Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶୀ ସଂଗୀତର ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂଗୀତ ସଂଧ୍ୟା
ଆଜିର ଖବର

ଓଡ଼ିଶୀ ସଂଗୀତର ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂଗୀତ ସଂଧ୍ୟା

March 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଶୀ ସଂଗୀତ ଜଗତର ପ୍ରଖ୍ୟାତ ଏବଂ ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗ ମଂଚରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପ୍ରଥମେ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ ବରିଷ୍ଠ ଓଡିଶୀ ସଂଗୀତ ଗାୟିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଯିଏ କି ତାଙ୍କର ବାଲ୍ୟ ଜୀବନରେ ସ୍ୱର୍ଗତ ଶ୍ୟାମସୁନ୍ଦର କରଙ୍କ ଠାରୁ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ। ପରେ ପରେ ଗୁରୁ କେଶବ ଚନ୍ଦ୍ର ରାଉତ ଏବଂ ଗୁରୁ ଅଚ୍ୟୁତ ମହାରଣା ଓଡ଼ିଶୀସଂଗୀତ ପରିବେଷଣ କରିଥିଲେ।

ଶେଷରେ ଶ୍ରୀଜଗନ୍ନାଥ ମର୍ଦଳ ପ୍ରତିଷ୍ଠାନ ,ପୁରୀର ଛାତ୍ରୀମାନେ ସମୂହ ଓଡ଼ିଶୀ ମର୍ଦ୍ଦଳ ପରିବେଷଣ କରିଥିଲେ। ଉକ୍ତ ସଂଗୀତଭିତ୍ତିକ କାର୍ଯ୍ୟକ୍ରମଟି ଖୁବ୍ ଚିତ୍ତାକର୍ଷକ ଏବଂ ଦର୍ଶକଙ୍କ ମହଲରେ ଖୁବ୍ ଆଦୃତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ବରିଷ୍ଠ ଓଡ଼ିଶୀ ସଂଗୀତ ଗବେଷକ ଡକ୍ଟର କୀର୍ତ୍ତନ ନାରାୟଣ ପାଢୀ, ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ, ଓଡ଼ିଶୀ ଗବେଷଣା କେନ୍ଦ୍ର ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ତାରିଣୀ ମିଶ୍ରଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବିଶ୍ରଜିତ୍ ବଳିଆର ସିଂ ସଂଯୋଜନା କରିଥିଲେ।

ଓଡ଼ିଶୀ ଗବେଷଣା କେନ୍ଦ୍ର ଓଡିଶୀ ସଂଗୀତ ଗୁରୁ କେଳୁଚରଣ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026
Latest News

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.