Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନାଗଡ଼: ତୃତୀୟ ଦିନରେ ଆମରଣ ଅନଶନ, ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ
ଆଜିର ଖବର

ଜୁନାଗଡ଼: ତୃତୀୟ ଦିନରେ ଆମରଣ ଅନଶନ, ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ

March 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା ଓ ମେଡ଼ିସିନ ଓ ସୁର୍ଜରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବୀନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତର ଖାନା ସମ୍ମୁଖରେ ଆମରଣ ଅନଶନ ତୃତୀୟ ଦିନରେ ପହଁଚିଛି। ଏହାକୁ ସମର୍ଥନ ଜଣାଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ ଦେଓ। ଅନ୍ୟପକ୍ଷରେ କୌଣସି ଜନପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ନ ରହିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅନସନକୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହେଉଥିବା ବୃଦ୍ଧି ପାଉଛି। ଏପଟେ ଆମରଣ ଅନସନରେ ବସିଥିବା ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ପୂର୍ବତନ ବ୍ଲକ ଅଧକ୍ଷ୍ୟ ରଶ୍ମିରଞ୍ଜନ ନାୟକଙ୍କ ଏବଂ ପ୍ରଭାତ ଦାସଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡିବାରେ ଲାଗିଛି। ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଡାକ୍ତର ଆସି ପରୀକ୍ଷା କରି ଥିବାବେଳେ ଗତ ରାତ୍ରିରେ ବର୍ଷା ଯୋଗୁଁ ବାରଣ୍ଡାରେ ଆଶ୍ରୟ ନେଇଥିଲେ।

ପ୍ରକାଶ ଯେ, ଏହି ଡାକ୍ତର ଖାନା ସମ୍ମୁଖରେ ଗୁରବାର ପୂର୍ବାହ୍ନରୁ ଆମରଣ ଅନଶନ ଜାରି ରହିଛି। ଏଣୁ ଏହି ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଉନ୍ନିତ କରିବା ସହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ, ସର୍ଜରୀ, ଆନେସ୍ଥେସିୟା ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି କରିବା ପାଇଁ ଦାବୀ କରାଯାଇଛି। ଏହାକୁ ପୂର୍ଣ୍ଣ ସମର୍ଥନ କରି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଧାରଣାରେ ସାମିଲ ହୋଇଛନ୍ତି। ସେଥିମଧ୍ୟରୁ ଅଲଓଡ଼ିଶା ସିଡୁଲକାଷ୍ଟ ଫେଡରେସନରୁ ଯତୀନ୍ଦ୍ର କର, ନାଗରିକ କମିଟିରୁ ଅଶୋକ ପାତ୍ର, ବରିଷ୍ଠ ନାଗରିକ ଈଶ୍ୱର ପୂଝାରୀ, ଯୁଗଳ ନାଏକ, କଂଗ୍ରେସ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ନିଆଳ, ଗୋପବନ୍ଧୁ ସେବାସଂସ୍ଥାର ରମେଶ ନାୟକ, ସାମ୍ବାଦିକ ସଂଘରୁ ହିମାଂଶୁ ବରାଡ଼, ନରେନ୍ଦ୍ର କ୍ଷୀତୀ, ସନ୍ତୋଷ ସିଂହଦେଓ, ରବି ସୁନାନୀ, ଉତ୍ତମ ଦାସ, ଉଗ୍ରେସନ କନ୍ଦପାନ, ବିଭୁପ୍ରସାଦ ପାଢ଼ୀ, ସ୍ବେଚ୍ଛାସେବୀ ବିଶ୍ୱନାଥ କର ଏବଂ ସଂଗ୍ରାମୀ ନେତା କୁବଳେଶ୍ୱର ପାଣିଗ୍ରାହୀ, ଅନୀଲ ପଣ୍ଡା, ସିପିଆଇରୁ ଦାମୋଦର ବେହେରା, ଶ୍ରମିକ ସଂଗଠନରୁ ବିରଞ୍ଚି ପଣ୍ଡା, ନିର୍ମଳ ମହାନ୍ତି, ବେଦପ୍ରକାଶ ଗୋଏଲ, ଯୁଧିଷ୍ଠିର ଦଣ୍ଡସେନା ଏବଂ ଅନେକ ସଂଗଠର କର୍ମକର୍ତ୍ତା ସମର୍ଥନ ଜଣାଇ ପ୍ରତିଦିନ ସାମିଲ ହୋଇଛନ୍ତି।

ଏହିସବୁ ଦାବୀ ପୂରଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟସଚିବ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ଥାନୀୟ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଟୁଇଟ କରି ଦାବୀ କରିଛନ୍ତି। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନଶନ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚରମ ଚେତାବନୀ ଦିଆଯାଇଛି।

ଆମରଣ ଅନଶନ ଜୁନାଗଡ ପୂର୍ବତନ ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.