ପୁଣି ଭୁବନେଶ୍ବରରେ ଏକ ହୋଡିଂ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ

Published: Mar 22, 2023, 11:30 am IST

ଭୁବନେଶ୍ବର: ପୁଣି ଥରେ ହୋଡିଂ ଉପରେ ଚଢି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଟୁଲୁ ପାତ୍ର। ସେ ଆଜି ସକାଳୁ ଶିଶୁଭବନ ଛକରେ ଥିବା ଏକ ୪୦ ଫୁଟ ହୋଡିଂ ଟାୱାରରେ ଚଢିଯାଇଥିଲେ।

ଏହି ଖବର ଜଣାପଡିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେଷ ସେମାନେ ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ତାହାକୁ ତଳକୁ ଆଣିବାକୁ ସକ୍ଷମ ହୋଇଥିଲେ। ଉଦ୍ଧାର ହେବା ପରେ ତାଙ୍କୁ କ୍ୟାପିଟାନ ହସପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ସେ ଆତ୍ମହତ୍ୟା କରିବାର କାରଣରେ ଡ୍ରାଇଭର ସଂଘକୁ ଦାୟୀ କରିଛନ୍ତି। ସଂଘର ବାରମ୍ବାର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ସେଥିପାଇଁ ସେ ଏହି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି।

ପୂର୍ବରୁ ସେହିପରି ଆଉ ଜଣେ ବ୍ୟକ୍ତି ଶିଶୁଭବନ ଛକରେ ଥିବା ହୋଡିଂ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରବର୍ତ୍ତି ସମୟରେ ଅଗ୍ନଶମ ବିଭାଗର ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

Related posts