
ଭୁବନେଶ୍ବର: ଆଜି ରାଜଧାନୀରେ ଆରମ୍ଭ ହୋଇଯାଇଛି ଝିପିଝିପି ବର୍ଷା। କଳାହାଣ୍ଡିଆ ମେଘ ସହିତ କୋହଲା ପବନ ରାଜଧାନୀକୁ ଅନ୍ଧାର କରିଦେଇଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ରହିଛି। ଫଳରେ ବର୍ଷା ସହିତ ପବନ ଲାଗିରହିବ ବୋଲି ବିଭାଗ କହିଛି।
ପାଣିପାଗ ବିଭାଗ ଅନୁସାରେ ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଂଜାମ , ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିଛି।