Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୮ ଦଫା ଦାବି ନେଇ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଆମରଣ ଅନଶନ
ଆଜିର ଖବର

୮ ଦଫା ଦାବି ନେଇ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଆମରଣ ଅନଶନ

December 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ
୮ ଦଫା ଦାବି ନେଇ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଆମରଣ ଅନଶନ

ଭୁବନେଶ୍ୱର: ବିଗତ ନଭେମ୍ବର ୦୬ ତାରିଖରୁ ରାଜ୍ୟରେ ୦୮ ଦଫା ଦାବି ଯଥା- ନୂତନ ଆୟୁଷ ମେଡ଼ିକାଲ ଅଧିକାରୀ ପଦବୀ ସୃଷ୍ଟି, ଆୟୁଷ ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ସିଟ ବୃଦ୍ଧି, ହାଉସ ସର୍ଜନ ଙ୍କ ବାହୁଦିନ ର ଦାବୀ ଡାଇନାମିକ ଭତ୍ତା ବୃଦ୍ଧି, ସମସ୍ତ ଆୟୁଷ କଲେଜରେ ପରିଚାଳନା କମିଟିର ପୂର୍ଣ୍ଣ ଗଠନ, ଆୟୁଷ ପ୍ରଗତି ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ନୀତିରେ ଆୟୁଷ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବଜେଟ, ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦେବା ସହିତ ଜନସାଧାରଣ ଙ୍କୁ ଆୟୁଷ ସ୍ୱାସ୍ଥ୍ୟ ପାଇଁ ସଚେତନତା ଅଭିଯାନ ସୃଷ୍ଟି ଓ ସ୍ୱତନ୍ତ୍ର ଆୟୁଷ ବିଭାଗ ସୃଷ୍ଟି ଆଦି ୮ ଦଫା ଦାବି ନେଇ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଆୟୁଷ ଛାତ୍ରଛାତ୍ରୀମାନେ କଳା ବ୍ୟାଚ୍ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଆସୁଥିଲେ। ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ଗତ ୨୪ ତାରିଖ ଠାରୁ ରାଜ୍ୟର ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଆଙ୍କୁଶପୁର ଆଦି ୭ଟି ସରକାରୀ ମହାବିଦ୍ୟାଳୟ ବନ୍ଦ ଡାକରା ଦେବା ସହିତ ଗତ ୩୦ ତାରିଖ ଠାରୁ ଦିବାରାତ୍ର ଧାରଣା ଓ ଆନ୍ଦୋଳନ କରି ଆସୁଥିଲେ।

ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ, ପୁନଶ୍ଚ ଡାକ୍ତରମାନଙ୍କ ଭୂମିକା ସମାଜରେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଅବଗତ। ଏଭଳି ପରିସ୍ଥିତିରେ ଗୋଟାଏ ଦାବି ପୂରଣ ହୋଇନାହିଁ। ଅହୋରାତ୍ର ଗଛ ତଳେ ରାତ୍ରି କାଟୁଥିବା ଦେଶର ଭବିଷ୍ୟତ ଡାକ୍ତରମାନେ ବାଧ୍ୟ ହୋଇ ଏଭଳି ଚରମ ପନ୍ଥା ଆପଣେଇଛନ୍ତି।

ପ୍ରକାଶ ଥାଉକି ସମସ୍ତ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ରାଜ୍ୟବ୍ୟାପୀ ଧଳା କୋଟ ବର୍ଜ୍ଜନ କରିଥିଲେ ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଆୟୁର୍ବେଦ ମହାବିଦ୍ୟାଳୟର ଜନୈକ ଛାତ୍ର ନେତାଙ୍କୁ ନିଳମ୍ବନ କରାଯାଇଥିଲା।

କେନ୍ଦ୍ରରେ ମୋଦୀ ସରକାର ଆୟୁଷ ବିଭାଗର ଉନ୍ନତି ପାଇଁ ବହୁମୂଖୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ପରିତାପର ବିଷୟ ଦୀର୍ଘ ଦିନରୁ ସରକାରଙ୍କୁ ଜଣାଇ ଆସୁଥିବା ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ସଂଘର ଏହି ନ୍ୟାୟସଙ୍ଗତ ଦାବିର କୌଣସି ଗୋଟିଏ ବି ପୂରଣ ଦିଗରେ ପଦକ୍ଷେପମାନ ଗ୍ରହଣ ନକରିବା ଦୁଃଖ ଓ ପରିତାପର ବିଷୟ।

ଛାତ୍ରଛାତ୍ରୀ ମାନଙ୍କୁ ସର୍ବଦା ଆଶ୍ଵସନା ଦେଇ ସୁଖର ସ୍ଵପ୍ନ ଦେଖାଇ ସ୍ୱାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନ ନୀରବ। ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କ ନିଜ ସନ୍ତାନ ତୁଲ୍ୟ ଏଭଳି ପରିସ୍ଥିତିରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଦାବି ପୂରଣ ତ ଦୂରର କଥା ଦେଖା କରିବାକୁ ମଧ୍ୟ ଆସୁନାହାନ୍ତି।

ଏହି ପରିସ୍ଥିତିରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆଦିଙ୍କୁ ପତ୍ର ପ୍ରେରଣ କରି ଓଡ଼ିଶା ଆୟୁଷ ଛାତ୍ର ସଂସଦ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଏହି ଅନଶନରେ ଯଦି କୌଣସି ଡାକ୍ତରି ଛାତ୍ରଛାତ୍ରୀର କ୍ଷତି ହୁଏ, ତାହାଲେ ସରକାର ହିଁ ଦାୟି ରହିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ଆମରଣ ଅନଶନ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026
Latest News

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026

ବାଲି ମାଫିଆଙ୍କ ଦବଙ୍ଗଗିରି! ପୁଲିସ ସାମ୍ନାରେ ତହସିଲଦାରଙ୍କୁ ଧମକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.