (ଅର୍ଥୋପେଡିକ୍ସ), ଏସ୍‌ ସୁଭ୍ରତା, ସୀମାରାଣୀ ପଣ୍ଡା ଏବଂ ସୁହଦ୍ରା ଯାଦବ (ବରିଷ୍ଠ ନର୍ସିଂ ଅଧିକାରୀ) ପ୍ରମୁଖଙ୍କୁ ନେଇ ଗଠିତ କମିଟି ବିଭିନ୍ନ କୌଶଳ ଏବଂ ପ୍ରକ୍ରିୟା ଉପରେ ଗୁରୁତ୍ବାରୋପ କରିଥିଲେ।

ଡାକ୍ତର ନର୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026
Latest News

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.