Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ ରାସ୍ତାରେ ରାଜ୍ୟ କୃଷକ ସାଥୀ ସଂଘ: ୧୧ ଦିନରେ ପହଞ୍ଚିଲା ଧାରଣା
ଆଜିର ଖବର

ରାଜ ରାସ୍ତାରେ ରାଜ୍ୟ କୃଷକ ସାଥୀ ସଂଘ: ୧୧ ଦିନରେ ପହଞ୍ଚିଲା ଧାରଣା

March 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜିକୁ ୧୧ ଦିନ ଧରି ଭୁବନେଶ୍ବରର ରାଜ ରାସ୍ତାରେ ରାଜ୍ୟ କୃଷକ ସାଥୀ ସଂଘ ଧାରଣାରେ ବସିଛି। ୭ ଦଫା ଦାବି ନେଇ କୃଷକ ସାଥୀମାନେ ଲୋୟର ପିଏମଜି ଛକରେ ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ସରକାର ମାନିନାହାନ୍ତି, ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦେଇଛନ୍ତି।

ପୂର୍ବରୁ ଅନେକ ଥର କୃଷକ ସାଥୀମାନେ ନାର୍ଯ୍ୟ ଦାବି ପାଇଁ ଅନଶନ କରିଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଛାଡି ଦେଇଛନ୍ତି। ହେଲେ ଦାବି ଏପର୍ଯ୍ୟନ୍ତ ପୂରଣ ହୋଇପାରୁନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ ଓଡିଶାରେ କୃଷକ ସାଥିମାନେ ୨୦୦୬ ମସିହାରୁ ଦୀର୍ଘ ୧୭ ବର୍ଷ ଧରି କାମ କରିଆସୁଛନ୍ତି। ଓଡିଶାର ପ୍ରତି ପଞ୍ଚାୟତ ପାଇଁ ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ଦ୍ଵାରା ୬ ହଜାର ୮୦୦ କୃଷକ ସାଥୀ କାର୍ଯ୍ୟରତ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟ (୨୦୧୩-୧୪) ରେ ଆଉ ୬ ହଜାର ୮୦୦ କୃଷକ ସାଥୀଙ୍କୁ କାର୍ଯ୍ୟ ଯୋଗାଇଦିଆଯାଇଛି।ଏମାନେ ଓଡିଶା ସରକାରଙ୍କ ଦ୍ଵାରା କୃଷି ଓ କୃଷକର ବିକାଶ ନିମନ୍ତେ ବହୁ ବିଧ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯଥା- ମୃତ୍ତିକା ନମୁନା ସଂଗ୍ରହ, ଫସଲ ପାଇଁ ଖାଦ୍ୟସାର ପରିଚାଳନା, ପାଣି ପଞ୍ଚାୟତ ଗଠନ, ରୋଗ ପୋକ ପରିଚାଳନା, ଶ୍ରୀ ପ୍ରଣାଳୀରେ ଧାଡ଼ି ରୁଆ ଧାନ ଚାଷ, ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି କୃଷକଙ୍କୁ ଯୋଗାଣ ପାଇଁ ପରାମର୍ଶ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କାଳିଆ ଯୋଜନା, ବଳରାମ ଯୋଜନା ଇତ୍ୟାଦି ସରକାରୀ ଯୋଜନାରେ ତଥ୍ୟ ସଂଗ୍ରହ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ଏସବୁ କାର୍ଯ୍ୟ କରିବା ସତ୍ତ୍ୱେ ରାଜ୍ୟରେ କୃଷକ ସାଥୀମାନଙ୍କୁ ସରକାର ଅଣଦେଖା କରୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ କେବଳ ୧୨ ହଜାର ଟଙ୍କା (୪ ଟି କିସ୍ତି) ଦେଉଥିବାରୁ କୃଷକ ସାଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏତେ କମ ଦରମାରେ କୃଷକ ସାଥୀମାନେ ନିଜର ପରିବାର ଚଳାଇବା କଷ୍ଟକର ହୋଇପଡୁଛି ବୋଲି ସେମାନେ କହିଛନ୍ତି।

ତେବେ ତାଙ୍କର ଦାବି ପୂରଣ କରିବା ପାଇଁ ଗତ ମାସ ୨୨ ତାରିଖରୁ ରାଜ୍ୟ କୃଷକ ସାଥୀମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ସରକାରଙ୍କ ନିକଟରେ ସେମାନଙ୍କର ୭ ଟି ଦାବି ରହିଛି। ସେଗୁଡିକ ହେଲା…..

୧- କୃଷି ବିଭାଗରେ କୃଷି କର୍ମଚାରୀ ମାନ୍ୟତା।

୨- କୁଶଳୀ ଶ୍ରମିକ ହାରରେ ମାସିକ ମଜୁରୀ ପ୍ରଦାନ।

୩- ପିଏଫ, ଇଏସଆଇ ଏବଂ ସାମାଜିକ ସୁରକ୍ଷା ଯୋଗାଇଦେବା।

୪- ଡ୍ରେସ କୋର୍ଡ ସହିତ ପରିଚୟ ପତ୍ର ପ୍ରଦାନ। ଆବଶ୍ୟକୀୟ ଉନ୍ନତ କୃଷି ନିମନ୍ତେ ତାଲିମ ଏବଂ ଉପାଦେୟ ପୁସ୍ତକ ପ୍ରଦାନ।

୫- କାର୍ଯ୍ୟରତ କୃଷକ ସାଥୀଙ୍କ ମୃତ୍ୟୁ ପରେ ଅଗ୍ରାଧିକାର ଭିତ୍ତିରେ ତାଙ୍କ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ।

୬- ସମସ୍ତ କୃଷକ ଭିତିକ ଉନ୍ନୟନ କାର୍ଯ୍ୟରେ ଏନଜିଓ ମାନଙ୍କୁ ଉଚ୍ଛେଦ କରି କୃଷକ ସାଥୀମାନଙ୍କୁ ନିୟୋଜିତ କରାଯାଉ।

୭- ଗ୍ରାମାଞ୍ଚଳମାନଙ୍କୁ ଏନଏସି ଘୋଷଣା ପରେ ସେଠାରେ ନିୟୋଜିତ ଥିବା କୃଷକ ସାଥୀମାନଙ୍କୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରାଯାଉ।

ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ଜାତିଗତ ପ୍ରମାଣପତ୍ର ଜାଲିୟାତି ଅଭିଯୋଗ କରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରିଲା କଂଗ୍ରେସ

August 27, 2025

ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ବାନ

August 27, 2025

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ, ମିଳିବ ସଫଳତା

August 27, 2025

ଆଜି ପ୍ରଭୃ ଶ୍ରୀଗଣେଶଙ୍କ ପୂଜା, ଜାଣନ୍ତୁ କେତେବେଳେ ଅଛି ପୂଜା କରିବା ମୂହୁର୍ତ୍ତ

August 27, 2025
Latest News

ଜାତିଗତ ପ୍ରମାଣପତ୍ର ଜାଲିୟାତି ଅଭିଯୋଗ କରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରିଲା କଂଗ୍ରେସ

August 27, 2025

ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ବାନ

August 27, 2025

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ, ମିଳିବ ସଫଳତା

August 27, 2025

ଆଜି ପ୍ରଭୃ ଶ୍ରୀଗଣେଶଙ୍କ ପୂଜା, ଜାଣନ୍ତୁ କେତେବେଳେ ଅଛି ପୂଜା କରିବା ମୂହୁର୍ତ୍ତ

August 27, 2025

ଆଜି ଗଣେଶ ପୂଜାରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ ଜ୍ଞାନ, ଜାଣନ୍ତୁ ରାଶିଫଳ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.