Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ଉଦଘାଟିତ ହେଲା ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ
ଆଜିର ଖବର

ଭୁବନେଶ୍ବରରେ ଉଦଘାଟିତ ହେଲା ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ

April 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Dharma
ଭୁବନେଶ୍ବରରେ ଉଦଘାଟିତ ହେଲା ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ

ଭୁବନେଶ୍ୱର: ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ ରବିବାର ଅପରାହ୍ନରେ ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟ, ଖଣ୍ଡଗିରି ଠାରେ ଉଦଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସାଂସଦ ତଥା ସ୍କୁଲ ଡେଭଲପମେଣ୍ଟ କମିଟି ଉପାଧ୍ୟକ୍ଷ ଡ. ଅଚ୍ୟୁତ ସାମନ୍ତ, ପ୍ରାକ୍ତନ ରାଜ୍ୟ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ, ପ୍ରାକ୍ତନ କୁଳପତି ଡ. ହରେକୃଷ୍ଣ ଶତପଥୀ, ଆର୍ଯ୍ୟ ସମାଜ ଓଡ଼ିଶାର ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ବତୀ ମହାରାଜ, ସ୍ୱାମୀ ଧର୍ମପ୍ରକାଶାନନ୍ଦ ସରସ୍ବତୀ ମହାରାଜ, ସ୍ୱାମୀ ଶିବଚିଦାନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ ଉଦବୋଧନ ଦେଇଥିଲେ। ନିଷ୍ଠା, ସମର୍ପଣ ସହ ଆଧ୍ୟାତ୍ମିକତା ମଣିଷକୁ ସଫଳତା ଦେଇଥାଏ। ମନଖୋଲା କରି ଭଲପାନ୍ତୁ, ସାହାଯ୍ୟ କରନ୍ତୁ। ଦେଖିବେ ସର୍ବଦା ପରମାନନ୍ଦ ସହାୟ ହେବେ। ମଣିଷ କି ନାଁ ବଡ଼ ନୁହେଁ କାମ ସବୁଠୁ ବଡ଼। ତେଣୁ ଯେତେ ପାରୁଛନ୍ତି ଭଲ କାମ କରି ଚାଲନ୍ତୁ। ସେବାକୁ ବ୍ରତ ଓ ଜୀବନର ମନ୍ତ୍ର ଭାବି ନେଇ ଆଗେଇ ଚାଲିବାକୁ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ଆରମ୍ଭରେ ଭଜନ ଓ ଦିବ୍ୟଜୀବନ ସଂଘ ଧ୍ବଜାଉତ୍ତ୍ୱଳନ, ବେଦମନ୍ତ୍ରପାଠ, ମହାପ୍ରଭୁ ଓ ଗୁରୁଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ ଓ ବେଦ ପାଠ ହୋଇଥିଲା। ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ସାଧୁସନ୍ଥ ଓ ବିଶିଷ୍ଟ ଅତିଥିମାନଙ୍କ ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆବାହକ ଏସ. ଏନ. ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆରତୀ, ଶାନ୍ତିପାଠ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ମିଳନୀରେ ପାଞ୍ଚଶହରୁ ଉର୍ଦ୍ଧ ସଦସ୍ୟମାନେ ଯୋଗଦେଇ ଆଧ୍ୟାତ୍ମିକ ବାଣୀର ପ୍ରଚାର, ପ୍ରସାର ତଥା ସ୍ୱାମୀ ଶିବାନନ୍ଦ ସରସ୍ବତୀ ମହାରାଜ ଓ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କ ଜୀବନୀ, ଆଦର୍ଶ, ଦିଗଦର୍ଶନ ବିଷୟକ ଆଲୋଚନାରେ ଅଂଶଗ୍ରହଣ ସହିତ ନିଜର ମତବ୍ୟକ୍ତ କରିବେ। ଆସନ୍ତା ପାଞ୍ଚ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

ଡ.ଅଚ୍ୟୁତ ସାମନ୍ତ ଦିବ୍ୟଜୀବନ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026
Latest News

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.