Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

July 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ପ୍ରଧାନ
Big Breaking: ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶାର ୭୪ କିଲୋମିଟର ପାରାଦୀପ-ହରିଦାସପୁର ରେଳ ଲାଇନର ଦୋହରୀକରଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ପୂର୍ଣ୍ଣ ସରକାରୀ ପୁଞ୍ଜିନିବେଶ  ଏବଂ ମୋଡ୍‌ରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ବୃହତ ପ୍ରକଳ୍ପ ପାଇଁ ଅନୁମାନିକ ପ୍ରାୟ ୨୫୪୨ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବଦୋୟ’ ମିଶନ ଅଧୀନରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶକୁ ଅଗ୍ରାଧିକାର ଦିଆଯାଉଛି । ଏହି ଦୋହରୀକରଣ ପ୍ରକଳ୍ପ ଦ୍ୱାରା ହରିଦାସପୁର-ପାରାଦୀପ ସେକ୍ସନରେ ରେଳ ଚଳାଚଳ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ, ଯାହା ଫଳରେ ଏହି ରୁଟ୍‌ରେ ଅଧିକ ସଂଖ୍ୟକ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ ସୁଗମତାର ସହ ଚଲାଚଳ କରିପାରିବ। ପରିବହନ ବ୍ୟବସ୍ଥାରେ ଏହି ସୁଧାର ରାଜ୍ୟର ସାମଗ୍ରିକ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହି ପ୍ରକଳ୍ପ ଓଡ଼ିଶାର ବାଣିଜ୍ୟିକ ପ୍ରଗତିର ପ୍ରାଣକେନ୍ଦ୍ର ପାରାଦୀପ ବନ୍ଦର ପାଇଁ ଏକ ଗେମ୍-ଚେଞ୍ଜର ସାବ୍ୟସ୍ତ ହେବ। ବର୍ଦ୍ଧିତ ରେଳ କ୍ଷମତା ଯୋଗୁଁ ପାରାଦୀପ ବନ୍ଦର ଦେଇ ହେଉଥିବା ଆମଦାନୀ-ରପ୍ତାନି କାର୍ଗୋ ଏବଂ ଘରୋଇ ଉପକୂଳବର୍ତ୍ତୀ ମାଲ୍ ପରିବହନ ବେଶ୍ ତ୍ୱରାନ୍ୱିତ ହେବ। ଏହା ବନ୍ଦରର ନିର୍ଦ୍ଧାରିତ କାର୍ଗୋ ଲକ୍ଷ୍ୟ ହାସଲ କରିବାରେ ବେଶ୍ ସହାୟକ ହେବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି କରିବ। ଏହି ସମୟୋପଯୋଗୀ ନିଷ୍ପତ୍ତି ଆଞ୍ଚଳିକ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ମଞ୍ଜୁରୀ ଦୋହରୀକରଣ ପ୍ରକଳ୍ପ ଧର୍ମେନ୍ଦ୍ର ପ୍ରଧାନ ରେଳ ଲାଇନ ହରିଦାସପୁର ହରିଦାସପୁର-ପାରାଦୀପ
Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026
Latest News

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.