Categories
ଆଞ୍ଚଳିକ

ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ: ବାଣପୁର ବିଇଓ ଅଫିସରେ ଗଣଧାରଣା

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ, ବାଣପୁର ତରଫରୁ ବିଇଓ ଅଫିସରେ ଗଣଧାରଣା ଦିଆଯାଇଛି। ଉକ୍ତ ଆନ୍ଦୋଳନ ରାଜ୍ୟ ବ୍ୟାପି ଚାଲିଥିବା ବେଳେ ବାଣପୁର ବ୍ଲକର ସଭାପତି ବିଭୁତି ଭୂଷଣ ସ୍ୱାଇଁ ଓ ସମ୍ପାଦକ ବିଭୁତି ଭୂଷଣ ଦାସଙ୍କ ନେତୃତ୍ୱରେ ୧୦୮ ଟି ସ୍କୁଲର ୪୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି।

ପ୍ରକାଶ ଥାଉକି ରାଜ୍ୟବ୍ୟାପୀ ଗତ ଆଠ ତାରିଖରୁ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିବା ବେଳେ ଏଠାରେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରାଯାଇଛି। ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ବନ୍ଦ ନ କରିବା ପାଇଁ ପଚାଶ ପ୍ରତିଶତ ଶିକ୍ଷକ ପ୍ରତ୍ୟେକ ଦିନ ଆନ୍ଦୋଳନରେ ସାମିଲ ହେବେ ବୋଲି ସଭାପତି ବିଭୁତି ଭୂଷଣ ସ୍ୱାଇଁ ପ୍ରକାଶ କରିଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଓପିଏସ, ଏନପିଏସ, ଗଣଶିକ୍ଷକ, କନିଷ୍ଠ ଶିକ୍ଷକ ଓ ପିଟିଆଇ ବର୍ଗର ଶିକ୍ଷକ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଠିକା ନିଯୁକ୍ତି ଉଚ୍ଛେଦ, ଏକ୍ସ କ୍ୟାଡର, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ଶିକ୍ଷକର ମାନ୍ୟତା, ସବୁ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଏବଂ ନୂତନ ପେନସନ ବ୍ୟବସ୍ଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବୀ ଗୁଡିକ ପୂରଣ ପାଇଁ ଶିକ୍ଷକ ସଙ୍ଘ ତରଫରୁ ଦାବୀ କରାଯାଇଛି।

ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବା ସହ ଉପରୋକ୍ତ ଦାବୀ ଗୁଡିକ ଯଦି ସରକାର ପୂରଣ ନ କରନ୍ତି ତେବେ ସାମୁହିକ ଛୁଟିରେ ରହି ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସଙ୍ଘ ନିଷ୍ପତ୍ତି ନେଇଥିବା ସମ୍ପାଦକ ବିଭୁତି ଭୂଷଣ ଦାସ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ରାଇସ ମିଲର ଏସୋସିଏସନ ପକ୍ଷରୁ ଗଣଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଏଫ.ସି.ଆଇ. ର ମୁଖ୍ୟ ଗେଟରେ କଳାହାଣ୍ଡି ଜିଲ୍ଲା ମିଲର ଏସୋସିଏସନ ପକ୍ଷରୁ ଠିକ ଭାବେ ଚାଉଳ ନ ଉଠାଇ ପାତର ଅନ୍ତର କରୁ ଥିବାରୁ କଳାହାଣ୍ଡି ଜିଲା ମିଲର ଏସୋସିଏସନର ସଭାପତି ନଳିନୀ କୁମାର ପଟ୍ଟଯୋଶୀଙ୍କ ନେତୃତ୍ୱରେ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଥିବାର ଜଣା ପଡ଼ିଛି। ଏଫ.ସି.ଆଇ.ସହିତ ମିଳର ମାନଙ୍କୁ ସଂଯୋଗ କରାଯାଇଛି।ଡିସେମ୍ବର ୨୦୨୨ ମସିହାରୁ ରେକ ଲୋଡିଙ୍ଗ ସମୟରେ ଶ୍ରମିକ ଙ୍କ ସମସ୍ୟା ରହି ଆସୁଅଛି। କଳାହାଣ୍ଡି ଜିଲ୍ଲାର ୧୫ଟି ମିଲରଙ୍କୁ ମାର୍ଚ୍ଚ ୨୦୨୩ ସୁଦ୍ଧା ୪୩୩ ଲଟ ମଧ୍ୟରୁ ୨୪୮ ଲଟ ଡେଲିଭରି କରାଯାଇଛି।ବାକି ୨୮୫ଲଟ ଚାଉଳ ଆଉ କେବେ ଡେଲିଭରି କରା ଯିବ। କିନ୍ତୁ ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ର ଚାଉଳ କୁ କାହିଁକି କେସିଙ୍ଗା ଏଫ.ସି.ଆଇ .ରେ ଅନଲୋଡ କରା ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ସବୁ ପାତର ଅନ୍ତର ସମସ୍ୟା କୁ ନେଇ ଏହି ଗଣଧାରଣା ମଙ୍ଗଳବାର ସକାଳୁ ସନ୍ଧ୍ୟା ଯାଏ ଚାଲିଛି।

ଡିଭିଜନାଲ ମେନେଜର ଟିଟିଲାଗଡ ଯଦି ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ନଚେତ ସବୁ ମିଲରସ ୱେର ହାଉସ କୁ ଚାଉଳ ସ୍ଥାନାନ୍ତରିତ କରିବୁ ବୋଲି ମିଲର ମାନେ ଦାବି କରିଛନ୍ତି। ଏହି ଗଣଧାରଣାରେ ଅଳ ଓଡ଼ିଶା ରାଇସ ମିଲର ଏସୋସିଏସନ ର ରାଜ୍ୟ ସଭାପତି ମହେଶ ଅଗ୍ରୱାଲ, କଳାହାଣ୍ଡି ଜିଲ୍ଲା ରାଇସ ମିଲରସ ଆସୋସିଏସନର ସମ୍ପାଦକ ରମେଶ କୁମାର ଜୈନ, ଉପ ସଭାପତି ଯୁଗଳ କିଶୋର ଅଗ୍ରୱାଲ ପ୍ରମୁଖ ମିଲର ମାନେ ଅଂଶଗ୍ରହଣ କରିଥିଲେ। କେସିଙ୍ଗା ଅଞ୍ଚଳ ର ୧୫ ଟି ଓ ଭବାନୀପାଟଣା ସବ ଡିଭିଜନ ର ପ୍ରାୟ ୪୦ଟି ମିଲରସଙ୍କ ଠାରୁ ଠିକ ଭାବେ କେସିଙ୍ଗା ଏଫ.ସି.ଆଇ. ଚାଉଳ ଉଠାଉ ନାହିଁ।ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ଙ୍କ ଠାରୁ ଚାଉଳ ରଖୁଥିବା ପ୍ରତିବାଦରେ ଏହି ଗଣଧାରଣା ଦେଇଛନ୍ତି।

ଆସନ୍ତା ଖରୀଫ ଋତୁରେ ପୁଣି ମିଲର୍ସ ଧାନ କେଉଁଠି ରଖିବେ।ତେଣୁ ତୁରନ୍ତ ମିଲର ଗଚ୍ଛିତ ଥିବ ଚାଉଲ କୁ କେସିଙ୍ଗା ଏଫ.ସି.ଆଇ ଉଠାଇବା ପାଇଁ ଦାବି ହେଉଛି। ଟିଟିଲାଗଡ ସବ ଡିଭିଜନ ମେନେଜର ବି.ଚନ୍ଦ୍ର ମୋହନ ଙ୍କୁ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ସମାଧାନ କରା ଯିବ ବୋଲି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ: କେନ୍ଦ୍ର ସରକାର ବିରୋଧରେ ଚିଲିକାରେ ବିଜେଡିର ଗଣଧାରଣା

ସୀତାରାମ ଅଗ୍ରୱାଲ

ଚିଲିକା: ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓଲ୍ହାଇଛି ବିଜେଡି। ପୂର୍ବ ଘୋଷଣା ମୁତାବକ ଆଜିଠାରୁ ଆସନ୍ତା ତିନି ଦିନ ଧରି ରାଜ୍ୟର ସମସ୍ତ ଆରଡ଼ିସି ଜୋନ ଏବଂ ଏହା ଅନ୍ତର୍ଗତ ବ୍ଲକଗୁଡ଼ିକ ସମ୍ମୁଖରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ସମ୍ମୁଖରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିବାଦ ସଭାରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ଜନତା ଦଳର ଶହ ଶହ କର୍ମକର୍ତ୍ତା ମାନେ ସାମିଲ ହେବା ସହ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାର ଦର ହ୍ରାସ ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କର୍ମୀ ମାନେ ଚେତାବନୀ ଦେଇଥିଲେ।

ଅନୁରୂପଭାବେ ଚିଲିକା ବ୍ଲକ ସମ୍ମୁଖରେ ବିଜେଡ଼ିର ଶତାଧିକ କର୍ମୀ ଧାରଣାରେ ବସିଛନ୍ତି। ସାଢେ ତିନି ବର୍ଷରେ ଯେଉଁଭଳି ଭାବେ ଗ୍ୟାସ ଦର ବୃଦ୍ଧି ପାଇଛି, ତାହାକୁ ନେଇ ବିଜେଡ଼ି ପକ୍ଷରୁ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯାଉଛି। ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରକୁ ବିଜେଡ଼ି ଟାର୍ଗେଟ କରିଛି।

Categories
ଆଜିର ଖବର ରାଜ୍ୟ ଖବର

୬ ଦଫା ଦାବିନେଇ ପ୍ରେରଣା ସଙ୍ଗଠନ ପକ୍ଷରୁ ବାଲୁଗାଁ ବନ ବିଭାଗ ରେଞ୍ଜ ଅଫିସ ସମ୍ମୁଖରେ ଗଣଧାରଣା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ପୂର୍ବତନ ବିଧାୟକ ତଥା ଗ୍ରୀନ ଆର୍ମି ମୁଖ୍ୟ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ପ୍ରେରଣା ସଙ୍ଗଠନ ପକ୍ଷରୁ ବାଲୁଗାଁ ବନ ବିଭାଗ ରେଞ୍ଜ ଅଫିସ ସମ୍ମୁଖରେ ୬ଦଫା ଦାବିନେଇ ଗଣଧାରଣା ଦିଆଯାଇଛି। ଏସିଆ ମହାଦେଶର ସର୍ବବୃହତ ଶାଳ ଶାଗୁଆନ ଜଙ୍ଗଲ ଭାବେ ବାଣପୁରସ୍ଥିତ ଦାମିଆ-ବରବରା ଜଙ୍ଗଲ ପରିଚିତ। ମାତ୍ର ପଶ୍ଚାତାପର ବିଷୟ ଏହି ଜଙ୍ଗଲରୁ ବାଲୁଗାଁ ବନ ବିଭାଗ କିଛି କାଠ ମାଫିଆଙ୍କ ସହ ମିଲିଭଗତରେ ଅନବରତ ବହୁ ମୂଲ୍ୟବାନ ଶାଳ ଶାଗୁଆନ ଗଛ କାଟି ବିକ୍ରି କରୁଥିବାବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜୁଥିବା ସହ ରାଜ୍ୟ ସରକାର ନିଷ୍କ୍ରିୟ ପନ୍ଥା ଅବଲମ୍ବନ କରୁଥିବା ନେଇ ସାଧାରଣ ଜନତା ଅଭିଯୋଗ କରୁଛନ୍ତି।

ଗତ ୦୧/୧୦/୨୦୨୧ ରିଖରେ ଅଭିଯୋଗ ମୁତାବକ ଦାମିଆ ବରବରା ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଗଛ କାଟି ବନବିଭାଗ କର୍ମଚାରୀ ବିକ୍ରି କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଏବଂ ଜଙ୍ଗଲ ସୁରକ୍ଷା କମିଟି ଦ୍ୱାରା ତିନିଜଣ ବନ କର୍ମଚାରୀ ଧରାପଡି ଆଣ୍ଠେଇବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ ବିଭାଗ ଏଥିରେ ପ୍ରତିଶୋଧ ପରାୟଣ ହୋଇ ଘଟଣାର ମୋଡ଼ ବଦଳାଇବା ପାଇଁ ବାଣପୁର ପୋଲିସ ସହଯୋଗରେ ଜଙ୍ଗଲ ସୁରକ୍ଷା କମିଟିର କିଛି ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଜେଲ ହାଜତକୁ ପଠାଇଦେଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୋଲିସର ପକ୍ଷପାତ ତଦନ୍ତ ଏବଂ ବନ ବିଭାଗର ଜଙ୍ଗଲ ଧ୍ବଂସ ଚକ୍ରାନ୍ତ ବିରୁଦ୍ଧରେ ଆଜି ପ୍ରେରଣା ସଙ୍ଗଠନ ପକ୍ଷରୁ ଏହାର ପ୍ରତିବାଦ ସ୍ବରୂପ ୬ଦଫା ଦାବି ଯଥା ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ, ବିନା ଦୋଷରେ ଜେଲ ପଠାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଖଲାସ, ପୂର୍ବରୁ ଜଙ୍ଗଲ ସୁରକ୍ଷାରେ ନିୟୋଜିତ ସି ଆର ପି ଏଫ ଯବାନଙ୍କୁ ପୁନଃ ନିଯୁକ୍ତି ପାଇଁ ସୁପାରିଶ, ସି ଆର ପି ଏଫ ଯବାନ ନ ଆସିବା ପର୍ଯ୍ୟନ୍ତ ଓଏସଏପିଙ୍କୁ ଦାୟିତ୍ୱ, ବନ ବିଭାଗରୁ ଆସୁଥିବା ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଭିଏସଏସ ର ମିଳିତ ଜ୍ଞାତସାରରେ ବ୍ୟୟ, ଜଙ୍ଗଲ ମଧ୍ୟରେ ପଡିଥିବା କାଠ ଗଣ୍ଡିକୁ ବନ ବିଭାଗ ଅନୁମତିରେ ଆଣିବା ନେଇ ବାଲୁଗାଁ ବନ ବିଭାଗ ରେଞ୍ଜ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ ଗଣଧାରଣା ଦେବା ସହ ରେଞ୍ଜର ପ୍ରତାପ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ରେଞ୍ଜର ଶ୍ରୀ ମହାନ୍ତି ଏବଂ ପ୍ରେରଣା ସଙ୍ଗଠନର କର୍ମକର୍ତ୍ତାଙ୍କ ଆପୋଷ ଆଲୋଚନା ପରେ ଏ ସମ୍ବନ୍ଧରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ଶ୍ରୀ ମହାନ୍ତି ପ୍ରତିଶୃତି ଦେବା ପରେ ଗଣଧାରଣାରୁ କର୍ମୀମାନେ ଉଠିଥିଲେ ଏବଂ ଯଦି ଏହାର ସ୍ଥାୟୀ ସମାଧାନ ନହୁଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବା ନେଇ ପ୍ରେରଣା ସଙ୍ଗଠନର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି।

ଏଥି ସହିତ ଘଟିଯାଇଥିବା ଘଟଣା ସମ୍ବନ୍ଧରେ ଅବଗତ ଏବଂ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ନେଇ ବାଲୁଗାଁ ଏସ ଡି ପି ଓ ମାନସ ରଞ୍ଜନ ବାରିକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାମପୁର: ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ନାହିଁ ନଥିବା ଅସୁବିଧା, ବିଜେଡି ପକ୍ଷରୁ ଗଣଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି।  ଟଙ୍କା ଉଠାଣ ଅବା ଟଙ୍କା ଜମା, ନୂଆ ଆକାଉଣ୍ଟ ଖୋଲିବା ହେଉ ଅବା କେୱାଇସି ଅପଡେଟ୍ ଏବଂ ଆଧାର ଲିଙ୍କ, ସମେତ୍ ଅନ୍ୟାନ୍ୟ କାର୍ଯ୍ୟ ନେଇ ଆସୁଥିବା ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେବେ ଏନେଇ ଆଜି ଥୁଆମୁଳ ରାମପୁର ବ୍ଳକ୍ ବିଜୁ ଜନତା ଦଳ ତରଫରୁ ସକାଳ ପ୍ରାୟ ୧୦ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଥୁଆମୁଳ ରାମପୁର ବ୍ଳକ ବିଜୁ ଜନତା ଦଳ ସଭାପତି କପିଳାସ ନାଏକଙ୍କ ଆହ୍ବାନ କ୍ରମେ ବିକ୍ଷୋଭ ଓ ଗଣଧାରଣାରେ ବୋହୂ ବିଜେଡି କର୍ମୀ ଓ ଖାତାଧିକରି ଅଂଶଗ୍ରହଣ କରିଥିଲେ।  ସାମାଜ ସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଳକ ଅଧ୍ୟକ୍ଷା ଶାନ୍ତି ମାଝୀ, ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ସମିତି ସଭ୍ୟ ପବିତ୍ର ନାଏକ, ବ୍ଲକ ବିଜୁ ଛାତ୍ର ସଭାପତି ସୁଜନ୍ ନାଏକ, ଉପସଭାପତି ପ୍ରଶାନ୍ତ ନାଏକ, ଚନ୍ଦନ ନାଏକ ସମେତ ବ୍ଳକ ବିଜୁ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର କର୍ମୀ ଓ ବୋହୂ ହିତାଧିକାରୀ ପ୍ରମୁଖ, ଅଞ୍ଚଳର ସ୍ବାର୍ଥ ଦୃଷ୍ଟିରେ ଦଳ ପକ୍ଷରୁ ବ୍ୟାଙ୍କରେ ଚାଲିଥିବା ବିଭିନ୍ନ

ସମସ୍ୟାର ସମାଧାନ ନେଇ ପାଞ୍ଚ ଦଫା ଦାବିପତ୍ର ଥୁଆମୁଳ ରାମପୁର ବ୍ଳକ୍ ଗୋଷ୍ଠୀଉନ୍ନୟନ ଅଧିକାରୀ ଶୁଭଙ୍କର ନାଏକଙ୍କ ଜରିଆରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ପୁଣି ବିଜେଡି ଦଳ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ଯେ, ଆସନ୍ତା ୧୮ ଦିନ ମଧ୍ୟରେ ଯଦି ଦାବି ପୂରଣ ନ କରାଯାଏ, ତେବେ ଆଗକୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ତୀବ୍ରତର କରାଯିବ। ତତ୍ ସହିତ ଆଉ ଗୋଟିଏ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଖୋଲିବା ନେଇ ଦଳ ପକ୍ଷରୁ ଏବଂ ଅଞ୍ଚଳର ହିତାଧିକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ତେବେ ବିଜେଡିର ଏହି ବିକ୍ଷୋଭ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉଚ୍ଚ ଅଧିକାରୀଙ୍କ କୁମ୍ଭୀର ନିଦ ଭାଙ୍ଗୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୋଧରେ ୭ଟି ଦଳର ରାଜ୍ୟସ୍ତରୀୟ ମିଳିତ ଗଣଧାରଣା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ଆର୍ଥିକ ନୀତି ଏବଂ ବିଦ୍ୱେଷ ଓ ବିଭାଜନର ରାଜନୀତି ସାଂଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧି ନୀତି ବିରୋଧରେ ୧୭ଦଫା ଦାବିରେ ଆଜି ମାଷ୍ଟର କ୍ୟାଂଟିନ ଛକରେ ୭ଟି ଦଳର ରାଜ୍ୟସ୍ତରୀ ମିଳିତ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।

ଏଠାରେ ଆୟୋଜିତ ପ୍ରତିବାଦ ସଭାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସିପିଆଇଏମର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇର ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ସମାଜବାଦୀପାର୍ଟି ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ସିପିଆଇ ଏମଏଲ (ରେଡଫ୍ଲାଗ)ର ନେତ୍ରୀ ପ୍ରମିଳା ବେହେରା ଏବଂ ଏନ୍‌ସିପି ରାଜ୍ୟ ସାଧାରଣ ସଂପାଦକ ବିକ୍ରମ ସ୍ୱାଇଁ ପ୍ରମୁଖଙ୍କୁ ନେଇ ଗଠିତ ସଭାପତି ମଣ୍ଡଳି ପରିଚାଳନା କରିଥିଲେ ।

କଂଗ୍ରେସ ନେତା ଯଜ୍ଞେଶ୍ୱର ପ୍ରତିବାଦ ଧାରଣା ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ ସୂଚନା ଦେବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୋଦି ସରକାରର ବିନାଶକାରୀ ନୀତିର କଠୋର ସମାଲୋଚନା କରି ଗତ ୭୦ ବର୍ଷରେ ଏ ଦେଶରେ ନିର୍ମିତ ହୋଇଥିବା ସରକାରୀ ସଂପତି ଓ ସଂସ୍ଥାନ ଗୁଡିକୁ ଘରୋଇ ବ୍ୟବସାୟୀଙ୍କ ହାତରେ ଶାଗମାଛ ମୂଲ୍ୟରେ ବିକିଦେବା ବିରୋଧରେ ସମସ୍ତ ଗଣତନ୍ତ୍ର ଓ ଦେଶପ୍ରେମୀ ରାଜନୈତିକ ଦଳ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସରକାର ମଧ୍ୟ ମୋଦି ସରକାରର ସଖି କଣ୍ଢେଇ ସାଜି କେନ୍ଦ୍ରର ସମସ୍ତ ଜନବିରୋଧି ନୀତିଗୁଡ଼ିକୁ ନିସର୍ତ ସମର୍ଥନ ଜ୍ଞାପନ କରୁଥିବା ବେଳେ ରାଜ୍ୟରେ ବିଭିନ୍ନ ଜନସ୍ୱାର୍ଥ ନୀତି ପ୍ରଚଳନ କରୁଥିବାର ଏହା ବିରୋଧରେ ଗଣ ଆନ୍ଦୋଳନ ଗଢ଼ି ତୋଳିବା ଜରୁରୀ ବୋଲି କହିଥିଲେ । କଳାକୃଷି ଆଇନ ବିରୋଧରେ ଦେଶତମାମ ଚାଲିଥିବା କୃଷକ ଆନ୍ଦୋଳନ ପ୍ରତି ମୋଦି ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିବା ସହ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦକୁ ରାଜ୍ୟବାସୀ ସମର୍ଥନ କରିବାକୁ ନିବେଦନ କରିଥିଲେ ।

ଏଆଇସିସି ସଂପାଦକ ରୁଦ୍ର ରାଜୁ ମଧ୍ୟ ଦେଶର ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରୁଥିବା ସାଂପ୍ରଦାୟୀକ ଦଳଗୁଡ଼ିକର ଗୁପ୍ତ ଏଜେଣ୍ଡା ପ୍ରତି ସର୍ତକ କରିବା ସହ ମିଳିତ ଏବଂ ଐକ୍ୟବଦ୍ଧ ଆନ୍ଦୋଳନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସିପିଏମ ନେତା ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସିପିଆଇ ଏମଏଲ (ରେର୍ଡଷ୍ଟାର) ନେତ୍ରୀ ହେନା ବାରିକ ଏବଂ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ସମାଲୋଚନା କରିଥିଲେ ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସରକାରଙ୍କ କଳାକାରମାନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଆମରଣ ଅନଶନ ଓ ଗଣଧାରଣା

ଭୁବନେଶ୍ୱର: ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ଆଜି ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି। ସେମାନଙ୍କର ଦାବି ପୂରଣ ନହେଲେ ଲୋୟାର ପିଏମଜି ଠାରେ ଆମରଣ ଅନଶନରେ ବସିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଆଜି ଗଣମାଧ୍ୟମର ପ୍ରତିନିଧିମାନଙ୍କ ମାଧ୍ୟମରେ ଯାତ୍ରା କଳାକାର କର୍ମଚାରୀ ସଂଘ କହିଛି ଯେ, କରୋନା ଯୋଗୁଁ ଦୀର୍ଘ ଏଗାରମାସ ଧରି ଯାତ୍ରା କଳାକାରମାନେ ଘରେ ବସିରହିଛନ୍ତି। ଭୋକ ଓ ପେଟର ଜ୍ୱାଳା ସହିନପାରି ଅନେକ କଳାକାର ଦାଦନ ଖଟିବାକୁ ଚାଲି ଯାଇଥିବା ବେଳେ ଶହ ଶହ କଳାକାର ବାହାର ରାଜ୍ୟରେ ଡ୍ୟାନ୍ସ କରିବାକୁ ଯାଇ ସେଠାରେ ନିଜ ପିଲା ପରିବାର ସହିତ ବନ୍ଧା ପଡ଼ି ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଅନେକ କଳାକାର ରୋଗାଗ୍ରସ୍ଥ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ମୃତ୍ୟୁବରଣ କରିଛନ୍ତି।

ଏହାସହିତ ରାଜ୍ୟ ସରକାର ଫେବୃୟାରୀ ମାସ କୋଭିଡ଼ ଗାଇଡ଼ ଲାଇନରେ ପାଞ୍ଚଶହ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପାଞ୍ଚଶହ ଦର୍ଶକ ଦେଖିବା ପାଇଁ ଅନୁମତି ଦେବାକୁ ଲ ଲର୍ଡ଼ର ସିଚୁଏସନ ବ୍ୟାହତ ହେବ କହି ଅନୁମତି ଦେଉନାହାଁନ୍ତି ଯାହା ଫଳରେ ହଜାର ହଜାର କଳାକାର ପାଇଁ ମରିବା ବଞ୍ଚିବା ସମାନ ହୋଇଯାଇଛି। ଜୀବିକା ହରାଇ କଳାକାରଙ୍କ ସଂଘର୍ଷମୟ ଜୀବନ ହାହୁତାଶର ଯନ୍ତ୍ରଣା ଭିତରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବୋଲି ସଂଘ ଗଣମାଧ୍ୟମକୁ କହିଛି।

ସମସ୍ତଙ୍କ ପାଇଁ କରୋନା କଟକଣା କୋହଳ କରି ଦିଆଯାଇଥିବା ବେଳେ ଆମକୁ ଅନୁମତି ନଦେଇ ଆମ ପ୍ରତି ଅବିଚାର କରାଯାଉଛି ବୋଲି କଳାକାର ସଂଘ ଅଭିଯୋଗ କରିଛି। ତେବେ ଅସନ୍ତା ଫେବୃୟାରୀ ୨୨ ତାରିଖରୁ ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ତଥା ଅନ୍ୟାନ୍ୟ ସମସ୍ତ ବର୍ଗର କଳାକାରମାନଙ୍କୁ ନେଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବେ ବୋଲି ସଂଘ କହିଛି।

ସଂଘର ଦାବି:

୧- ଦୁଇ ହଜାର ଦର୍ଶକରେ ସବୁ ବର୍ଗର କଳା ପରିବେଷଣ କରିବାକୁ ଅନୁମତି ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

୨- ତା ୨୦.୧୧.୨୦୧୯ରିଖରେ ସରକାରଙ୍କୁ ୧୨ ଦଫା ଦାବି ଉପରେ ଆଲୋଚନା କରି ତୁରନ୍ତ ଉକ୍ତ ଦାବିକୁ ପୂରଣ କରାଯାଉ।