Categories
ଆଜିର ଖବର ରାଜ୍ୟ ଖବର

ଦାମନଯୋଡି-ବାଇଗୁଡ଼ା ମଧ୍ୟରେ 14.6 କିମି ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ

ଭୁବନେଶ୍ଵର: କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ରେଳ ଲାଇନ ପ୍ରକଳ୍ପର ଦାମନଯୋଡି ଏବଂ ବାଇଗୁଡା ଦୋହରୀକରଣ କାର୍ଯ୍ୟ ମଧ୍ୟରେ 14.60 କିଲୋମିଟରର ନୂତନ ଭାବେ ନିର୍ମିତ ଦୋହରି ବ୍ରଡ ଗେଜ ରେଳ ଲାଇନ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି।

କମିଶନର୍ ରେଲୱେ ସୁରକ୍ଷା/ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଏହି ନୂତନ ଭାବେ ନିର୍ମିତ ରେଳ ଲାଇନକୁ 7 ଜାନୁଆରୀ 2024 ରେ ନୀରିକ୍ଷଣ କରି ରେଳ ସେକ୍ସନରେ ଟ୍ରେନ ଚଳାଚଳ କାର୍ଯ୍ୟକାରିତା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପର ସଂପୂର୍ଣ୍ଣ ରେଳ ସେକ୍ସନ ବର୍ତ୍ତମାନ ଟ୍ରେନ୍ ଟ୍ରାଫିକ୍ ପାଇଁ ବ୍ୟବହାର କରାଯାଇଅଛି।

ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) 7 ଜାନୁଆରୀ, 2024 ରେ ନୂତନ ଭାବେ ନିର୍ମିତ ଦୋହରୀକରଣ ରେଳ ଲାଇନକୁ ଯାଞ୍ଚ କରି 164 କିଲୋମିଟର ଲମ୍ବା କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟାଗଡା) ଦୋହରୀକରଣ ପ୍ରକଳ୍ପର 14.60 କିଲୋମିଟର ବିଭାଗକୁ କାର୍ଯ୍ୟକ୍ଷମ କରିବାକୁ ଅନୁମତି ଦେଇଛନ୍ତି। ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍ ଏବଂ ବ୍ରିଜଗୁଡିକର ସୁରକ୍ଷା ସମ୍ବନ୍ଧୀୟ ପ୍ରତ୍ୟକ ନିରାପତ୍ତା କ୍ଷେତ୍ରରେ ମୂଲ୍ୟାଙ୍କନ କରାଯାଇ ଚଳାଚଳ ସକ୍ଷମ ଘୋଷିତ କରାଯାଇଅଛି। ପୂର୍ବ ତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଏ.ଜି.ଶ୍ରୀନିବାସ ଓ ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ସୌରଭ ପ୍ରକାଶଙ୍କ ସହିତ ଅନ୍ୟ ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଟିମ୍ ଯାଞ୍ଚ ସମୟରେ ସିଆରଏସ ଙ୍କୁ ଏହି ନିରୀକ୍ଷଣ ସମୟରେ ସହାୟତା କରିଥିଲେ।

ମୋଟାମୋଟି ଭାବେ, 164.5 କିଲୋମିଟରରୁ 33.50 କିଲୋମିଟର ରେଳ ଲାଇନ କାମ କାର୍ଯ୍ୟକ୍ଷମ ହୋଇଛି। ଗତ ଆର୍ଥିକ ବର୍ଷରେ କୋରାପୁଟରୁ ଦାମନଯୋଡି ପର୍ଯ୍ୟନ୍ତ 18.9 କିଲୋମିଟର ଦୋହରୀକରଣ କାର୍ଯ୍ୟ କାର୍ଯ୍ୟକ୍ଷମ ହୋଇଥିଲା। ପରବର୍ତ୍ତୀ ଯୋଜନାଗୁଡ଼ିକରେ ଚଳିତ ବର୍ଷ ଲକ୍ଷ୍ମୀପୁରରୁ ଟିକିରି ପର୍ଯ୍ୟନ୍ତ 21.75 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ କାର୍ଯ୍ୟକ୍ଷମ ପାଇଁ ଆଶା କରାଯାଉଅଛି। ପାହାଡ ଏବଂ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ଭାଲୁମୁସ୍କା ଠାରୁ ଟିକିରି ମଧ୍ୟରେ 45.86 କିଲୋମିଟର ଦୋହରୀକରଣ କାର୍ଯ୍ୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ପ୍ରକଳ୍ପର ବିଭିନ୍ନ ସେକ୍ସନ ମଧ୍ୟରେ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଦୋହରୀକରଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ସୁଦୂର ଏବଂ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହେବା ସତ୍ତ୍ୱେ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ ରେଳ ମାର୍ଗ ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ।

ପୂର୍ବ ତଟ ରେଳପଥର ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ରେଳ ଲାଇନର ଦୋହରୀକରଣ ପ୍ରକଳ୍ପର ଧାର୍ଯ୍ୟ ସମୟରେ ସମାପ୍ତ ହେବା ପାଇଁ ଆହ୍ୱାନକୁ ଦୂର କରିବା ପାଇଁ ପ୍ରୟାସ କରାଯାଉଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏହି ପ୍ରକଳ୍ପର ଅଗ୍ରଗତି ଉପରେ ସକ୍ରିୟ ନଜର ରଖିଛନ୍ତି। କୋରାପୁଟ-ରାୟଗଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ପ୍ରାଥମିକତା ଦେଇଛି।

ଚାଲୁ ରହିଥିବା ପ୍ରକଳ୍ପର ସ୍ଥିତି ସମୀକ୍ଷା କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିବାବେଳେ ରେଳ ବୋର୍ଡ ଦ୍ୱାରା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅବଶିଷ୍ଟ ଅଂଶ ସମ୍ପୂର୍ଣ୍ଣ କରିବାକୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ଦୋହରୀକରଣ ଲାଇନରେ ଟ୍ରେନ ଚଳାଚଳ ପାଇଁ କାର୍ଯ୍ୟକ୍ଷମ

ଭୁବନେଶ୍ଵର: ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଙ୍କ ଦ୍ୱାରା ଅନୁମୋଦନ ପରେ ମାର୍ଚ୍ଚ ମାସ ୩ ତାରିଖ ଠାରୁ ଜାରୋଲି-ଯଖପୁରା ସୁପର କ୍ରିଟିକାଲ ଦୋହରୀକରଣ ପ୍ରକଳ୍ପର ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ୧୭.୭୯୯ କିଲୋମିଟର ଦୈର୍ଘ୍ୟ ଦୋହରୀକରଣ ଲାଇନରେ ୩ ମାର୍ଚ୍ଚ ୨୦୨୩ ଠାରୁ ଟ୍ରେନ୍ ଚଳାଚଳ ପାଇଁ କାର୍ଯ୍ୟକ୍ଷମ କରାଯାଇଅଛି।  ରେଳ ଚଳାଚଳ ପାଇଁ ସମସ୍ତ ନିରାପତ୍ତା ସମ୍ବନ୍ଧୀୟ ଦିଗକୁ ନୀରିକ୍ଷଣ କରିବାପରେ ସିଆରଏସ ଏହି ରେଳ ସେକ୍ସନକୁ ଅନୁମୋଦନ କରିଛନ୍ତି।

ଏହି ସୁପର କ୍ରିଟିକାଲ ଦୋହରୀକରଣ ରେଳ ପ୍ରକଳ୍ପର କାର୍ଯ୍ୟକ୍ଷମ ହେବାପରେ ଏହି ରେଳ ମାର୍ଗରେ ପଣ୍ୟ ପରିବହନ (ମୁଖ୍ୟତ ଲୁହାପଥର ଏବଂ ମାଙ୍ଗାନିଜ୍ ଇତ୍ୟାଦି ଖଣିଜ ଦ୍ରବ୍ୟ) ତଥା ଯାତ୍ରୀ ପରିବହନ ପାଇଁ ବର୍ତ୍ତମାନର ଯାତାୟାତ ସୁବିଧା ଠାରୁ ଉନ୍ନତ କ୍ଷମତା ପ୍ରଦାନ କରିବ। ଯାତ୍ରୀ ପରିବହନ କରୁଥିବା ଟ୍ରେନ୍ ଚଳାଚଳ ବ୍ୟତୀତ ପୂର୍ବତଟ ରେଳପଥ ଦ୍ୱାରା ଧାମରା, ପାରାଦୀପ ଏବଂ ବିଶାଖାପାଟନମ୍ ପରି ନିକଟ ବନ୍ଦରକୁ ଲୁହା ଏବଂ କୋଇଲା ପରିବହନ ସହଜ ହେବ। ଏହି ଲାଇନ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଲୁହା ପଥର ଏବଂ ମାଙ୍ଗାନିଜ୍ ସମୃଦ୍ଧ ଅଞ୍ଚଳକୁ ନିକଟ ବନ୍ଦର ସହିତ ଅନେକ ଇସ୍ପାତ କାରଖାନାକୁ ସଂଯୋଗ କରିବ। ଦେଶର ବିକାଶ ସହିତ ଏହି ଅଞ୍ଚଳର ବିକାଶ ପାଇଁ ଏହି ଦୋହରୀକରଣ ପ୍ରକଳ୍ପ ଅତ୍ୟନ୍ତ ଜରୁରୀ ଅଟେ।

ବାଂଶପାଣି-ଜାରୋଲି-ଦୈତାରୀ-ଟମକା-ଯଖପୁରା ଦୋହରୀକରଣ ପ୍ରକଳ୍ପ ଦୈର୍ଘ୍ୟ ପ୍ରାୟ ୧୮୦ କିଲୋମିଟର। ଏହି ପ୍ରକଳ୍ପର ଅନୁମୋଦିତ ମୂଲ୍ୟ ବର୍ତ୍ତମାନ ୧୮୨୬ କୋଟି ଅଟେ।  ୧୮୦ କିଲୋମିଟର ମଧ୍ୟରୁ ୧୨୪ କିମି ଦୋହରୀକରଣ କାର୍ଯ୍ୟ ଫେବୃଆରୀ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହୋଇସାରିଛି। ନୂତନ ଭାବେ କାର୍ଯ୍ୟକ୍ଷମ ଶଗଡ଼ପଟା-ଟାଙ୍ଗିରିପାଲ ରେଳ ସେକ୍ସନ ରେ ସର୍ବାଧିକ ୯୦ କିଲୋମିଟର ବେଗରେ ଟ୍ରେନ୍ ଚଳାଇବାକୁ ଅନୁମୋଦନ କରାଯାଇଅଛି। ଏହି ସେକ୍ସନରେ ଛଅଟି ପ୍ରମୁଖ ଏବଂ ୪୬ ଟି ଛୋଟ ବ୍ରିଜ୍ ନିର୍ମାଣ କରାଯାଇଅଛି।

ମାର୍ଚ୍ଚ ମାସ ୩ ତାରିଖରେ ମୁଖ୍ୟ ନିରାପତ୍ତା ଆୟୁକ୍ତ ଏ ଏମ ଚୌଧୁରୀ, ଉପମୁଖ୍ୟ ନିରାପତ୍ତା ଆୟୁକ୍ତ ବିଏସକେ ସୁବୁଧୀଙ୍କ ସହିତ ଏହି ପ୍ରକଳ୍ପ ଯାଞ୍ଚ କରିଥିବାବେଳେ ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ ଏ ପି ଦ୍ବିବେଦୀ, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ୍) ରିଙ୍କେଶ ରୟ, ମୁଖ୍ୟ ବ୍ରିଜ୍ ଇଞ୍ଜିନିୟର ବ୍ରଜେଶ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ/ଆରଭିଏନ୍ଏଲ୍ ଏସ୍ କେ ପାତ୍ରଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଓ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଏହି ନିରୀକ୍ଷଣ ସମୟରେ ସିଆରଏସଙ୍କୁ ସହାୟତା କରିଥିଲେ।