Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟ ବନ୍ଦ ଚେତାବନୀ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ମିଳିତ ଅମଲା ସଂଘ
ଆଜିର ଖବର

କାର୍ଯ୍ୟ ବନ୍ଦ ଚେତାବନୀ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ମିଳିତ ଅମଲା ସଂଘ

April 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ଅମଲାମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ମୁତାବକ ଅମଲାମାନଙ୍କର ଶିକ୍ଷା ଗତ ଯୋଗ୍ୟତା ଆଧାରରେ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଅମଲାମାନଙ୍କର ଲେବୁଲ-୪ ରୁ ଲେବୁଲ-୯ କୁ ଉନ୍ନୀତ କରିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଅମଲାମାନେ ଦୀର୍ଘଦିନ ହେବ ସରକାରଙ୍କ ନିକଟରେ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାରଙ୍କର ନୀରବତା ସମସ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଛି।

ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାରଙ୍କର ବୈମାତୃକ ମନୋଭାବ ଶାନ୍ତିପ୍ରିୟ ଅମଲା ମାନଙ୍କୁ ରାଜରାସ୍ତାକୁ ଓଲାଇବାକୁ ବାଧ୍ୟ କରିଛି ବୋଲି ମିଳିତ ଅମଲା ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାଶ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଓଡିଶା ଅମଲା ସଂଘ, ଓଡିଶା ରାଜସ୍ଵ ଅମଲା ସଂଘ, ନିଷ୍ଫଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଶୋଭା ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।

ଖୋର୍ଦ୍ଧା ମିଳିତ ଅମଲା ମଞ୍ଚର ଅଧକ୍ଷ ଅଶୋକ କୁମାର ପଣ୍ଡା, ଆବାହକ ସନ୍ତୋଷ କୁମାର ନିଶଙ୍କ ଉପସ୍ଥିତ ରହି ସମବେତ ଅମଲା ମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ଖୋର୍ଦ୍ଧା ଜିଲାର ସମସ୍ତବରିଷ୍ଠ କର୍ମଚାରୀ ନେତା ସେମାନକର ସାରଗର୍ଭକ ଭାଷଣ ମାଧ୍ୟମରେ ସରକାର ଯଦି କନିଷ୍ଠ ସହାୟକ ମାନଙ୍କର ଦରମା ଲେବୁଲ-୯ କୁ ଉନ୍ନୀତ କରିବା ପାଇଁ ଶୀଘ୍ର ପଦକ୍ଷେପ ନ ନିଅନ୍ତି ତେବେ ଶାନ୍ତିପ୍ରିୟ ଅମଲା ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ। ଏବଂ ଏଥିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।

ଆଗାମୀ ଦିନରେ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୂହ ଛୁଟିରେ ଯାଇ ସରକାରଙ୍କର ଶାସନ କଳକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାପାଳ ଦାବିପତ୍ର ପ୍ରଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026
Latest News

ଅଗ୍ରଣୀ ସିଇଓମାନଙ୍କ ସହ ସେମିକଣ୍ଡକ୍ଟର ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.