ଛତ୍ରପୁର: ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସି ଯୁବକ ଗୁରୁତର

Published: Mar 20, 2023, 4:53 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ଛତ୍ରପୁର: ଗତକାଲି ସନ୍ଧ୍ୟାରେ ଛତ୍ରପୁର ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଭୁବନେଶ୍ୱର ଯାଉଥିବା ଉକ୍ତ ଟ୍ରେନର କୌଣସି କାରଣ ବଶତଃ ଏହି ଯୁବକ ଜଣକ ଖସିଯିବାରୁ ଗୋଡ଼ରେ ଆଘାତ ଲାଗି ଗୁରୁତର ଆହତ ହୋଇଛନ୍ତି। ରେଲୱେ ପୋଲିସ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ କରାଇ ବର୍ତ୍ତମାନ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ହାଜିପୁର ଗ୍ରାମର ପ୍ରଭାତ ଲେଙ୍କା ଓ ତାଙ୍କର ବାପାଙ୍କ ନାମ ସୁକଦେବ ଲେଙ୍କା। ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୁବକଙ୍କ ପରିସ୍ଥିତି ବର୍ତ୍ତମାନ ଭଲ ଅଛି। ସେ ଘର ଲୋକଙ୍କ ସହ ମିଶିବାକୁ ଚାହୁଁଛନ୍ତି ବୋଲି ଛତ୍ରପୁର ରେଲୱେ ଥାନା ମୁଖ୍ୟ ସିପାହୀ କମଲ କୁମାର ପଣ୍ଡା ସୁଚନା ଦେଇଛନ୍ତି।

Related posts