ଆମରଣ ଅନଶନରେ ବାଣପୁର ଉପ କାରାଗାର କର୍ମଚାରୀ

Published: Sep 25, 2023, 2:07 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ବାଣପୁର ଉପ କାରାଗାର କର୍ମଚାରୀ ମାନେ ଆଜିଠାରୁ ଆମରଣ ଅନଶନକୁ ଓହ୍ଲାଇଛନ୍ତି। ସୂଚନା ଥାଉକି ବିଗତ କିଛି ଦିନ ହେବ ଉକ୍ତ କର୍ମଚାରୀ ମାନେ ପାଞ୍ଚ ଦଫା ଦାବୀ ନେଇ କଳାବ୍ୟାଚ ପିନ୍ଧି ପ୍ରତିବାଦଜାରି ରଖିଥିଲେ। ଇତି ମଧ୍ୟରେ ଉକ୍ତ ଦାବି ପୂରଣ ନହେବାରୁ ସେମାନେ ଆଜିଠାରୁ ଆମରଣ ଅନଶନକୁ ଓହ୍ଲାଇଛନ୍ତି।

ପ୍ରକାଶ ଥାଉକି କାରାରକ୍ଷୀଙ୍କ ଗ୍ରେଡ଼ପେ ୧୯୦୦ ରୁ ୨୦୦୦ ଟଙ୍କା, ମୁଖ୍ୟ କାରାରକ୍ଷୀଙ୍କ ୨୦୦୦ ରୁ ୨୪୦୦ ଟଙ୍କା, ୨୦୧୨ ର ବଦଳି ନିୟମ ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ, ଖାଦ୍ୟ ଭତ୍ତା ବୃଦ୍ଧି ଓ ତେର ମାସିଆ ଦରମା ବୃଦ୍ଧି ଭଳି ପାଞ୍ଚ ଦଫା ଦାବୀ ନେଇ କର୍ମଚାରୀ ମାନେ ଗତ ୧୩ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିବା ଜଣାଯାଇଛି। ଏହାକୁ କର୍ମଚାରୀମାନେ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ, ଏବଂ ଥାନାଧିକାରୀଙ୍କୁ ଅବଗତ କରି ଜଣାଇଛନ୍ତି କି ଧାରଣା ସମୟରେ ଯଦି କୌଣସି କର୍ମଚାରୀ ଅସୁସ୍ଥ କି ମୃତ୍ୟୁବରଣ କରନ୍ତି, ତେବେ କାରାଗାର କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ଏଥିନିମନ୍ତେ ସମ୍ପୂର୍ଣ୍ଣ ଦାୟୀ ରହିବେ।

Related posts