Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଜିର ଖବର

ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

May 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରରେ ଆସନ୍ତା ଜୁନ୍ ମାସ ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ମଙ୍ଗଳବାରରେ ଅନୁଷ୍ଠିତ ହେବ ଠାକୁରମାନଙ୍କ ଘୋଷଯାତ୍ରା। ସେଥିପାଇଁ ଅକ୍ଷି ତୃତୀୟା ଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଛି। ଏହି ଯାତ୍ରାକୁ କିଭଳି ଭାବେ ସରସ ସୁନ୍ଦର ସହିତ ଆଇନ ଶୃଙ୍ଖଳା ଓ ବିଭିନ୍ନ ଏଜେଣ୍ଡାକୁ ନେଇ ସୋମବାର ଦିନ ରଣପୁର ବ୍ଲକ ପରିସରରେ ଥିବା ପଚାୟତ ସମିତିର ବୈଠକ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ରଣପୁର ତହସିଲଦାର ତଥା ଦେବୋତ୍ତର ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇପ୍ସିତ କୁମାର ସାହୁଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହର, ରେଞ୍ଜର ଦେବାଶିଷ ଭୋଇ, ସବ୍‌-ଇନସପପେକ୍‌ଟର ସଞ୍ଜୟ କୁମାର ପରିଡା, ରଣପୁର ଗୋଷ୍ଠୀ ସ୍ୱସ୍ଥ୍ୟ ଅଧିକାରୀ ବୈଦ୍ୟନାଥ ଭୋଇ ପ୍ରମୂଖ ମଂଚାସୀନ ଥିଲେ।

ଦେବୋତ୍ତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ବିଭିନ୍ନ ଏଜେଣ୍ଡା ଉପସ୍ଥାପନା କରିଥିଲେ। ରଥ କାଠ ସଂଗ୍ରହ, ରଥ ପ୍ରତିଷ୍ଠା, ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ସମାଧାନ, ପରିମଳ ବ୍ୟବସ୍ଥା ସହ ପାନୀୟ ଜଳ ବ୍ୟବସ୍ଥା, ରଥଯାତ୍ରା ସମୟରେ ମେଡିକାଲ ସେବା କ୍ୟାମ୍ପ, ଶ୍ରୀ ମନ୍ଦିର ଓ ପାଶ୍ୱର୍ ଦେବାଦେବୀଙ୍କ ମନ୍ଦିର ରଙ୍ଗ ଦେବା, ଦମକଳ ବାହିନୀ ସଜାଗ ରହିବା, ବିଜୁଳି ବ୍ୟବସ୍ଥା, ବାଇପାସ୍ ରାସ୍ତା ମରାମତି, ନୀତି ନିର୍ଘଂଟ କମିଟି, ରଥ ପରିଚାଳନା କମିଟି, ଶୃଙ୍ଖଳା କମିଟି, ପ୍ରଚାର ପ୍ରସାର କମିଟି, ଧାରା ବିବରଣୀ କମିଟି, ୧୪୪ ଧାରା ବ୍ୟବସ୍ଥା, ରାଜା ସାହେବଙ୍କ ଛେରା ପହଁରା, ଖାଦ୍ୟ କମିଟି ଆଦି ଏଜେଣ୍ଡା ବିଷୟରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଅବସରପ୍ରାପ୍ତ ଖାଉଟି ଫୋରମ ଅଧିକାରୀ ନାରାୟଣ ମହାପାତ୍ର, ଚୈତନ୍ୟ ମଠ ର ମହନ୍ତ ପର୍ଶୁରାମ ଦାଶ ମହାରାଜ ନଗର ସଭାପତି ଲିଙ୍ଗରାଜ ନାୟକ, ବିରଂଚି ନାରାୟଣ ତ୍ରିପାଠି, ସତ୍ୟ ନାରାୟଣ ମହାପାତ୍ର, ସୁଶାନ୍ତ ମିଶ୍ର, ସୁରେଶ ମିଶ୍ରଙ୍କ ସମେତ ସମସ୍ତ ପୂଜା ପଣ୍ଡା, ସେବାୟତ, ବିଭିନ୍ନ ସରକାରୀ ଅଧିକାରୀ, ସାମ୍ବାଦିକ, ରଥ କାରିଗର, ଯୁବପିଢି ଉପସ୍ଥିତ ରହି ନିଜ ମତାମତ ଉପସ୍ଥାପନା କରିଥିଲେ।

ଜଗନ୍ନାଥ ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ନୟାଗଡ଼ ଜିଲ୍ଲା ରଣପୁର ରଥଯାତ୍ରା ପ୍ରସ୍ତୁତି ବୈଠକ RathYatra
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026
Latest News

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.