Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରାପାଲି ଗାଁର ଭିନ୍ନକ୍ଷମ ଦୁଇ ଭାଇ: ସ୍ୱାମୀ ଓ ଦିଅରର ସାହା ଭରସା ଚପଳା ନାଏକ
ଆଜିର ଖବର

ସରାପାଲି ଗାଁର ଭିନ୍ନକ୍ଷମ ଦୁଇ ଭାଇ: ସ୍ୱାମୀ ଓ ଦିଅରର ସାହା ଭରସା ଚପଳା ନାଏକ

April 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗରିବ ତଥା ଆର୍ଥିକ ଅନଗ୍ରସର ଏବଂ ରୋଗୀମାନଙ୍କ ପାଇଁ ପୁଳା ପୁଳା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଯୋଜନା ଗୁଡିକ ଠିକ୍ ବ୍ୟକ୍ତି ପାଖରେ ପହଂଚି ପାରୁନି। ଯା’ ଫଳରେ ଗ୍ରାମାଂଚଳରେ ରୋଗୀଟିଏ ଚିକିତ୍ସା ନ ପାଇ ମୃତ୍ୟୁ ମୁଖରେ ପଡୁଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ସେଇ ଟଙ୍କା ରୋଗୀ ପାଖରେ ନପହଂଚି ବାଟମାରଣା ହେଉଛି ଅଧା ବାଟରେ।

ସେଇଭଳି ଦୁଇ ଜଣ ରୋଗୀ ଚିକିତ୍ସା ଅଭାବରୁ ଶଯ୍ୟା ଶାୟୀ। ନା ତାଙ୍କ ପାଖରେ ଟଙ୍କା ଅଛି ନା ସରକାରୀ ସହାୟତା ପାଉଛନ୍ତି। ଏଇ ରୋଗୀ ଦୁଇ ଜଣ ହେଲେ ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର। ଅର୍ଥ ଅଭାବରୁ ୨ ଭାଇ ଏବେ ଶଯ୍ୟାଶାୟୀ। ସେମାନଙ୍କର ଦେଖାରଖା କରୁଛନ୍ତି ଚପଳା ନାଏକ।

ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର ପ୍ରଶାନ୍ତ କୁମାର ନାଏକ (୫୦) କଟକ ଜିଲ୍ଲା ଫୁଲନଖରା ର କୁରଙ୍ଗବଜାର ଠାରେ ଥିବା ଚୁଡା ଓ ରାଇସ୍ ମିଲରେ କାମ କରିବାକୁ ଯାଇଥିଲେ। ମିଲ୍ ରେ ମେସିନ୍ ଚଲାଉଥିବା ସମୟରେ ୨୦୦୮ ମସିହାରେ ତାଙ୍କର ଡାହାଣ ହାତ କଟିଗଲା। କଟକ ବଡ ଡାକ୍ତରଖାନାରେ ଚିକିତ୍ସା ହେଲେ। ମାଲିକ ଘରେ ୨ ବର୍ଷ କାଳ ରହିଲେ। ମାଲିକ ତାଙ୍କର ଦେଖାରଖା କରୁଥିଲେ। ହେଲେ ମାଲିକ ସବୁଦିନ ତାଙ୍କୁ ରଖି ସେବାଶୁଶ୍ରୁତା ନ କରିପାରିବାରୁ ନିଜ ଗାଁ କୁ ଫେରି ଆସିଲେ। ଘରେ ମୃତ୍ୟୁ ସହ ସଂଗ୍ରାମ କଲେ।

ବିଧିର ବିଧାନ ବଡ ବିଚିତ୍ର। ୨୦୧୫ ମସିହାରୁ ସେ ଜମା ଚାଲି ପାରିଲେ ନାହିଁ। ନାକଟିଦେଉଳ ତଥା ଅନ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ। ନିଜର ଜମି ବାଡି ବିକ୍ରି କରି ଚିକିତ୍ସା ହେଲେ। ସେ ସମୟର ରେଢାଖୋଲ ଏସ୍‌ଡିଏମ୍ ତାଙ୍କୁ ଚିକିତ୍ସା କରିବାର ବ୍ୟବସ୍ଥା କଲେ। ମାଗଣାରେ କିଛି ବର୍ଷ ଔଷଧ ଦିଆଗଲା। ଫଳରେ ସେ ଏବେ ଟିକେ ଟିକେ ଚାଲି ପାରୁଛନ୍ତି। ତାଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ସେ ବହୁତ ଅସୁବିଧା ପାଉଛନ୍ତି।

ସରକାରୀ ଯୋଜନା କଣ ଜାଣନ୍ତି ନାହିଁ। କେବଳ ଖଟରେ ପଡି ରହିଛନ୍ତି। ତାଙ୍କର ଭାଉଜ ଚପଳା ନାଏକ ତାଙ୍କୁ ଗାଧୋଇବା ଠାରୁ ଆରମ୍ଭ କରି ତେଲ ମଖାଇଦେବା ଏବଂ ଖାଇବା ପର୍ଯ୍ୟନ୍ତ ସେବା କରୁଛନ୍ତି। ସରକାରଙ୍କ ତରଫରୁ ମାତ୍ର ୫ କେଜି ଚାଉଳ ତାଙ୍କର ପେଟକୁ ମିଳୁଥିବା ଦାନା ମୁଠାଏ। ମାସ ଯାକ ଅଂଟୁନି ତାଙ୍କୁ। କେବେ କେବେ ଭୋକ ଉପାସରେ ଦିନ ବିତେ ତାଙ୍କର। କିଏ ଦେଲେ ଦେଲା ନ ହେଲେ ନାହିଁ। ତାଙ୍କ ଭାଉଜ ମଧ୍ୟ ସହୁ ସମୟରେ ସାହାଯ୍ୟ ସହଯୋଗର ହାତ ବଢାଉଛନ୍ତି। ତାଙ୍କର ବାପା , ମାଆ କେବେଠୁ ଆରପାରିରେ। ନିଜର ଚିକିତ୍ସା ପାଇଁ ଜମିକୁ ବିକ୍ରି କରିଦେଇଛନ୍ତି। ଯିବା ଆସିବା କରିବାକୁ ହୁଇଲ୍ ଚେୟାରଟିଏ ନ ଥିବାରୁ ସେ ବହୁତ ଅସୁବିଧାର ସମ୍ମୁଖିନ ହେଇଛନ୍ତି। ତେଣୁ ବ୍ଲକ୍ ପ୍ରଶାସନ ତରଫରୁ ହୁଇଲ୍ ଚେୟାରଟିଏ ଯୋଗାଇଦେବାକୁ ସେ ଦାବୀ କରିଛନ୍ତି।

ତାଙ୍କ ପରି ବଡ ଭାଇ ଶ୍ରୀବତ୍ସ ନାଏକ (୭୦)। ଦୀର୍ଘ ୪ ମାସ ହେଲା ପାରାଲିସସ୍ ରେ ଆକ୍ରାନ୍ତ ହୋଇ ଡାହାଣହାତ ଗୋଡ ସଂପୂର୍ଣ୍ଣ ଅକ୍ଷମ। ଯା ଫଳରେ ସେ ଖାଇପାରୁନାହନ୍ତି କି ଚଲାବୁଲା କରି ପାରୁନାହାନ୍ତି। ତାଙ୍କ ସ୍ତ୍ରୀ ଚପଳା ନାଏକ ସେବାଶୁଶ୍ରତା କରୁଛନ୍ତି। ଦିଅର ଏବଂ ସ୍ୱାମୀଙ୍କୁ ଖୁଆଇବା, ଗାଧୋଇବା ଠାରୁ ସବୁ କାମ ଚପଳା ନାଏକ କରୁଛନ୍ତି। ତାଙ୍କର ୨ ପୁଅ ଅଛନ୍ତି। ତାଙ୍କୁ ୩୫ କେଜି ଚାଉଳ ମିଳୁଥିବା ବେଳେ ୭୦ ବର୍ଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭତା ପାଇପାରିନାହନ୍ତି। ସରକାର ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ବାର୍ଦ୍ଧକ୍ୟ ଭତା ଦେଉଥିବା ବେଳେ ଶ୍ରୀବତ୍ସ ନାଏକ ପାଖକୁ ପହଂଚି ପାରିନି ଏଇ ଯୋଜନା। ସରପଂଚ ତଥା ନାକଟିଦେଉଳ ବିଡିଓ ଏ ପର୍ଯ୍ୟନ୍ତ ଏହାର ବ୍ୟବସ୍ଥା କରି ପାରି ନ ଥିବାରୁ ଶ୍ରୀବତ୍ସ ଆମ ପ୍ରତିନିଧିଙ୍କ ଠାରେ କ୍ଷୋଭ ପ୍ରକାଶ କରିଛନ୍ତି। ତାଙ୍କୁ ମଧ୍ୟ ହୁଇଲ୍ ଚେୟାର ଦିଆଯାଇନାହିଁ।

ଯେଉଁ ନେତା ମାନେ ଗାଁର ଉନ୍ନତି ପାଇଁ ବଡ ବଡବଡ ଭାଷଣ ମାରୁଛନ୍ତି ସେଇ ନେତା ମାନେ ବ୍ଲକ୍ କାର୍ଯ୍ୟାଳୟର ଅତି ନିକଟରେ ଥିବା ସରାପାଲିର ଏଇ ଦୁଇ ଭିନ୍ନକ୍ଷମ ଭାଇଙ୍କ ଦୁଃଖ ସୁଖ ବୁଝିବାରେ ଅବହେଳା ପ୍ରଦର୍ଶନ କରିବା ହାସ୍ୟାସ୍ପଦର କଥା। ଗରିବଙ୍କ ପାଇଁ ସରକାରଙ୍କ ପୁଳା ପୁଳା ଯୋଜନା ଫେଲ୍ ମାରିଛି ଯା ଫଳରେ ଏଇ ଦୁଇ ଭାଇ ଏବେ ଦୟନୀୟ ଅବସ୍ଥାରେ ସଯ୍ୟା ଦାୟୀ ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ବିଡିଓ ଆଦିଙ୍କୁ ପୂର୍ବରୁ ପ୍ରଶାନ୍ତ କୁମାର ନାଏକ ଚିଠି ଲେଖି ଜଣାଇ ଥିଲେ ମଧ୍ୟ ସୁଫଳ ନ ମିଳିବା ଦୁର୍ଭାଗ୍ୟ ଜନକ ମନେ ହୁଏ।

ଭିନ୍ନକ୍ଷମ ସରାପାଲି ଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.