Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳପଥର ପ୍ରେରଣାପ୍ରଦ ମହିଳାଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା
ଆଜିର ଖବର

ରେଳପଥର ପ୍ରେରଣାପ୍ରଦ ମହିଳାଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା

March 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ରେଳ ଅଡିଟୋରିୟମ ଠାରେ ପୂର୍ବତଟ ରେଳପଥ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ କରାଯାଇଥିଲା।

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳବାଇ ମହିଳାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରବନ୍ଧକ ଏହି ଅବସରରେ ଦକ୍ଷ ମହିଳା କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ଗୌରବ ଆଣିପାରିଛନ୍ତି। ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, ଆମର ମୂଲ୍ୟବାନ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ କଠିନ ପରିଶ୍ରମ କରୁଥିବା ଆମର ମହିଳା ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ, ଗାର୍ଡ, ଟ୍ରାକମ୍ୟାନ୍ ଙ୍କ ସହିତ ସାଙ୍କେତିକ ଓ ଦୂରସଂଚାର ମହିଳା କର୍ମଚାରୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ତବ୍ୟରତ ମହିଳ କର୍ମଚାରୀ ଓ ରେଳବାଇ ସୁରକ୍ଷା ବଳ ମହିଳା କର୍ମଚାରୀମାନେ ମଧ୍ୟ ଏହି ରେଳବାଇକୁ ସର୍ବୋଚ୍ଚ ସ୍ତରକୁ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଅବସରରେ ଉପସ୍ଥିତ ରେଳବାଇ ମହିଳା କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ସମ୍ବୋଧିତ କରି ଇକୋରୋ ସଭାପତି ଦିବ୍ୟା ଶର୍ମା କହିଛନ୍ତି ଯେ ମହିଳାମାନେ ପ୍ରଗତିର ପ୍ରତୀକ ! ମହିଳା ସଶକ୍ତିକରଣ ରାଷ୍ଟ୍ର ବିକାଶକୁ ସହାୟତା କରିବା ସହିତ ସଭ୍ୟତାକୁ ଅଗ୍ରଗତି କରିବାକୁ ଆଗେଇ ନେଇଥାଏ। ଶ୍ରୀମତୀ ଶର୍ମା ମଧ୍ୟ ପ୍ରତ୍ୟେକ ମହିଳା ଏବଂ ନାରୀତ୍ୱର ଅଦମ୍ୟ ଆତ୍ମାକୁ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ବରିଷ୍ଠ ପରାମର୍ଶଦାତା ଡଃ ଶ୍ରୀମତୀ ଅରୁନ୍ଧତୀ ସେନାପତି କହିଛନ୍ତି ଯେ ବିତ୍ପାତ ଓ ମହାମାରୀ ସମୟରେ ରେଳପଥ ମହିଳା କର୍ମଚାରୀମାନଙ୍କ ଉଲ୍ଲେଖନୀୟ ଓ ଉତ୍ସର୍ଗୀକୃତ ସେବା ଅତି ପ୍ରଶଂସନୀୟ। ସେ ମଧ୍ୟ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଭାବରେ ରୋଗ ଚିହ୍ନଟ ଏବଂ ଏହାର ନିରାକରଣ ବିଷୟରେ ଆଲୋକପାତ କରିଥିଲେ।

ମହାପ୍ରବନ୍ଧକ ଶ୍ରୀ ଶର୍ମା ଏବଂ ଇକୋରୋ ସଭାପତି ଦିବ୍ୟା ଶର୍ମା ମଧ୍ୟ ଏହି ଅବସରରେ ୫୦ ଜଣ ରେଳବାଇ ମହିଳାଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠାପର ସେବା ସହିତ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା। ରେଳବାଇର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ବରିଷ୍ଠ ରେଳବାଇ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଯୋଗଦାନ କରିଥିଲେ। ପୂର୍ବ ତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଉପମୁଖ୍ୟ କାର୍ମିକ ଅଧିକାରୀ ପ୍ରଖର ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।  ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ମଧ୍ୟ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଠାରେ ପାଳନ କରାଯାଇଥିଲା।

ଆନ୍ତର୍ଜାତୀୟ ମହିଳା ଦିବସ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ରେଳ ଅଡିଟୋରିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.