ନର୍କରେ ପଡନ୍ତି ଗାଈ ହତ୍ୟାକାରୀ:’ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶାମିନ୍ ଅହମ୍ମଦ

Published: Mar 5, 2023, 12:44 pm IST

ଲକ୍ଷ୍ନୌ: ଗାଈ ହତ୍ୟାକୁ ନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ହିନ୍ଦୁ ଧାର୍ମିକ ଗ୍ରନ୍ଥଗୁଡ଼ିକୁ ଦର୍ଶାଇ ବେଞ୍ଚ କହିଛନ୍ତି ଯେ, ଗାଈକୁ ହତ୍ୟା କରୁଥିବା ବ୍ୟକ୍ତିରେ ନର୍କରେ ପଡନ୍ତି। ଗାଈ ହତ୍ୟାକୁ ନିଷିଦ୍ଧ କରିବା ଏବଂ ଏହାକୁ ସଂରକ୍ଷିତ ପଶୁ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦେଶବ୍ୟାପୀ ଆଇନ ପ୍ରଣୟନ କରିବା ଲାଗି କୋର୍ଟ କହିଛନ୍ତି।

ଗୋରୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କ ଆବେଦନ ଶୁଣି ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଶାମିନ୍ ଅହମ୍ମଦ କହିଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ଦେଶ ହୋଇଥିବାରୁ ସମସ୍ତ ଧର୍ମକୁ ସମ୍ମାନ ଦେବା ଜରୁରୀ ଅଟେ। ଜଷ୍ଟିସ ଅହମ୍ମଦ କହିଛନ୍ତି ଯେ, ହିନ୍ଦୁ ଧର୍ମ ସମେତ ସମସ୍ତ ଧର୍ମକୁ ସମ୍ମାନ ଦିଆଯିବା ଉଚିତ, ଯାହା ବିଶ୍ୱାସ କରେ ଯେ ଗାଈକୁ ସୁରକ୍ଷା ଏବଂ ସମ୍ମାନ ଦିଆଯିବା ଉଚିତ। କାରଣ ଏହା ଈଶ୍ୱରୀୟ ତଥା ପ୍ରକୃତି ପାଇଁ ପ୍ରତିନିଧିତ୍ଵ କରେ।

Related posts