Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଆଜିର ଖବର

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

May 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅଲଚିକି ଲିପିର ଉଦ୍‌ଭାବକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୮ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ନିଳାଦ୍ରୀବିହାର ସୀତାନାଥ ବସ୍ତିସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଖୋର୍ଦ୍ଧା ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ପ୍ରାଧ୍ୟାପକ ଡଃ ରଙ୍ଗାଧର ସାହୁ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, କର୍ପୋରେଟର ମୋନାଲିସା ସାହୁ, ଜୟ ଓଡ଼ିଶା, ଉଇ ଫର ଭୁବନେଶ୍ୱର, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ, ବହୁ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ନିଜ ବକ୍ତବ୍ୟରେ ସାନ୍ତାଳି ଭାଷାର ଅଲଚିକି ଲିପି ଉଦ୍‌ଭାବନ କରି ପଣ୍ଡିତ ରଘୁନାଥ ମୁର୍ମୁ ଭାଷାର ବିକାଶ ଦିଗରେ ଯେଉଁ ଭୂମିକା ଗ୍ରହଣ କରିଛନ୍ତି ତାହା ତାଙ୍କୁ ଚିରସ୍ମରଣୀୟ କରି ରଖିବ।

ବିଶ୍ୱରେ ଦିନକୁ ଦିନ ବହୁ ଭାଷା ଅସ୍ତିତ୍ୱ ହରାଉଥିଲା ବେଳେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅଲଚିକି ଲିପି ମାଧ୍ୟମରେ ସାନ୍ତାଳି ଭାଷା ଓଡ଼ିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ସହ ସମଗ୍ର ଦେଶରେ ଆଦୃତ ହୋଇପାରିଛି। ସାନ୍ତାଳି ଭାଷା ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମଧ୍ୟ ସ୍ଥାନିତ ହୋଇଅଛି ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ନବ ନିଯୁକ୍ତ ନିର୍ଦ୍ଦେଶକ ଶ୍ରୀ ରାଉତରାୟଙ୍କୁ ମା’ମାନଙ୍କ ଦ୍ୱାରା ବନ୍ଦାବନା କରାଯାଇ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ନିର୍ଦ୍ଦେଶକ ଶ୍ରୀ ରାଉତରାୟ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଭାଷାର ସୁରକ୍ଷା ସହିତ ତାହାର ବିକାଶ ନିମନ୍ତେ ଉଦ୍ୟମ କରାଯିବ ଏବଂ ମାତୃଭାଷାରେ ଯେପରି ଲୋକେ ଲେଖିବା, ପଢିବା ଓ କହିବା ପାଇଁ ଆଗ୍ରହ ପ୍ରକାଶ କରିବେ, ସେଥିପାଇଁ ଉଦ୍ୟମ କରାଯିବ। ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ବିକାଶ ଦିଗରେ ବିଭାଗ ନିରନ୍ତର ଉଦ୍ୟମ କରିବା ସହ ସେଥିପାଇଁ ଆକ୍ସନପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିବ।

ଦେଶ, ଜାତି ଓ ସମାଜ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିଥିବା ବରପୁତ୍ରମାନଙ୍କୁ ମନେପକାଇ ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପଲ୍ଲୀଗ୍ରାମଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟବସ୍ଥା କରାଯିବ ଓ ପୂଜ୍ୟପୂଜାକୁ ଅଧିକ ବ୍ୟାପକ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ରାଜ୍ୟରେ ପାଠାଗାର ଆନ୍ଦୋଳନକୁ ମଧ୍ୟ ସକ୍ରିୟ କରାଯିବ। ରାଜ୍ୟରେ ପଠନ ପ୍ରବୃତ୍ତି ବୃଦ୍ଧି ପାଇଁ ସମସ୍ତେ ସମ୍ମିଳିତ ଭାବରେ ଉଦ୍ୟମ କରିବା ସହିତ ଶୁଦ୍ଧ ଓଡ଼ିଆ କହିବା, ଲେଖିବା ଓ ପଢିବା ପାଇଁ ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମାରେ ସମସ୍ତେ ଶପଥ ନେବା ଆବଶ୍ୟକ ବୋଲି ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ଦୀପଦାନ କରୁଥିବା ମା’ ମାନଙ୍କ ସହିତ ସ୍ଥାନୀୟ କର୍ପୋରେଟର, ବିଭିନ୍ନ ଆଦିବାସୀ ମୁରବୀମାନଙ୍କୁ ନିର୍ଦ୍ଦେଶକ ଶ୍ରୀ ରାଉତରାୟ କୃତଜ୍ଞତା ଜଣାଇ ସେମାନଙ୍କୁ ସମ୍ମାନିତ କରିଥିଲେ। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଜୟନ୍ତୀ ପଣ୍ଡିତ ରଘୁନାଥ ମୁର୍ମୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଂସ୍କୃତି ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026

ଆଇପିଏଲ-୨୦୨୬: ସରିଲା ସମସ୍ତ ଦଳର ମ୍ୟାଚ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ବଦଳିଲା ପଏଣ୍ଟ ଟେବୁଲ

April 2, 2026
Latest News

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.