Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିୟମିତ ଦାବି ନେଇ ୧୧ ଦିନ ଧରି ଆନ୍ଦୋଳନରେ ବସିଛି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ
ଆଜିର ଖବର

ନିୟମିତ ଦାବି ନେଇ ୧୧ ଦିନ ଧରି ଆନ୍ଦୋଳନରେ ବସିଛି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

April 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ନିଜର ଚାକିରୀ ନିୟମିତ କରିବା ପାଇଁ ଗାନ୍ଧୀ ମାର୍ଗରେ ୧୧ ଧରି ଆନ୍ଦୋଳନରେ ବସିଛନ୍ତି। ସଂଘର ସଭାପତି ପଞ୍ଚାନନ ଜେନାଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅକ୍ଟୋବର ମାସ ୧୫ ତାରିଖରେ ଗଣମାଧ୍ୟମରେ ନିଜର ଜନ୍ମ ଦିନରେ, ଭିଡ଼ିଓ ବାର୍ତ୍ତାରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି ଘୋଷଣା କରିଥିଲେ। ତଦଅନୁଯାଇ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ବର୍ଷ ଅକ୍ଟୋବର ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ଦେବା ପାଇଁ ଚିଠିରେ ପରିପ୍ରକାଶ କଲେ।

ଏହି ଖବରଟି ପ୍ରଥମେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ମନରେ ଖୁସିର ବାର୍ତ୍ତା ବୁଣିଦେଇଥିଲା।  କିନ୍ତୁ ନିୟମକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିନଥିଲା। ଗଣଶିକ୍ଷା ବିଭଗର ଅଭିଯୋଗ ପ୍ରକୋଷ୍ଠରେ ଏନେଇ ସଂଘ ବାରମ୍ବାର ଅଭିଯୋଗ କରିଥିଲା। ଯାହାପରେ ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ ଯେ, ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବା ଉପରେ ନିଷ୍ପତ୍ତି ନିଆଯିବ।

କିନ୍ତୁ କିଛି ପଦକ୍ଷେପ ନେଇନଥିବାରୁ ଗତ ଡିସେମ୍ବର ୭ ତାରିଖରେ ସଂଘ ଆନ୍ଦୋଳନ କରିଥିଲା ଓ ଗଣଶିକ୍ଷା ସଚିବ ୨୦୦୪ ରୁ ୨୦୧୩ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ବରିଷ୍ଠତା ଓ କନିଷ୍ଟତା ସମସ୍ୟା ଉପରେ ନିଷ୍ପତ୍ତି ନେଇ, ୧୫ ଦିନ ଭିତରେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ପ୍ରତିଶୃତି ଦେବାର ୪ ମାସ ବିତିଯାଇଥିଲେ ବି ସମସ୍ୟାକୁ ଦୂର ନ କରି ଜାଣିଶୁଣି ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତରୁ ବଂଚିତ କରୁଛନ୍ତି।

ଏହିପରି ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଗଣଶିକ୍ଷା ବିଭାଗ ନିୟମ କରିଥିଲେ। ସେହି ଆଧାରରେ ପୂର୍ବରୁ ବିଭିନ୍ନ ବ୍ୟାଚର ହାରାହାରି ୧୨୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହୋଇସାରିଛନ୍ତି। କିନ୍ତୁ ୨୦୧୬ ବ୍ୟାଚର ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିୟମିତ ଫାଇଲ ଦୀର୍ଘ ୭ ମାସ ହେବ ବିଭାଗର ଅର୍ଥ ପରାମର୍ଶ ଦାତାଙ୍କ ପାଖରେ ପଡିରହିଛି। ସେମାନେ ୭ ବର୍ଷ ପରେ ବି ନିୟମିତ ହୋଇପାରୁନାହାନ୍ତି। ସଚିବ ସବୁ ଜାଣି ବି ନିରବଦ୍ରଷ୍ଠା ସାଜିଛନ୍ତି।

ନାରୀକୁ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀ କେତେ ଶିକ୍ଷୟତ୍ରୀଙ୍କୁ ସମ୍ମାନ ଦେଉଛନ୍ତି ସଂଘ ପ୍ରଶ୍ନ କରିଛି। ଗତ ମାସରେ ଝାରସୁଗୁଡାର ଜଣେ ବିଧବା ମା ତଥା ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ସୋସିଆଲ ମିଡ଼ିଆରେ କାନ୍ଦି କାନ୍ଦି ନିୟମିତ କର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସରକାର ଶୁଣିଲେନି, ଏ ସରକାର ନାରୀକୁ ସମ୍ମାନ ଦିଅନ୍ତି ନାହିଁ ଓ ୫ ଟି ନାଁରେ ମିଛ ସରକାର ଚାଲିଛି ବୋଲି ସର୍ବସାଧାରଣ କହୁଥିବା କଥା ସତ ପାଲଟିଛି। କାରଣ ୫ ଗୋଟି ଟି ମଧ୍ୟରୁ ଗୋଟିଏ ଟି ହେଲା ଟାଇମ, ଅର୍ଥାତ୍ ଠିକ୍ ସମୟରେ କାର୍ଯ୍ୟ ସରିବା କଥା। କିନ୍ତୁ ଗଣଶିକ୍ଷା ବିଭାଗ ୫ ଟି ଅଧୀନରେ ଆସୁଥିଲେ ବି ଦୀର୍ଘ ୭ ମାସ ପରେ ବି ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ବିଭାଗ ନିୟମିତ କରୁନାହାନ୍ତି।

ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ, ମାତ୍ରାଧିକ ନିର୍ଯାତନା ଓ ନିୟମିତ କରିନଥିବାରୁ, ସଂଘ ଏପ୍ରିଲ ୧ ଠାରୁ ନିୟମିତ ଚିଠି ବାହାରିବା ଯାଏଁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଗାନ୍ଧୀ ମାର୍ଗରେ ଆନ୍ଦୋଳନରେ ବସିଅଛି। ଏହା ମଧ୍ୟରେ ବିଭାଗ ସଂଘ ସହ ଆଲୋଚନା କରିଥିଲେ ସୁଦ୍ଧା ନିୟମିତ ଚିଠି ବାହାର କରିନାହାନ୍ତି। ସଂଘର ବର୍ତ୍ତମାନ୍ ମତ ହେଉଛି ଆଲୋଚନା ନୁହଁ ଚିଠି ଦରକାର।

ନିୟମିତ ଚିଠି ବାହାରିବା ପରେ ଆନ୍ଦୋଳନରୁ ହଟିବୁ ବୋଲି ସଂଘର ସମ୍ପାଦକ ସତ୍ୟ ଭୂଷଣ ତରାଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ସମୟରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ, ଛାତ୍ର ଛାତ୍ରୀଙ୍କ ଶିକ୍ଷା ବାଧା ପ୍ରାପ୍ତ ହୋଇପାରେ। ଏଥିପାଇଁ ସରକାର ନିଜେ ଦାୟୀ ରହିବେ ବୋଲି ସଙ୍ଘର ଉପଦେଷ୍ଟା ବିଶ୍ୱଜିତ ବିଶ୍ୱାଳ ସରକାରଙ୍କୁ ଅବଗତ କରାଇଛନ୍ତି।

ସରକାରଙ୍କ ଶିକ୍ଷକ ମାରଣାନୀତି ପ୍ରତିବାଦରେ ସଂଘର କୋଷାଧକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ପ୍ରତାପ ସାମଲ, ଦାମୋଦର ମହାନନ୍ଦ, ବସନ୍ତ କୌଶଲ୍ୟ , ଶାନ୍ତନୁ ଦାସ, ମାନସ ବେହେରା, ପ୍ରଭାକର ଜୟ ସିଂହ, ସାଇ ପ୍ରିତମ ସେନାପତି, ହବିଲ କିସାନ ପ୍ରମୁଖ ରାଜ ରାସ୍ତାରେ ନିଜର ଅସନ୍ତୋଷ ପରିପ୍ରକାଶ କରିଥିଲେ।

ଆନ୍ଦୋଳନ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ନିୟମିତ ଦାବି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.