Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳ ଦିବସରେ ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା “ପଖାଳ ଉତ୍ସବ”
ଆଜିର ଖବର

ଉତ୍କଳ ଦିବସରେ ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା “ପଖାଳ ଉତ୍ସବ”

April 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ (ଏସ୍‌ଏଚ୍‌ଏମ୍ ) ଏପ୍ରିଲ୍‌୧ ଉତ୍କଳ ଦିବସ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି। ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବକୁ ସୋଆର ଉପସଭାପତି ଶାଶ୍ୱତୀ ଦାସ ଶୁଭାରମ୍ଭ କରିଛନ୍ତି।

ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଦ୍ୱାରା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ପଖାଳକୁ ଆଦୃତ କରାଇବାର ଉଦ୍ଦେଶ୍ୟ ରହିଛି।

ଏହି ଉତ୍ସବର ଶୁଭାରମ୍ଭ କରି ଏହା ଏକ ଅଭିନବ ପ୍ରୟାସ ବୋଲି ଶ୍ରୀମତି ଦାସ କହିଥିଲେ। ବିଶ୍ୱ ଦରବାରରେ ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହା ଦ୍ୱାରା ଓଡ଼ିଆଙ୍କ ଅସ୍ମିତା ଅଧିକ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି।

ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ତେଣୁ ଓଡିଆଙ୍କ ଖାଦ୍ୟ ରୁଚିକୁ ଦୃଷ୍ଟିକୁ ରଖି ପଖାଳ ଏବଂ ଅନ୍ୟାନ୍ୟ ଆମିଷ ଓ ନିରାମିଷ ବ୍ୟଞ୍ଜନର ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ। ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହ ପଖାଳ ଉତ୍ସବର ଆୟୋଜନ କରିଥିବାରୁ ଶ୍ରୀମତି ଦାସ ଏସ୍‌ଏଚ୍‌ଏମ୍‌ର ସମସ୍ତ କାର୍ଯ୍ୟକର୍ତାମାନଙ୍କର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।

ପଖାଳ ଉତ୍ସବ ପରିପ୍ରେକ୍ଷୀରେ କୃତ୍ରିମ ପୋଖରୀ, କୂଅ, ବିଭିନ୍ନ ପ୍ରକାର ପରିବା ଚାଷ ଓ ଗ୍ରାମଦେବୀଙ୍କ ମୂର୍ତୀର ପୂଜାର୍ଚ୍ଚନା ଭଳି ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏକ ଗ୍ରାମୀଣ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ତିନୋଟି ଥିମ୍‌କୁ ନେଇ ଡାଏନିଂ ହଲ୍ ଆୟୋଜିତ ହୋଇଛି। ଏହି ତିନୋଟି ଡାଏନିଂ ହଲ୍‌କୁ ଅର୍କକ୍ଷେତ୍ର, ନଳବଣ ଓ ପିପିଲି ମଠସାହି ଭାବେ ନାମକରଣ କରାଯାଇଛି।

ସେହିପରି ପଖାଳ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ କହିଥିଲେ ଯେ ଉତ୍କଳ ଦିବସରେ ପଖାଳ ଉତ୍ସବ ପାଳନ କରିବା ଆମ ପାଇଁ ଗୌରବ। ପାଂଚ ଦିନ ଧରି ଆୟୋଜିତ ହୋଇଥିବା ଏହି ପଖାଳ ଦିବସରେ ପଖାଳ ସହିତ ବିଭିନ୍ନ ପକ୍ରାରର ବ୍ୟଞ୍ଜନ ପରଷା ଯିବ ବୋଲି ସେ କହିଥିଲେ।

ଏହି ପଖାଳ ଉତ୍ସବରେ ଅତିଥିମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯାଉଛି। ସେହିପରି ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, ଚୁନା ମାଛ ଭଜା, ଆଚାରୀ କୁକୁଡା, ପୋହଳା ମାଛ ଭଜା, ଚିଙ୍ଗୁଡି ଝରଝରି, ମାଛ ଭଜା, ଛତୁ ପତ୍ରପୋଡା, ଛତୁ ଭଜା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା, ନଡ଼ିଆ ଭଜା, ପରିବା ଭଜା, ଆମ୍ବ ଚଟଣୀ, ପୋଡା ଟମାଟୋ , ପନିର ଭୁଜିଆ, ଆଳୁ ଚଟଣୀ, ଆଳୁ ସଜନା ଛୁଇଁ ବେସର, ଭେଣ୍ଡି ଭଜା ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯାଉଛି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍‌ର ରେଷ୍ଟୁରାଂଟ ପରିସରରେ ୫ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରଷା ଯିବ। ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ମଧ୍ୟ ପରିବେଷଣ କରାଯାଉଛି।

ଏହି ଅବସରରେ ଫୁଡ୍ ଆଣ୍ଡ ବେଭ୍‌ରେଜ୍‌ର ପ୍ରଫେସର (ଡକ୍ଟର) ସୁଶାନ୍ତ ରଞ୍ଜନ ଚଇନି, ପ୍ରଫେସର ସଂଘମିତ୍ରା ମିଶ୍ର, ଜେନେରାଲ ମ୍ୟାନେଜମେଂଟ ପ୍ରଫେସର (ଡକ୍ଟର) ସସ୍ମିତା ମହାନ୍ତି, ପ୍ରଫେସର ସ୍ମିତା ମହାପାତ୍ର ପ୍ରମୁଖ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।

ଉତ୍କଳ ଦିବସ ପଖାଳ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

December 23, 2025

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025

ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ 

December 23, 2025

ବାଂଲାଦେଶ ହାଇକମିଶନ ବାହାରେ ଭିଏଚପି ଏବଂ ବଜରଙ୍ଗ ଦଳର ପ୍ରତିବାଦ

December 23, 2025
Latest News

BSFରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

December 23, 2025

ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

December 23, 2025

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025

ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ 

December 23, 2025

ବାଂଲାଦେଶ ହାଇକମିଶନ ବାହାରେ ଭିଏଚପି ଏବଂ ବଜରଙ୍ଗ ଦଳର ପ୍ରତିବାଦ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.