କଣ୍ଟେନର୍ ତଳେ ଚାପି ହୋଇ ବରିଷ୍ଠ ବିଜେଡି କର୍ମୀଙ୍କ ପରଲୋକ

Published: Mar 25, 2023, 11:42 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ପୋଲସରା: ପୋଲସରା ମୁଖ୍ୟ ରାସ୍ତା ଷ୍ଟେଟବ୍ୟାଙ୍କ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉକ୍ତ ଘଟଣାରେ ପୋଲସରା ବ୍ଳକ ମାଳ ତେନ୍ତୁଳିଆ ପଞ୍ଚାୟତ ଖଇରଚଟା ଗ୍ରାମର ସତ୍ୟବାଦୀ ଗୌଡ଼ ନାମକ ଜଣେ ବରିଷ୍ଠ ବିଜେଡି କର୍ମୀଙ୍କ ପରଲୋକ ହୋଇଯାଇଛି।

ଘଟଣାରୁ ପ୍ରକାଶ ଯେ, ମୃତ ସତ୍ୟବାଦୀ କୌଣସି କାମରେ ବ୍ୟାଙ୍କକୁ ଆସି କାମ ସାରି ମୋଟରସାଇକେଲ ବାହାର କରୁଥିବା ବେଳେ ବୁଗୁଡ଼ା ପଟୁ ଆସୁଥିବା ନାଗାଲାଣ୍ଡ କୋହିମା ଅଞ୍ଚଳର ବଡ଼ କଣ୍ଟେନର ଗାଡ଼ି ତାକୁ ଧକ୍କା ଦେଇଥିଲା। ଫଳରେ ସତ୍ୟବାଦୀ ତଳେ ପଡ଼ିଯିବା ପରେ ଉକ୍ତ ଗାଡିଟି ତା’ର ଅଣ୍ଟା ଉପରେ ମାଡ଼ି ଯାଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ଅଞ୍ଚଳ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲେ। ଚାଳକ ଗାଡ଼ି ଛାଡ଼ି ଦୌଡ଼ି ପଳାଉଥିବା ବେଳେ ଲୋକମାନେ ଗୋଡ଼ାଇ ଗୋଡ଼ାଇ ତାକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି କୁ ଜବତ କରିବା ସହ ଗାଡ଼ି ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତିକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି।

Related posts