Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉନ୍ମୋଚନ ଅପେକ୍ଷାରେ ବାଲୁଗାଁର ଏସଡିପିଓଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’
ଆଜିର ଖବର

ଉନ୍ମୋଚନ ଅପେକ୍ଷାରେ ବାଲୁଗାଁର ଏସଡିପିଓଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’

March 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଉନ୍ମୋଚନ ଅପେକ୍ଷାରେ ବାଲୁଗାଁର ବିଦାୟୀ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’। ଶ୍ରୀ ବାରିକ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବା ବେଳେ ସେ ଜଣେ ଭଲ ଲେଖକ ଓ କବି ମଧ୍ୟ। ସମୟ ସମୟରେ ସେ କ୍ଷୁଦ୍ର କବିତା ଏବଂ ଅଣୁଗଳ୍ପ ଲେଖି ନିଜେ ଟ୍ୱିଟ୍ କରିଥାନ୍ତି। ତାଙ୍କର ଗଳ୍ପ କବିତା ଗୁଡିକ ପ୍ରାୟତଃ ସାମ୍ପ୍ରତିକ ସମାଜରେ ମାନବୀୟ ଦୃଷ୍ଟିଭଙ୍ଗୀକୁ ଇଙ୍ଗିତ କରିଥାଏ।

ବାଲୁଗାଁରେ ଦୀର୍ଘ ଦୁଇ ବର୍ଷ ଚାକିରି ଜୀବନରେ ସାଉଁଟିଥିବା ଅଭିଜ୍ଞତା, କାହାଣୀ ଓ ଚରିତ୍ର ମାନଙ୍କୁ ମଧ୍ୟରାତ୍ରିରେ କାଳ୍ପନିକ ରୂପ ଦେଇ ଉକ୍ତ ପୁସ୍ତକରେ ଆହୁରି ଉଜ୍ଜୀବିତ କରିଛନ୍ତି ସେ। ଦୁଇ ଚାରି ମାସ ଭିତରେ ଏହି ଗଳ୍ପ ଗୁଡିକୁ ଜୀବନ୍ତ କରି ଗଢ଼ିଛନ୍ତି ଯାହାର ସମ୍ପୂର୍ଣ୍ଣ ସଂକଳନ ଆସନ୍ତା ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଅଡିଟୋରିଅମ ହଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ପୁସ୍ତକ ଉନ୍ମୋଚନ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବାରିକ।

ଏହାର ମୂଲ୍ୟ ମାତ୍ର ୧୨୯ ଟଙ୍କା ରହିଥିବା ବେଳେ ୧୭ ତାରିଖ ପରେ ଏହା ଅଗ୍ରଣୀ ଅନଲାଇନ ସଂସ୍ଥା ଆମାଜନରେ ଉପଲବ୍ଧ ହେବ। ଭୁବନେଶ୍ୱରସ୍ଥିତ ପଶ୍ଚିମା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଉକ୍ତ ପୁସ୍ତକରେ ସମୁଦାୟ ୨୦୭ ଟି ଅଣୁଗଳ୍ପ ଅଛି। ସବୁଠାରୁ କ୍ଷୁଦ୍ର ଗଳ୍ପ ଗୋଟିଏ ବାକ୍ୟରେ ଏବଂ ଦୀର୍ଘତମ ଗଳ୍ପ ପାଞ୍ଚଗୋଟି ବାକ୍ୟରେ ସମାପ୍ତ ହୋଇଛି।

ଉକ୍ତ ପୁସ୍ତକ କୋଡିଏ ଗୋଟି ଥିମକୁ ନେଇ ଗଠିତ ହୋଇଥିବା ବେଳେ ପ୍ରତ୍ୟେକ ଥିମରେ ଦଶଗୋଟି ଅଣୁଗଳ୍ପ ରହିଅଛି। ପ୍ରତ୍ୟେକ ଗଳ୍ପରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ବାର୍ତ୍ତା ଲୁଚି ରହିଛି। ଆଙ୍ଗୀକ ଦୃଷ୍ଟିରୁ ମୁଖ୍ୟତଃ ଚିତ୍ରକଳ୍ପରେ ପରିପୂର୍ଣ୍ଣ ଆଉ ଆତ୍ମିକ ଦୃଷ୍ଟିରୁ ବାସ୍ତବଧର୍ମୀ ଘଟଣା ସବୁ ନିହିତ ଅଛି ବୋଲି କହିଛନ୍ତି ଶ୍ରୀ ବାରିକ।

ଅନେକାଂଶରେ ଟୁଇଷ୍ଟ, ଟର୍ନ୍, ମୋହଭଙ୍ଗ ଏବଂ ଅଯୌକ୍ତିକ ବଦ୍ଧମୂଳ ଧାରଣା ମାନଙ୍କର ମୂଳୋତ୍ପାଟନରେ ଗଳ୍ପ ସବୁ ପର୍ଯ୍ୟବେସିତ ହୋଇଛି। ଉଦ୍ଦେଶ୍ୟ ସ୍ତରୀଭୂତ ସତ୍ୟ ମାନଙ୍କର ଅନାବରଣ କାରଣ ସତ୍ୟ କେବେ ବି ଏକମାତ୍ର ନିର୍ଦ୍ଧାରିତ ଧାରଣା ହୋଇ ନପାରେ ବୋଲି ଗାଳ୍ପିକଙ୍କର ମତ। ଗୋଟିଏ ବିଷୟ କେମିତି ଭିନ୍ନ ପରିସ୍ଥିତିରେ ଭିନ୍ନ ଅର୍ଥ ବହନ କରିପାରେ ତାହା ଅତି ସହଜରେ ଅଣୁଗଳ୍ପର ସ୍ଵଳ୍ପ କାୟାରେ ବଖାଣିବାର ଚେଷ୍ଟା କରିଛନ୍ତି ଶ୍ରୀ ବାରିକ୍। ଆଗରୁ ମଧ୍ୟ ସାମାଜିକ ଗଣମାଧ୍ୟମରୁ ଏହାର ଝଲକ ପାଠକମାନେ ଦେଖିଥିବେ। ବହିର ପ୍ରଚ୍ଛଦପଟ୍ଟରୁ ଜଣା ପଡେ ଗାଳ୍ପିକ ସିନ୍ଧୁକୁ ବିନ୍ଦୁରେ ଦେଖେଇବାକୁ ଶ୍ରୀ ବାରିକ ଚେଷ୍ଟା କରିଛନ୍ତି।

ତେବେ ଚିଲିକା ଓ ବାଣପୁର ଏକ ଐତିହ୍ୟ ଭରା ମାଟି ହୋଇଥିବାବେଳେ ନିଜ କାର୍ଯ୍ୟକାଳ ମଧ୍ୟରେ ଏହି ମାଟିରେ ଉକ୍ତ ପୁସ୍ତକ ଲେଖିପାରିଥିବାରୁ ଖୁସି ଅନୁଭବ କରୁଛନ୍ତି ବୋଲି ଶ୍ରୀ ବାରିକ କହିଛନ୍ତି। ତେବେ ଉକ୍ତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ସବୁ ବର୍ଗର ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ବାଲୁଗାଁର ବିଦାୟୀ ଏସଡିପିଓ ମାନସ ରଞ୍ଜନ ବାରିକ।

ଅଣୁଗଳ୍ପ ମାନସାଙ୍କ ଏସଡିପିଓ ବାଲୁଗାଁ ମାନସ ରଞ୍ଜନ ବାରିକ
Share. Facebook Twitter LinkedIn Email WhatsApp Copy Link

Related Posts

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

February 7, 2026

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026
Latest News

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଚିନ୍ତା ବଢ଼ାଇଲା ଆମେରିକା ଦ୍ଵାରା ପ୍ରକାଶିତ ଭାରତ ମାନଚିତ୍ର: ପାକିସ୍ତାନ ଏବଂ ଚୀନ୍ କୁ ବଡ଼ ଝଟକା

February 7, 2026

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

February 7, 2026

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.