Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ଦୋହରୀକରଣ ଲାଇନରେ ଟ୍ରେନ ଚଳାଚଳ ପାଇଁ କାର୍ଯ୍ୟକ୍ଷମ
ଆଜିର ଖବର

ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ଦୋହରୀକରଣ ଲାଇନରେ ଟ୍ରେନ ଚଳାଚଳ ପାଇଁ କାର୍ଯ୍ୟକ୍ଷମ

March 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଙ୍କ ଦ୍ୱାରା ଅନୁମୋଦନ ପରେ ମାର୍ଚ୍ଚ ମାସ ୩ ତାରିଖ ଠାରୁ ଜାରୋଲି-ଯଖପୁରା ସୁପର କ୍ରିଟିକାଲ ଦୋହରୀକରଣ ପ୍ରକଳ୍ପର ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ୧୭.୭୯୯ କିଲୋମିଟର ଦୈର୍ଘ୍ୟ ଦୋହରୀକରଣ ଲାଇନରେ ୩ ମାର୍ଚ୍ଚ ୨୦୨୩ ଠାରୁ ଟ୍ରେନ୍ ଚଳାଚଳ ପାଇଁ କାର୍ଯ୍ୟକ୍ଷମ କରାଯାଇଅଛି।  ରେଳ ଚଳାଚଳ ପାଇଁ ସମସ୍ତ ନିରାପତ୍ତା ସମ୍ବନ୍ଧୀୟ ଦିଗକୁ ନୀରିକ୍ଷଣ କରିବାପରେ ସିଆରଏସ ଏହି ରେଳ ସେକ୍ସନକୁ ଅନୁମୋଦନ କରିଛନ୍ତି।

ଏହି ସୁପର କ୍ରିଟିକାଲ ଦୋହରୀକରଣ ରେଳ ପ୍ରକଳ୍ପର କାର୍ଯ୍ୟକ୍ଷମ ହେବାପରେ ଏହି ରେଳ ମାର୍ଗରେ ପଣ୍ୟ ପରିବହନ (ମୁଖ୍ୟତ ଲୁହାପଥର ଏବଂ ମାଙ୍ଗାନିଜ୍ ଇତ୍ୟାଦି ଖଣିଜ ଦ୍ରବ୍ୟ) ତଥା ଯାତ୍ରୀ ପରିବହନ ପାଇଁ ବର୍ତ୍ତମାନର ଯାତାୟାତ ସୁବିଧା ଠାରୁ ଉନ୍ନତ କ୍ଷମତା ପ୍ରଦାନ କରିବ। ଯାତ୍ରୀ ପରିବହନ କରୁଥିବା ଟ୍ରେନ୍ ଚଳାଚଳ ବ୍ୟତୀତ ପୂର୍ବତଟ ରେଳପଥ ଦ୍ୱାରା ଧାମରା, ପାରାଦୀପ ଏବଂ ବିଶାଖାପାଟନମ୍ ପରି ନିକଟ ବନ୍ଦରକୁ ଲୁହା ଏବଂ କୋଇଲା ପରିବହନ ସହଜ ହେବ। ଏହି ଲାଇନ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଲୁହା ପଥର ଏବଂ ମାଙ୍ଗାନିଜ୍ ସମୃଦ୍ଧ ଅଞ୍ଚଳକୁ ନିକଟ ବନ୍ଦର ସହିତ ଅନେକ ଇସ୍ପାତ କାରଖାନାକୁ ସଂଯୋଗ କରିବ। ଦେଶର ବିକାଶ ସହିତ ଏହି ଅଞ୍ଚଳର ବିକାଶ ପାଇଁ ଏହି ଦୋହରୀକରଣ ପ୍ରକଳ୍ପ ଅତ୍ୟନ୍ତ ଜରୁରୀ ଅଟେ।

ବାଂଶପାଣି-ଜାରୋଲି-ଦୈତାରୀ-ଟମକା-ଯଖପୁରା ଦୋହରୀକରଣ ପ୍ରକଳ୍ପ ଦୈର୍ଘ୍ୟ ପ୍ରାୟ ୧୮୦ କିଲୋମିଟର। ଏହି ପ୍ରକଳ୍ପର ଅନୁମୋଦିତ ମୂଲ୍ୟ ବର୍ତ୍ତମାନ ୧୮୨୬ କୋଟି ଅଟେ।  ୧୮୦ କିଲୋମିଟର ମଧ୍ୟରୁ ୧୨୪ କିମି ଦୋହରୀକରଣ କାର୍ଯ୍ୟ ଫେବୃଆରୀ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହୋଇସାରିଛି। ନୂତନ ଭାବେ କାର୍ଯ୍ୟକ୍ଷମ ଶଗଡ଼ପଟା-ଟାଙ୍ଗିରିପାଲ ରେଳ ସେକ୍ସନ ରେ ସର୍ବାଧିକ ୯୦ କିଲୋମିଟର ବେଗରେ ଟ୍ରେନ୍ ଚଳାଇବାକୁ ଅନୁମୋଦନ କରାଯାଇଅଛି। ଏହି ସେକ୍ସନରେ ଛଅଟି ପ୍ରମୁଖ ଏବଂ ୪୬ ଟି ଛୋଟ ବ୍ରିଜ୍ ନିର୍ମାଣ କରାଯାଇଅଛି।

ମାର୍ଚ୍ଚ ମାସ ୩ ତାରିଖରେ ମୁଖ୍ୟ ନିରାପତ୍ତା ଆୟୁକ୍ତ ଏ ଏମ ଚୌଧୁରୀ, ଉପମୁଖ୍ୟ ନିରାପତ୍ତା ଆୟୁକ୍ତ ବିଏସକେ ସୁବୁଧୀଙ୍କ ସହିତ ଏହି ପ୍ରକଳ୍ପ ଯାଞ୍ଚ କରିଥିବାବେଳେ ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ ଏ ପି ଦ୍ବିବେଦୀ, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ୍) ରିଙ୍କେଶ ରୟ, ମୁଖ୍ୟ ବ୍ରିଜ୍ ଇଞ୍ଜିନିୟର ବ୍ରଜେଶ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ/ଆରଭିଏନ୍ଏଲ୍ ଏସ୍ କେ ପାତ୍ରଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଓ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଏହି ନିରୀକ୍ଷଣ ସମୟରେ ସିଆରଏସଙ୍କୁ ସହାୟତା କରିଥିଲେ।

ଦୋହରୀକରଣ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.