Categories
ଆଜିର ଖବର ଜାତୀୟ ଖବର

ଆମରଣ ଅନଶନ ଶେଷ କଲେ ମନୋଜ ଜରାଙ୍ଗେ: ସରକାରଙ୍କୁ ଦେଲେ ଦୁଇମାସ ସମୟ

ମୁମ୍ବାଇ: ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ତାଙ୍କର ୯ ଦିନର ଆମରଣ ଅନଶନ ସମାପ୍ତ କରିଛନ୍ତି। ଦୁଇ ମାସ ମଧ୍ୟରେ ମରାଠା ସଂରକ୍ଷଣ ସମସ୍ୟାର ସମାଧାନ କରିବାକୁ ସେ ସରକାରଙ୍କୁ କହିଛନ୍ତି। ଅନଶନ ବନ୍ଦ କରିବାକୁ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀମାନେ ପ୍ରବର୍ତ୍ତାଇବା ପରେ ସେ କହିଛନ୍ତି ଯେ ସମସ୍ତ ମରାଠା ସଂରକ୍ଷଣ ନ ପାଇବା ପର୍ଯ୍ୟନ୍ତ ସେ ତାଙ୍କ ଘରେ ପ୍ରବେଶ କରିବେ ନାହିଁ।

ଶ୍ରୀ ଜରାଙ୍ଗେ କହିଛନ୍ତି ଯେ, ଯଦି ଦୁଇ ମାସ ମଧ୍ୟରେ କୌଣସି ନିଷ୍ପତ୍ତି ନିଆ ନ ଯାଏ, ତେବେ ସେ ମୁମ୍ବାଇରେ ମରାଠା ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେବେ। ଆଜି ମହାରାଷ୍ଟ୍ରର ଚାରିଜଣ ମନ୍ତ୍ରୀ ମନୋଜ ଜରାଙ୍ଗେଙ୍କୁ ଭେଟିଥିଲେ। ତାଙ୍କ ନିବେଦନ ଉପରେ ମନୋଜ ନିଜର ଆମରଣ ଅନଶନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମରାଠା ସଂରକ୍ଷଣ: ଆମରଣ ଅନଶନ ଘୋଷଣା ପରେ ରାଜ୍ୟ ସରକାରଙ୍କୁ ଏଭଳି ଚେତାବନୀ ଦେଲେ ମନୋଜ ଜାରାଙ୍ଗେ

ମୁମ୍ବାଇ: ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି ଏବେ ଜୋର ଧରିଛି। ମରାଠା ସମ୍ପ୍ରଦାୟର ନେତା ମନୋଜ ଜାରାଙ୍ଗେ ପାଟିଲଙ୍କ ନେତୃତ୍ୱରେ ବର୍ତ୍ତମାନ ମହାରାଷ୍ଟ୍ରରେ ସଂରକ୍ଷଣର ଦାବି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ମନୋଜ ଜାରାଙ୍ଗେ ପାଟିଲ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ବାସ୍ତବରେ କିଛି ସମୟ ପୂର୍ବରୁ ମନୋଜ ଜାରାଙ୍ଗେ ପାଟିଲ ମରାଠା ସଂରକ୍ଷଣ ନେଇ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ୪୦ ଦିନ ସମୟ ଦେଇଥିଲେ। ଏହା ପରେ ସରକାରଙ୍କ ମନୋଭାବ ଦେଖି ମନୋଜ ଜାରାଙ୍ଗେ ପାଟିଲ ରାଜ୍ୟରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।

ମରାଠା ସଂରକ୍ଷଣ ସମ୍ପର୍କରେ ମନୋଜ ଜାରାଙ୍ଗେ ପାଟିଲ କହିଛନ୍ତି ଯେ, ବର୍ତ୍ତମାନ ମରାଠା ସମ୍ପ୍ରଦାୟ ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଆମରଣ ଅନଶନରେ ବସିବ। ଏଥି ସହିତ ସେ କହିଛନ୍ତି ଯେ, ଯଦି ଆମରଣ ଅଂଶନରେ କାହାର ଜୀବନରେ କିଛି ଘଟେ ତେବେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ମନୋଜ ଜାରାଙ୍ଗେ ପାଟିଲଙ୍କ ଅନୁଯାୟୀ, ଦେଶ ତଥା ରାଜ୍ୟରେ ଏହା ହେଉଛି ପ୍ରଥମ ଆମରଣ ଅନଶନ।

ସୂଚନାନୁସାରେ, ମନୋଜ ଜାରାଙ୍ଗେ ପାଟିଲ ମରାଠା ସଂରକ୍ଷଣ ଦାବିରେ ଆମରଣ ଅନଶନରେ ବସିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ବର୍ତ୍ତମାନ ଆମରଣ ଅନଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ତାଙ୍କ କହିବାନୁସାରେ, ଏହାର ତୃତୀୟ ପର୍ଯ୍ୟାୟ ଅକ୍ଟୋବର ୩୧ ତାରିଖରୁ ପୁଣି ଆରମ୍ଭ ହେବ। ଏହି ସମୟରେ ସେ ମରାଠା ସମ୍ପ୍ରଦାୟର ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନ୍ଦୋଳନର ଏକ ଅଂଶ ହେବାକୁ ଏବଂ ଆତ୍ମହତ୍ୟା ଭଳି ପଦକ୍ଷେପ ନ ନେବାକୁ ନିବେଦନ କରିଛନ୍ତି।

ବର୍ତ୍ତମାନ ମନୋଜ ଜାରାଙ୍ଗେ ପାଟିଲ କହିଛନ୍ତି ଯେ, ରାଜ୍ୟ ସରକାର ଆମକୁ ୩୦ ଦିନ ମାଗିଥିଲେ କିନ୍ତୁ ଆମେ ୪୦ ଦିନ ସମୟ ଦେଇଥିଲୁ। ଏପରିକି ଏହି ସଂରକ୍ଷଣ ମରାଠା ସମ୍ପ୍ରଦାୟକୁ ଦିଆଯାଇ ନଥିଲା କିମ୍ବା ଏହାକୁ ବିଚାର କରାଯାଇନଥିଲା। ଏଭଳି ପରିସ୍ଥିତିରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମରାଠା ସମ୍ପ୍ରଦାୟ ବିରୁଦ୍ଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମରାଠା ସଂରକ୍ଷଣକୁ ନେଇ ଆରମ୍ଭ ହେଲା ଝଡ, ଆମରଣ ଅନଶନ କରିବାକୁ ଘୋଷଣା କଲେ ମନୋଜ ଜରାଙ୍ଗେ

ମୁମ୍ବାଇ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣକୁ ନେଇ ପୁଣି ଥରେ ବିବାଦ ବଢିଛି। ଗତ ମାସରେ ଜାଲନାରେ ସଂରକ୍ଷଣ ସମ୍ବନ୍ଧୀୟ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୨୪ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ଏକ ଚେତାବନୀ ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ଦାବି ଉପରେ କୌଣସି ସ୍ପଷ୍ଟ ବକ୍ତବ୍ୟ ଆସିନାହିଁ। ମରାଠା ସଂରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲ କହିଥିଲେ ଯେ, ଅକ୍ଟୋବର ୨୪ ସୁଦ୍ଧା ଯଦି ତାଙ୍କର ଦାବି ପୂରଣ ନହୁଏ ତେବେ ଆମରଣ ଅନଶନ ଆରମ୍ଭ ହେବ। ତେବେ ଆଜି ଏହା ଉପରେ ମନୋଜ ଜରାଙ୍ଗେ ପାଟିଲ ଆମରଣ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

ମଙ୍ଗଳବାର ଦିନ ଦଶହରା ରାଲିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଶିବସେନା ୟୁବିଟି ନେତା ତଥା ପୂର୍ବତନ ସିଏମ୍ ଠାକରେ କହିଥିଲେ ଯେ, ଜଲିୟାନୱାଲା ବାଗ ତିଆରି କରାଯାଇଛି। ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ସରକାର ଲାଠିଚାର୍ଜ କରିଥିଲେ। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନ ଚାଲିଥିଲା ​​କିମ୍ବା ପ୍ରସଙ୍ଗଟି ଛିଡା ହୋଇ ରହିଥିଲା, କିନ୍ତୁ ଏଠାରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ ଯେ, ସେତେବେଳେ କାହା ଉପରେ ଲାଠିଚାର୍ଜ କରାଯାଇଥିଲା?

Categories
ଆଜିର ଖବର ରାଜ୍ୟ ଖବର

ଆମରଣ ଅନଶନରେ ବାଣପୁର ଉପ କାରାଗାର କର୍ମଚାରୀ

ବାଣପୁର (ସୀତାରାମ ଅଗ୍ରୱାଲ): ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ବାଣପୁର ଉପ କାରାଗାର କର୍ମଚାରୀ ମାନେ ଆଜିଠାରୁ ଆମରଣ ଅନଶନକୁ ଓହ୍ଲାଇଛନ୍ତି। ସୂଚନା ଥାଉକି ବିଗତ କିଛି ଦିନ ହେବ ଉକ୍ତ କର୍ମଚାରୀ ମାନେ ପାଞ୍ଚ ଦଫା ଦାବୀ ନେଇ କଳାବ୍ୟାଚ ପିନ୍ଧି ପ୍ରତିବାଦଜାରି ରଖିଥିଲେ। ଇତି ମଧ୍ୟରେ ଉକ୍ତ ଦାବି ପୂରଣ ନହେବାରୁ ସେମାନେ ଆଜିଠାରୁ ଆମରଣ ଅନଶନକୁ ଓହ୍ଲାଇଛନ୍ତି।

ପ୍ରକାଶ ଥାଉକି କାରାରକ୍ଷୀଙ୍କ ଗ୍ରେଡ଼ପେ ୧୯୦୦ ରୁ ୨୦୦୦ ଟଙ୍କା, ମୁଖ୍ୟ କାରାରକ୍ଷୀଙ୍କ ୨୦୦୦ ରୁ ୨୪୦୦ ଟଙ୍କା, ୨୦୧୨ ର ବଦଳି ନିୟମ ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ, ଖାଦ୍ୟ ଭତ୍ତା ବୃଦ୍ଧି ଓ ତେର ମାସିଆ ଦରମା ବୃଦ୍ଧି ଭଳି ପାଞ୍ଚ ଦଫା ଦାବୀ ନେଇ କର୍ମଚାରୀ ମାନେ ଗତ ୧୩ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିବା ଜଣାଯାଇଛି। ଏହାକୁ କର୍ମଚାରୀମାନେ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ, ଏବଂ ଥାନାଧିକାରୀଙ୍କୁ ଅବଗତ କରି ଜଣାଇଛନ୍ତି କି ଧାରଣା ସମୟରେ ଯଦି କୌଣସି କର୍ମଚାରୀ ଅସୁସ୍ଥ କି ମୃତ୍ୟୁବରଣ କରନ୍ତି, ତେବେ କାରାଗାର କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ଏଥିନିମନ୍ତେ ସମ୍ପୂର୍ଣ୍ଣ ଦାୟୀ ରହିବେ।

Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ଼: ତୃତୀୟ ଦିନରେ ଆମରଣ ଅନଶନ, ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା ଓ ମେଡ଼ିସିନ ଓ ସୁର୍ଜରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବୀନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତର ଖାନା ସମ୍ମୁଖରେ ଆମରଣ ଅନଶନ ତୃତୀୟ ଦିନରେ ପହଁଚିଛି। ଏହାକୁ ସମର୍ଥନ ଜଣାଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ ଦେଓ। ଅନ୍ୟପକ୍ଷରେ କୌଣସି ଜନପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ନ ରହିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅନସନକୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହେଉଥିବା ବୃଦ୍ଧି ପାଉଛି। ଏପଟେ ଆମରଣ ଅନସନରେ ବସିଥିବା ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ପୂର୍ବତନ ବ୍ଲକ ଅଧକ୍ଷ୍ୟ ରଶ୍ମିରଞ୍ଜନ ନାୟକଙ୍କ ଏବଂ ପ୍ରଭାତ ଦାସଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡିବାରେ ଲାଗିଛି। ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଡାକ୍ତର ଆସି ପରୀକ୍ଷା କରି ଥିବାବେଳେ ଗତ ରାତ୍ରିରେ ବର୍ଷା ଯୋଗୁଁ ବାରଣ୍ଡାରେ ଆଶ୍ରୟ ନେଇଥିଲେ।

ପ୍ରକାଶ ଯେ, ଏହି ଡାକ୍ତର ଖାନା ସମ୍ମୁଖରେ ଗୁରବାର ପୂର୍ବାହ୍ନରୁ ଆମରଣ ଅନଶନ ଜାରି ରହିଛି। ଏଣୁ ଏହି ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଉନ୍ନିତ କରିବା ସହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ, ସର୍ଜରୀ, ଆନେସ୍ଥେସିୟା ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି କରିବା ପାଇଁ ଦାବୀ କରାଯାଇଛି। ଏହାକୁ ପୂର୍ଣ୍ଣ ସମର୍ଥନ କରି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଧାରଣାରେ ସାମିଲ ହୋଇଛନ୍ତି। ସେଥିମଧ୍ୟରୁ ଅଲଓଡ଼ିଶା ସିଡୁଲକାଷ୍ଟ ଫେଡରେସନରୁ ଯତୀନ୍ଦ୍ର କର, ନାଗରିକ କମିଟିରୁ ଅଶୋକ ପାତ୍ର, ବରିଷ୍ଠ ନାଗରିକ ଈଶ୍ୱର ପୂଝାରୀ, ଯୁଗଳ ନାଏକ, କଂଗ୍ରେସ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ନିଆଳ, ଗୋପବନ୍ଧୁ ସେବାସଂସ୍ଥାର ରମେଶ ନାୟକ, ସାମ୍ବାଦିକ ସଂଘରୁ ହିମାଂଶୁ ବରାଡ଼, ନରେନ୍ଦ୍ର କ୍ଷୀତୀ, ସନ୍ତୋଷ ସିଂହଦେଓ, ରବି ସୁନାନୀ, ଉତ୍ତମ ଦାସ, ଉଗ୍ରେସନ କନ୍ଦପାନ, ବିଭୁପ୍ରସାଦ ପାଢ଼ୀ, ସ୍ବେଚ୍ଛାସେବୀ ବିଶ୍ୱନାଥ କର ଏବଂ ସଂଗ୍ରାମୀ ନେତା କୁବଳେଶ୍ୱର ପାଣିଗ୍ରାହୀ, ଅନୀଲ ପଣ୍ଡା, ସିପିଆଇରୁ ଦାମୋଦର ବେହେରା, ଶ୍ରମିକ ସଂଗଠନରୁ ବିରଞ୍ଚି ପଣ୍ଡା, ନିର୍ମଳ ମହାନ୍ତି, ବେଦପ୍ରକାଶ ଗୋଏଲ, ଯୁଧିଷ୍ଠିର ଦଣ୍ଡସେନା ଏବଂ ଅନେକ ସଂଗଠର କର୍ମକର୍ତ୍ତା ସମର୍ଥନ ଜଣାଇ ପ୍ରତିଦିନ ସାମିଲ ହୋଇଛନ୍ତି।

ଏହିସବୁ ଦାବୀ ପୂରଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟସଚିବ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ଥାନୀୟ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଟୁଇଟ କରି ଦାବୀ କରିଛନ୍ତି। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନଶନ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚରମ ଚେତାବନୀ ଦିଆଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

୨୦୦ କୋଟି ଟଙ୍କା ଠକେଇ: ପତ୍ନୀଙ୍କୁ ଭେଟିବା ଲାଗି ଜିଦ୍‌ କରି ଜେଲରେ ଅନଶନରେ ବସିଲେ ସୁକେଶ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତିହାର ଜେଲରେ ରହିଥିବା ସୁକେଶ ଚନ୍ଦ୍ରଶେଖର ତାଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ଅନଶନରେ ବସିଛନ୍ତି। ସୁକେଶଙ୍କ ପତ୍ନୀ ହେଉଛନ୍ତି ଲୀନା ମାରିଆ ପାଲ, ଯିଏ ତିହାର ଜେଲରେ ରହିଛନ୍ତି। ଲୀନା ଜେଲ୍ ନମ୍ବର ୬ ରେ ରହିଛନ୍ତି। ନିୟମ ଅନୁଯାୟୀ – ଏହା କେବଳ ଦୁଇଥର ସାକ୍ଷାତ କରିବାକୁ ଅନୁମତି ଦିଆଯାଇଥିବାବେଳେ ସୁକେଶ ନିୟମ ବିରୁଦ୍ଧରେ ଯାଇ ଅଧିକ ଥର ସାକ୍ଷାତ କରିବାକୁ ଚାହୁଁଛନ୍ତି। ଯେତେବେଳେ ତାଙ୍କୁ ଅନୁମତି ଦିଆଯାଇନଥିଲା, ସେତେବେଳେ ସେ ତିହାର ଜେଲରେ ଅନଶନରେ ବସିଛନ୍ତି।

ସୂତ୍ର ଅନୁଯାୟୀ, ସେ ଏପ୍ରିଲ ୨୩ ତାରିଖରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଆମରଣ ଅନଶନରେ ଥିଲେ। ତାଙ୍କୁ ଗ୍ଲୁକୋଜ ଦିଆଯାଉଥିଲା। ତା’ପରେ ସେ ଗୋଟିଏ ଦିନ ପରେ ମେ ୪ ତାରିଖରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ଆମରଣ ଅନଶନରେ ଥିଲେ। ଏହି ସମୟରେ ତାଙ୍କୁ ଏକ ତରଳ ଖାଦ୍ୟ ଦିଆଯାଉଥିଲା। ତିହାର ଜେଲ ଅନୁଯାୟୀ, ବର୍ତ୍ତମାନ ସେ ଆମରଣ ଅନଶନରେ ନାହାଁନ୍ତି। ସୁକେଶଙ୍କ ଉପରେ ତିହାର ଜେଲ ପ୍ରଶାସନ ନଜର ରଖିଛି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ଏହି ମାମଲାରେ ତିହାର ଜେଲର ଆଉ ଜଣେ ଜେଲରଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତିହାର ଜେଲର ଜେଲରଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ପ୍ରକାଶ ଚାନ୍ଦ। ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ରୋହିଣୀ ଜେଲରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଭାବରେ ନିଯୁକ୍ତ ଥିଲେ। ଜେଲର ପ୍ରକାଶ ଚାନ୍ଦ ସୁକେଶ ଚନ୍ଦ୍ରଶେଖରଙ୍କୁ ଠକେଇ କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୁକ୍ତ ପ୍ରକାଶ ଚାନ୍ଦଙ୍କୁ ତିହାରର ଜେଲ ନମ୍ବର ୨ ରେ ସହକାରୀ ଅଧୀକ୍ଷକ ଭାବେ ପୋଷ୍ଟ କରାଯାଇଥିଲା। ସୁକେଶ ଚନ୍ଦ୍ରଶେଖର ୧୭ ବର୍ଷ ବୟସରୁ ଲୋକଙ୍କୁ ଠକେଇ କରିବା ଆରମ୍ଭ କରିଥିଲେ। ତିହାର ଜେଲ ଭିତରୁ ୨୦୦ କୋଟି ଟଙ୍କାର ଚୋରା ଚାଲାଣ କରିଥିବା ସୁକେଶ ଚନ୍ଦ୍ରଶେଖରଙ୍କ ଉପରେ ଅଭିଯୋଗ ହୋଇଥିଲା। ଜଣେ ରାଜନେତାଙ୍କ ସମ୍ପର୍କୀୟ ଭାବରେ ସୁକେଶ ୧୦୦ ରୁ ଅଧିକ ଲୋକଙ୍କୁ ଠକେଇ କରି କୋଟି କୋଟି ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଲଖୀମପୁର ଖେରୀ ହିଂସା ଘଟଣା: ଘରକୁ ଝାଡୁ କରି ଆମରଣ ଅନଶନରେ ବସିଲେ ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁରରେ ବନ୍ଦୀ ହେବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ଗୋଟିଏ ଘର ସଫା କରୁଥିବା ଏକ ଚିତ୍ର ସାମ୍ନାକୁ ଆସିଛି। ଏହି କୋଠରୀରେ ହିଁ ପ୍ରିୟଙ୍କାଙ୍କୁ ଅଟକ ରଖାଯାଇଛି। ସୀତାପୁରରେ ବନ୍ଦୀ ହେବା ପରେ ପ୍ରିୟଙ୍କା ଆମରଣ ଅନଶନ ଆରମ୍ଭ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ମୁଁ ଲଖୀମପୁର ଖେରୀ ହିଂସାରେ ନିହତ କୃଷକଙ୍କ ପରିବାରକୁ ଭେଟିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ ମୁଁ ଖାଦ୍ୟ ଗ୍ରହଣ କରିବି ନାହିଁ।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ନେଇ ରବିବାର ଦିନ ଲଖୀମପୁର ଖେରୀ ଜିଲ୍ଲାର ତିକୋନିୟା ଅଞ୍ଚଳରେ ଘଟିଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। କୃଷକମାନେ ଅଭିଯୋଗ କରିଛନ୍ତି ଯେ, କୃଷି ଆଇନ ବିରୋଧରେ ବିରୋଧ କରୁଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ କାର ଚଳାଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ପୁଅ ଆଶିଷ କହିଛନ୍ତି ଯେ, ସେ କାରରେ ନଥିଲେ।

ଏହି ଘଟଣା ପରେ ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଲଖିମପୁର ଆଡକୁ ମୁହାଁଇଛନ୍ତି। ବିଳମ୍ବିତ ରାତିରୁ ନେତାମାନେ ଲଖିମପୁର ଯିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ତେବେ କୌଣସି ଦଳର ନେତାଙ୍କୁ ଲଖିମପୁର ଯିବାକୁ ଅନୁମତି ଦିଆଯାଉ ନାହିଁ। କେତେକଙ୍କୁ ଗୃହରେ ବନ୍ଦୀ ରଖାଯାଇଥିବା ବେଳେ କେତେକଙ୍କୁ ରାସ୍ତାରେ ଅଟକ ରଖାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସରକାରଙ୍କ କଳାକାରମାନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଆମରଣ ଅନଶନ ଓ ଗଣଧାରଣା

ଭୁବନେଶ୍ୱର: ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ଆଜି ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି। ସେମାନଙ୍କର ଦାବି ପୂରଣ ନହେଲେ ଲୋୟାର ପିଏମଜି ଠାରେ ଆମରଣ ଅନଶନରେ ବସିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଆଜି ଗଣମାଧ୍ୟମର ପ୍ରତିନିଧିମାନଙ୍କ ମାଧ୍ୟମରେ ଯାତ୍ରା କଳାକାର କର୍ମଚାରୀ ସଂଘ କହିଛି ଯେ, କରୋନା ଯୋଗୁଁ ଦୀର୍ଘ ଏଗାରମାସ ଧରି ଯାତ୍ରା କଳାକାରମାନେ ଘରେ ବସିରହିଛନ୍ତି। ଭୋକ ଓ ପେଟର ଜ୍ୱାଳା ସହିନପାରି ଅନେକ କଳାକାର ଦାଦନ ଖଟିବାକୁ ଚାଲି ଯାଇଥିବା ବେଳେ ଶହ ଶହ କଳାକାର ବାହାର ରାଜ୍ୟରେ ଡ୍ୟାନ୍ସ କରିବାକୁ ଯାଇ ସେଠାରେ ନିଜ ପିଲା ପରିବାର ସହିତ ବନ୍ଧା ପଡ଼ି ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଅନେକ କଳାକାର ରୋଗାଗ୍ରସ୍ଥ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ମୃତ୍ୟୁବରଣ କରିଛନ୍ତି।

ଏହାସହିତ ରାଜ୍ୟ ସରକାର ଫେବୃୟାରୀ ମାସ କୋଭିଡ଼ ଗାଇଡ଼ ଲାଇନରେ ପାଞ୍ଚଶହ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପାଞ୍ଚଶହ ଦର୍ଶକ ଦେଖିବା ପାଇଁ ଅନୁମତି ଦେବାକୁ ଲ ଲର୍ଡ଼ର ସିଚୁଏସନ ବ୍ୟାହତ ହେବ କହି ଅନୁମତି ଦେଉନାହାଁନ୍ତି ଯାହା ଫଳରେ ହଜାର ହଜାର କଳାକାର ପାଇଁ ମରିବା ବଞ୍ଚିବା ସମାନ ହୋଇଯାଇଛି। ଜୀବିକା ହରାଇ କଳାକାରଙ୍କ ସଂଘର୍ଷମୟ ଜୀବନ ହାହୁତାଶର ଯନ୍ତ୍ରଣା ଭିତରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବୋଲି ସଂଘ ଗଣମାଧ୍ୟମକୁ କହିଛି।

ସମସ୍ତଙ୍କ ପାଇଁ କରୋନା କଟକଣା କୋହଳ କରି ଦିଆଯାଇଥିବା ବେଳେ ଆମକୁ ଅନୁମତି ନଦେଇ ଆମ ପ୍ରତି ଅବିଚାର କରାଯାଉଛି ବୋଲି କଳାକାର ସଂଘ ଅଭିଯୋଗ କରିଛି। ତେବେ ଅସନ୍ତା ଫେବୃୟାରୀ ୨୨ ତାରିଖରୁ ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ତଥା ଅନ୍ୟାନ୍ୟ ସମସ୍ତ ବର୍ଗର କଳାକାରମାନଙ୍କୁ ନେଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବେ ବୋଲି ସଂଘ କହିଛି।

ସଂଘର ଦାବି:

୧- ଦୁଇ ହଜାର ଦର୍ଶକରେ ସବୁ ବର୍ଗର କଳା ପରିବେଷଣ କରିବାକୁ ଅନୁମତି ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

୨- ତା ୨୦.୧୧.୨୦୧୯ରିଖରେ ସରକାରଙ୍କୁ ୧୨ ଦଫା ଦାବି ଉପରେ ଆଲୋଚନା କରି ତୁରନ୍ତ ଉକ୍ତ ଦାବିକୁ ପୂରଣ କରାଯାଉ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୁଡାନାଳୀ ରାସ୍ତାର ମରାମତି ଦାବୀରେ କଂଗ୍ରେସ ତରଫରୁ ଆମରଣ ଅନଶନ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଂଚାୟତର କୁଡାନାଳି ଗ୍ରାମରେ ଥିବା ରାସ୍ତା ମରାମତି ଦାବୀରେ ଆଜି ନାକଟିଦେଉଳ ବ୍ଲକ୍ ପ୍ରାଙ୍ଗଣରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ଆମରଣ ଅନଶନ କରାଯାଇଥିଲା।

ପ୍ରକାଶ ଯେ, ଦୀର୍ଘ ଦିନ ହେଲା କୁଡାନାଳୀ ରାସ୍ତାର ଉନ୍ନତି କରଣ ହୋଇପାରୁ ନଥିବା ତଥା ବର୍ଷା ହେଲେ ଗ୍ରାମ୍ୟ ରାସ୍ତା କାଦୁଅରେ ଭରପୁର ହେବା ଆଦି ଦାବୀରେ ବ୍ଲକ୍ ସଭାପତି ଉଗ୍ରେସନ ଦେହୁରୀ ଏବଂ ରମାକାନ୍ତ ସାହୁ, ରିଙ୍କୁନ୍ ସାହୁ ଆମରଣ ଅନଶନରେ ବସିଥିଲେ। ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ କୁଡାନାଳୀ, ତଳନାଳୀ ଓ ଲୁବୁରୀ ଗ୍ରାମ୍ୟ ରାସ୍ତା ଗୁଡିକ ଦୟନୀୟ ହୋଇ ପଡିଛି। ସରକାର ଏ ଦିଗରେ ପଦେକ୍ଷପ ନେଉନାହାନ୍ତି। ପୂର୍ବରୁ ଗ୍ରାମବାସୀ ତରଫରୁ ବିଡିଓଙ୍କ ଠାରେ ଲିଖିତାକାରରେ ଲେଖି ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ଆଶୁ ସମାଧାନ ହୋଇପାରି ନଥିଲା। ୭ ଦିନ ମଧ୍ୟରେ ଏହି ରାସ୍ତାର ମରାମତି କରା ନ ଗଲେ ଅନଶନ କରିବାକୁ ମଧ୍ୟ ବିଡିଓଙ୍କ ଠାରେ ଲିଖିତାକାରରେ ଜଣାଇଥିଲେ। କୌଣସି ସମାଧାନ ନ ହେବାରୁ ଆଜି ସକାଳ ୧୦ଟା ୩୦ ମିନିଟ୍ ସମୟରୁ ନାକଟିଦେଉଳ ବ୍ଲକ୍ ପ୍ରାଙ୍ଗଣରେ ଅନଶନ କରିଥିଲେ।

ଏହି ଅନଶନରେ ବ୍ଲକ୍ କଂଗ୍ରେସ ସଭାପତି ଉଗ୍ରେସନ ଦେହୁରୀ, ରେଢାଖୋଲ ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ ସଭାପତି ରିଙ୍କୁନ୍ ସାହୁ , ଗୌରୀ ପାତ୍ର ଜିଲ୍ଲା କଂଗ୍ରେସ ସଦସ୍ୟ ପ୍ରମୁଖ ଅନଶନରେ ବସିଥିଲେ। ଏହି ଅନଶନରେ ଅଶ୍ୱିନୀ ଗୁରୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି , ବିପିନ୍ ପ୍ରଧାନ , ପୁର୍ବତନ ବ୍ଲକ୍ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ନାକଟିଦେଉଳ ବିଡିଓ ବିଶିକେସନ ସାହୁ ଅନଶନ କାରୀଙ୍କ ପାଖକୁ ଯାଇ ୭ ଦିନ ମଧ୍ୟରେ ଏହି ରାସ୍ତାଗୁଡିକର ମରାମତି କାମ କରିବାକୁ ପ୍ରତିଶୃତି ଦେବା ପରେ ଅପରାହ୍ନ ୨ ଟାରେ ଅନଶନ ସ୍ଥଗିତ ରଖାଯାଇଥିଲା।