ସରକାରଙ୍କ କଳାକାରମାନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଆମରଣ ଅନଶନ ଓ ଗଣଧାରଣା

Published: Feb 21, 2021, 8:11 pm IST

ଭୁବନେଶ୍ୱର: ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ଆଜି ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି। ସେମାନଙ୍କର ଦାବି ପୂରଣ ନହେଲେ ଲୋୟାର ପିଏମଜି ଠାରେ ଆମରଣ ଅନଶନରେ ବସିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଆଜି ଗଣମାଧ୍ୟମର ପ୍ରତିନିଧିମାନଙ୍କ ମାଧ୍ୟମରେ ଯାତ୍ରା କଳାକାର କର୍ମଚାରୀ ସଂଘ କହିଛି ଯେ, କରୋନା ଯୋଗୁଁ ଦୀର୍ଘ ଏଗାରମାସ ଧରି ଯାତ୍ରା କଳାକାରମାନେ ଘରେ ବସିରହିଛନ୍ତି। ଭୋକ ଓ ପେଟର ଜ୍ୱାଳା ସହିନପାରି ଅନେକ କଳାକାର ଦାଦନ ଖଟିବାକୁ ଚାଲି ଯାଇଥିବା ବେଳେ ଶହ ଶହ କଳାକାର ବାହାର ରାଜ୍ୟରେ ଡ୍ୟାନ୍ସ କରିବାକୁ ଯାଇ ସେଠାରେ ନିଜ ପିଲା ପରିବାର ସହିତ ବନ୍ଧା ପଡ଼ି ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଅନେକ କଳାକାର ରୋଗାଗ୍ରସ୍ଥ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ମୃତ୍ୟୁବରଣ କରିଛନ୍ତି।

ଏହାସହିତ ରାଜ୍ୟ ସରକାର ଫେବୃୟାରୀ ମାସ କୋଭିଡ଼ ଗାଇଡ଼ ଲାଇନରେ ପାଞ୍ଚଶହ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପାଞ୍ଚଶହ ଦର୍ଶକ ଦେଖିବା ପାଇଁ ଅନୁମତି ଦେବାକୁ ଲ ଲର୍ଡ଼ର ସିଚୁଏସନ ବ୍ୟାହତ ହେବ କହି ଅନୁମତି ଦେଉନାହାଁନ୍ତି ଯାହା ଫଳରେ ହଜାର ହଜାର କଳାକାର ପାଇଁ ମରିବା ବଞ୍ଚିବା ସମାନ ହୋଇଯାଇଛି। ଜୀବିକା ହରାଇ କଳାକାରଙ୍କ ସଂଘର୍ଷମୟ ଜୀବନ ହାହୁତାଶର ଯନ୍ତ୍ରଣା ଭିତରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବୋଲି ସଂଘ ଗଣମାଧ୍ୟମକୁ କହିଛି।

ସମସ୍ତଙ୍କ ପାଇଁ କରୋନା କଟକଣା କୋହଳ କରି ଦିଆଯାଇଥିବା ବେଳେ ଆମକୁ ଅନୁମତି ନଦେଇ ଆମ ପ୍ରତି ଅବିଚାର କରାଯାଉଛି ବୋଲି କଳାକାର ସଂଘ ଅଭିଯୋଗ କରିଛି। ତେବେ ଅସନ୍ତା ଫେବୃୟାରୀ ୨୨ ତାରିଖରୁ ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ତଥା ଅନ୍ୟାନ୍ୟ ସମସ୍ତ ବର୍ଗର କଳାକାରମାନଙ୍କୁ ନେଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବେ ବୋଲି ସଂଘ କହିଛି।

ସଂଘର ଦାବି:

୧- ଦୁଇ ହଜାର ଦର୍ଶକରେ ସବୁ ବର୍ଗର କଳା ପରିବେଷଣ କରିବାକୁ ଅନୁମତି ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

୨- ତା ୨୦.୧୧.୨୦୧୯ରିଖରେ ସରକାରଙ୍କୁ ୧୨ ଦଫା ଦାବି ଉପରେ ଆଲୋଚନା କରି ତୁରନ୍ତ ଉକ୍ତ ଦାବିକୁ ପୂରଣ କରାଯାଉ।

Related posts