Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ଵର ବଡ଼ ବଡ଼ ସମସ୍ୟା ସମାଧାନ କରିବାର କ୍ଷମତା ଭାରତରେ ରହିଛି: ବିଲ ଗେଟ୍ସ
ଆଜିର ଖବର

ବିଶ୍ଵର ବଡ଼ ବଡ଼ ସମସ୍ୟା ସମାଧାନ କରିବାର କ୍ଷମତା ଭାରତରେ ରହିଛି: ବିଲ ଗେଟ୍ସ

March 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ଵର ଖ୍ୟାତନାମା ସମାଜସେବୀ ବିଲ ଗେଟ୍ସ ତାଙ୍କର ସ୍ମରଣୀୟ ଭାରତ ଗସ୍ତକୁ ନେଇ ସାମାଜିକ ଗଣମାଧ୍ୟମରେ ନିଜ ଅନୁଭୂତି ବାଣ୍ଟିଛନ୍ତି। ଏଥିରେ ସେ କହିଛନ୍ତି ଯେ ପୁଣିଥରେ ସେ ନିଶ୍ଚୟ ଭାରତ ଆସିବାକୁ ଚାହିଁବେ। କାରଣ ଏଠାରେ ପ୍ରତ୍ୟେକ ଥର ତାଙ୍କୁ ଚମତ୍କାର ଅନୁଭୂତି ମିଳିବା ସହିତ ଅନେକ କିଛି ଶିଖିବାର ସୁଯୋଗ ମିଳୁଛି। ଭାରତ ଆସିଥିବା ସମୟରେ ଶ୍ରୀ ଗେଟ୍ସ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିସବୁ କାର୍ଯ୍ୟକ୍ରମର ଫଟୋ ସେ ସାମାଜିକ ଗଣମାଧ୍ୟମରେ ଶେୟାର କରିବା ସହିତ ନିଜର ଅନୁଭୂତି ଲେଖିଛନ୍ତି।

ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା ବୋଲି ବିଲ ଗେଟ୍ସ କହିଛନ୍ତି। ସେ କହିଛନ୍ତି ଯେ, ଭାରତ ସ୍ୱାସ୍ଥ୍ୟ, ଆର୍ଥିକ ଅନ୍ତର୍ଭୂକ୍ତିକରଣ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଡିଜିଟାଲକରଣ କ୍ଷେତ୍ରରେ ପ୍ରଗତିର ନେତୃତ୍ୱ ନେଉଛି। ମୁମ୍ବାଇରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହୃତ ଏକ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବାକୁ ନେଇ ଶ୍ରୀ ଗେଟ୍ସ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବିଶ୍ଵର ସବୁଠୁ ଅଧିକ ସଂଖ୍ୟକ ଯକ୍ଷ୍ମା ରୋଗୀ ଭାରତରେ ଅଛନ୍ତି। ତେଣୁ ସେମାନଙ୍କ ପାଇଁ ଏଭଳି ଚିକିତ୍ସା ବ୍ୟବସ୍ଥା ଅତି ଗୁରୁତ୍ୱପୂର୍ଣ୍ଣ। ଭାରତରୁ ଯକ୍ଷ୍ମା ଉନ୍ମୁଳନ ପାଇଁ ଅଭିନେତ୍ରୀ ଅୟିୟୋ ଶ୍ରଦ୍ଧାଙ୍କ ସହିତ ହୋଇଥିବା ଫଳପ୍ରଦ ଆଲୋଚନା ବିଷୟରେ ମଧ୍ୟ ବିଲ ଗେଟ୍ସ ଉଲ୍ଲେଖ କରିଛନ୍ତି। ମୁମ୍ବାଇ ସହର ଏକ ନୂଆ ଆଭିମୁଖ୍ୟ ନେଇ ଯକ୍ଷ୍ମା ଦୂରୀକରଣ ପ୍ରୟାସରେ ଅଗ୍ରଣୀ ରହିଛି ବୋଲି ସେ କହିଛନ୍ତି। ସେହିପରି କିଶୋର ସେତୁ ପ୍ରେମୀ ଅଂଶୁଲ ଭଟ୍ଟଙ୍କ ସହିତ ହୋଇଥିବା ଆଲୋଚନାକୁ ନେଇ ମଧ୍ୟ ଶ୍ରୀ ଗେଟ୍ସ ଖୁସି ବ୍ୟକ୍ତ କରିଛନ୍ତି।

ଦିଲ୍ଲୀ ଗସ୍ତ ଅବସରରେ ଶ୍ରୀ ଗେଟ୍ସ ପ୍ରଥମେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନକୁ ଯାଇଥିଲେ। ମରୁଡ଼ି, ବନ୍ୟା ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ ଫସଲ ବିକାଶ ସମ୍ପର୍କରେ ଜାଣି ସେ ଆନନ୍ଦିତ ହୋଇଥିଲେ। ଏହି ଅବସରରେ ସେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିଥିଲେ ଏବଂ ଶିଶୁମାନଙ୍କର ଅନ୍ନପ୍ରାସନ ସମାରୋହରେ ସାମିଲ ହୋଇଥିଲେ। ମା’ କ୍ଷୀର ପରେ ନବଜାତ ଶିଶୁକୁ ଅନ୍ୟ ଖାଦ୍ୟ ଖୁଆଇବାର ଏହି ହିନ୍ଦୁ ପରମ୍ପରା ବାସ୍ତବରେ ପ୍ରେରଣାଦାୟୀ ବୋଲି ବିଲ ଗେଟ୍ସ କହିଛନ୍ତି। ଦିଲ୍ଲୀରେ ଧୂଆଁ ଓ ଶବ୍ଦ ପ୍ରଦୂଷଣମୁକ୍ତ ଇଲେକ୍ଟ୍ରିକ ଅଟୋ ରିକ୍ସା ଚଳାଇବାର ନିଜର ଅନୁଭୂତି ସମ୍ପର୍କରେ ଶ୍ରୀ ଗେଟ୍ସ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଅଙ୍ଗାରକାମ୍ଳ ମୁକ୍ତ ଏହି ବାହନ ବେଶ ପରିବେଶ ଉପଯୋଗୀ ବୋଲି ସେ କହିଛନ୍ତି।

ବିଲ ଗେଟ୍ସ ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ସହ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମହିଳା ଓ କମ ଆୟବର୍ଗର ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଡିଜିଟାଲ ଉପକରଣ ଏବଂ ଆପ୍ଲିକେସନଗୁଡ଼ିକର ବ୍ୟବହାରକୁ ନେଇ ସେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଭାରତ ସରକାରଙ୍କ ଅନ୍ୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ।

ବାଙ୍ଗାଲୋରର ହାଲାସୁର ଅଞ୍ଚଳରେ ଡିଜିଟାଲ ବ୍ୟାଙ୍କ ସେବା କିଭଳି ଭାବେ ଗରିବ ଓ ବଞ୍ଚିତ ସମୁଦାୟ ନିକଟରେ ପହଞ୍ଚିପାରିଛି ତାହା ଦେଖି ଶ୍ରୀ ଗେଟ୍ସ ପ୍ରଭାବିତ ହୋଇଥିଲେ। ଡାକ ବିଭାଗର କର୍ମଚାରୀମାନେ ଲୋକମାନଙ୍କ ଘର ପାଖରେ ବ୍ୟାଙ୍କ ସେବା ପହଞ୍ଚାଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀ ଗେଟ୍ସ ଡାକ କର୍ମଚାରୀ ଓ ହିତାଧିକାରୀଙ୍କ ଫଟୋ ଶେୟାର କରି ନିଜର ଅନୁଭୂତି ବାଣ୍ଟିଛନ୍ତି। ଶେଷରେ ଶ୍ରୀ ଗେଟ୍ସ କହିଛନ୍ତି ଯେ, ତାଙ୍କର ସପ୍ତାହବ୍ୟାପୀ ଭାରତ ଗସ୍ତ ବ୍ୟସ୍ତବହୁଳ ଥିଲା। ତେବେ ଏହି ଗସ୍ତ ତାଙ୍କ ପାଇଁ ପ୍ରେରଣାଦାୟୀ ଥିଲା।

ଭାରତରୁ ମିଳିଥିବା ଅଭିଜ୍ଞତା ତାଙ୍କୁ ଭବିଷ୍ୟତର ସମସ୍ୟା ସମାଧାନ କରିବାରେ ସହାୟକ ହେବ ବୋଲି ବିଲ ଗେଟ୍ସ ଆଶା ବ୍ୟକ୍ତ କରିଛନ୍ତି। ସାରା ବିଶ୍ଵ ଆଜି ଯେଉଁସବୁ ବଡ଼ ସମସ୍ୟାର ସମ୍ମୁଖିନ ହେଉଛି ତାହାର ସମାଧାନ କରିବା ଲାଗି ଆମର କ୍ଷମତା ଆହୁରି ବଡ଼, ଭାରତରୁ ଫେରିବା ପରେ ସେ ଏହା ହୃଦୟଙ୍ଗମ କରିପାରିଥିବା ଶ୍ରୀ ଗେଟ୍ସ କହିଛନ୍ତି।

ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026
Latest News

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.