Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜି-୨୦ ଜନଭାଗିଦାରୀ: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ଜି-୨୦ ଜନଭାଗିଦାରୀ: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

April 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକ। ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କ୍ରମରେ ଏନଆଇଟି ରାଉରକେଲା ପକ୍ଷରୁ ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମସିନ୍‌ ଲର୍ଣ୍ଣିଂ, ବିଗଡେଟା ଆନାଲିଟିକ୍ସ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ମାଧ୍ୟମରେ ଜନଭାଗିଦାରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଯୋଗ ଦେଇ ଭାରତର ଜି୨୦ ଲକ୍ଷ୍ୟ ଏବଂ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ସେହିପରି ଏନଆଇଟିର ଏକ ଦଳ ବରଗଡ଼ସ୍ଥିତ ବିକାଶ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନ ଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା।

ଅନ୍ୟପକ୍ଷରେ ଆଇଆଇଏମ ସମ୍ବଲପୁର ପକ୍ଷରୁ ଜି୨୦ ବିଷୟବସ୍ତୁକୁ ନେଇ ଅନୁଗୁଳ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ୧ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ଆଇଟିଆଇ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଅନୁରୂପ ଭାବେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସଚେତନତା ସୃଷ୍ଟି ଲାଗି ଏକ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା। ଏଥିରେ ମିଲେଟ୍ସ ବା ମାଣ୍ଡିଆ, ବାଜରା ଜାତୀୟ ଫସଲର ଉପକାରିତା ସମ୍ପର୍କରେ ଅବଗତ କରାଯାଇଥିଲା।

ଭୁବନେଶ୍ୱର ସ୍ଥିତି ସିଟିଟିସି ଅନୁଷ୍ଠାନ ପକ୍ଷରୁ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ପୂର୍ବରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଯୋଗ ଶିବିର ଆୟୋଜନ କରାଯାଇଥିଲା।

ଜନସଚେତନତା କାର୍ଯ୍ୟକ୍ରମ ଜି-୨୦ ଜନଭାଗିଦାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.