Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସ ଭୁବନେଶ୍ୱରର ଅଭିନବ ପ୍ରୟାସ, ସ୍ଥାନୀୟ ଅଞ୍ଚଳରେ ଆୟୋଜନ କଲା ସ୍ୱାସ୍ଥ୍ୟମେଳା
ଆଜିର ଖବର

ଏମ୍‌ସ ଭୁବନେଶ୍ୱରର ଅଭିନବ ପ୍ରୟାସ, ସ୍ଥାନୀୟ ଅଞ୍ଚଳରେ ଆୟୋଜନ କଲା ସ୍ୱାସ୍ଥ୍ୟମେଳା

April 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଉପରେ ସାଧାରଣନାଗରିକଙ୍କର ରହିଥିବା ଆଶା, ବିଶ୍ବାସକୁ ଦୃଢ଼ୀଭୂତ କରିବା ସହିତ ସେମାନଙ୍କର ଭରସାକୁ ଚରିତାର୍ଥ କରି ଜନଭାଗିଦାରୀ ଗଠନ ଦିଗରେ ଅଭିନବ ପ୍ରୟାସ କରିଛି ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ଗୋଷ୍ଠୀ ନିକଟରେ ପହଞ୍ଚିବା ସହିତ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ମହତ ଉଦ୍ଦେଶ୍ୟ ନେଇ ସ୍ଥାନୀୟ ସିଜୁଆ ଗ୍ରାମରେ ଏକ ସ୍ୱାସ୍ଥ୍ୟମେଳାର ଆୟୋଜନ କରିଛି ଏମ୍‌ସ ଭୁବନେଶ୍ୱର। ଜି-୨୦ ଜନଭାଗିଦାରୀ ଅଭିଯାନକୁ ଶାକାର ରୂପ ଦେବା ନିମନ୍ତେ ଆୟୋଜିତ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିରକୁ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦ୍‌ଘାଟନ କରିଥିଲେ। ଏହି ମହତ କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଡ. ବିଶ୍ବାସ। ନିଜେ ରୋଗୀ ଦେଖିବା ସହିତ ଗ୍ରାମବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଏଥିସହିତ ପ୍ରାକୃତିକ ଉପାୟରେ କିପରି ନିଜକୁ ଫିଟ୍‌ ଏବଂ ସୁସ୍ଥବାନ ରଖାଯାଇପାରିବ ସେନେଇ ମଧ୍ୟ ଆବଶ୍ୟକୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ। ଏହି ସ୍ୱାସ୍ଥ୍ୟମେଳାରେ ଏମ୍‌ସର ଡାକ୍ତର, ନର୍ସିଂ, ପାରାମେଡିକାଲ୍ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ମାଗଣା ଔଷଧ ମଧ୍ୟ ପ୍ରଦାନ କରିଥିଲେ।

ଏହି ସ୍ୱାସ୍ଥ୍ୟମେଳାରେ ୨୨୦ ଜଣ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହିତ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ୁଥିବା ୬୫ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ। ସେହିପରି ୪୦ଜଣ ମହିଳାଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା। ଶିଶୁମାନଙ୍କର ପୁଷ୍ଟିକର ସ୍ଥିତି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ମଧ୍ୟ ବିଶେଷ ଧ୍ୟାନ ପ୍ରଦାନ କରାଯାଇଥିଲା। ସେହିଭଳି, ବିଭିନ୍ନ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ସେମାନଙ୍କୁ ଡାକ୍ତରୀ ପରାମର୍ଶ ଏବଂ ସଚେତନ କରାଯାଇଥିଲା। ଏହି ଅବସରରେ ଏମ୍‌ସ ପକ୍ଷରୁ ନିଜସ୍ବ ମୋବାଇଲ ବ୍ଲଡ୍‌ ଭ୍ୟାନରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଭ୍ରାମ୍ୟମାଣ ରକ୍ତଦାନ ଶିବିରରୁ ୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ନେଇ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରୁ ପ୍ରେରିତ ହୋଇ ଏମ୍‌ସ ଭୁବନେଶ୍ୱର ଏହି ମାସରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି ଅଭିଯାନର ଏକ ଅଂଶ ଭାବରେ, ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ସହିତ ଏକ ଦୃଢ଼ ଭାଗିଦାରୀ ଗଠନ କରିବାର ଅଂଶସ୍ବରୂପ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିର ଆୟୋଜନ କରିଥିବା ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରକାଶ କରିଛନ୍ତି।

କମ୍ୟୁନିଟି ଏବଂ ଫ୍ୟାମିଲ୍‌ ମେଡିସିନ୍‌(ସିଏମ୍‌ଏଫ୍‌ଏମ) ଏବଂ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ବରିଷ୍ଠ ଡାକ୍ତର, ପାରାମେଡିକାଲ୍ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସ୍ଥାନୀୟ ଗ୍ରାମବାସୀ ଏମ୍‌ସ ଭୁବନେଶ୍ୱରର ଏପରି ମାନବୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସମସ୍ତ ସହଯୋଗ ପ୍ରଦାନ କରିଥିଲେ।

ଅଭିନବ ପ୍ରୟାସ ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026
Latest News

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.