Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ପିଡିଏସ ଚାଉଳରେ ଅପମିଶ୍ରିତ ଖବରର ତଦନ୍ତ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ରାଜ୍ୟରେ ପିଡିଏସ ଚାଉଳରେ ଅପମିଶ୍ରିତ ଖବରର ତଦନ୍ତ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

February 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିବ କଲ୍ୟାଣ ବିଚାରରେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଭାରତବର୍ଷର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି। ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ଓଡ଼ିଶା ହୋଇଛି। ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି।

ମାତ୍ର ନିକଟରେ କୋରାପୁଟ ଜିଲ୍ଲାର ଲମତାପୁଟ, ବାଲେଶ୍ୱରର ସଦର ବ୍ଲକ ତଥା ସୁନ୍ଦରଗଡ଼ ଜିଲ୍ଲାର ବଡବାହାଲ ଠାରେ ପିଡିଏସ କାର୍ଯ୍ୟକ୍ରମ ଅନ୍ତର୍ଗତ ଦିଆଯାଉଥିବା ଚାଉଳ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ପୂର୍ବରୁ ମିଳୁଥିବା ଚାଉଳ ଏବଂ ବର୍ତ୍ତମାନ ମିଳୁଥିବା ଚାଉଳରେ ପ୍ରାର୍ଥକ୍ୟ ରହିଥିବା କୁହାଯାଉଛି। ବର୍ତ୍ତମାନ ମିଳୁଥିବା ଚାଉଳ ପାଣିରେ ଭିଜିବା ପରେ ତଳେ ରହିବା ପରିବର୍ତ୍ତେ ଉପରେ ଭାସମାନ ଅବସ୍ଥାରେ ରହୁଛି ଏବଂ ରନ୍ଧାଶୈଳି ଓ ସ୍ୱାଦ ମଧ୍ୟ ଭିନ୍ନ ରହୁଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି କାରଣରୁ ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ସୃଷ୍ଟି କରାଯାଉଛି। ଏହା ଦ୍ୱାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟମରେ ନିଜ ସ୍ୱାସ୍ଥ୍ୟ ନେଇ ଚିନ୍ତାପ୍ରକାଶ ପାଇଛି।

ଅପରପକ୍ଷରେ ଜାନୁଆରୀ ମାସରୁ ପୁଷ୍ଟି ଏବଂ ଭିଟାମିନ୍ ଯୁକ୍ତ ଚାଉଳ ପିଡିଏସରେ ପ୍ରଦାନ କରାଯାଉଥିବା ଚାଉଳ ସହ ମିଶାଯାଇ ବଣ୍ଟନ କରାଯାଉଥିବା ନେଇ ସୂଚନା ଦିଆଯାଇଛି। ଚାଉଳର ସ୍ୱାଦ ଓ ଦାନା ଭିନ୍ନ ଥିବାରୁ ହିତାଧିକାରୀଙ୍କ ମନରେ ସମ୍ଭବତଃ ଦ୍ୱନ୍ଦ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ସାଧାରଣ ଯୋଗାଣ ବିଭାଗ ଦ୍ୱାରା ଏହାକୁ ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଏହି ବିଷୟର ତଦନ୍ତ କରିବା ପାଇଁ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହାସହ ହିତାଧିକାରୀଙ୍କ ମଧ୍ୟରେ ପିଡିଏସରେ ଦିଆଯାଉଥିବା ପୁଷ୍ଟିଯୁକ୍ତ ଚାଉଳର ସନ୍ଦେହକୁ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧା ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.