Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫-‘ଟି’ ଉପକ୍ରମରେ କାର୍ଯ୍ୟକାରୀ ହେଉଥିବା କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା
ଆଜିର ଖବର

୫-‘ଟି’ ଉପକ୍ରମରେ କାର୍ଯ୍ୟକାରୀ ହେଉଥିବା କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା

May 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟକାରୀ ହେଉଥିବା ମହତ୍ତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକୁ ୫-‘ଟି’ ଉପକ୍ରମରେ ସାମିଲ କରାଯାଇ ଯୋଜନାର ରୂପାୟନକୁ ତ୍ୱରାନ୍ୱିତ କରାଯାଇପାରିଛି। ଏହା ଦ୍ୱାରା ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାଷୀମାନଙ୍କ ଆୟବୃଦ୍ଧି ଘଟିବା ସହିତ ସେମାନେ ଆତ୍ମନିର୍ଭର ହୋଇପାରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନରେ ଆୟୋଜିତ ବୈଠକରେ ୫-‘ଟି’ ଉପକ୍ରମରେ କାର୍ଯ୍ୟକାରୀ ହେଉଥିବା କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଭାଗଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କ ଆୟବୃଦ୍ଧି ଓ ଜୀବିକା ନିର୍ବାହ ଦିଗରେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ରାଜ୍ୟର କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡ଼ନ୍ତି ସେଥି ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ କାର୍ଯ୍ୟରେ ଆର୍ଥିକ ସହାୟତା, ଭୂମିହୀନ ପରିବାରର ଫଳପ୍ରଦ ଜୀବିକାନିର୍ବାହ ନିମନ୍ତେ ଆର୍ଥିକ ସହାୟତା, କାଳିଆ ପରିବାରର ପିଲାମାନଙ୍କୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ନିମନ୍ତେ ସରକାରୀ ଶିକ୍ଷାନୁଷ୍ଠାନରେ କାଳିଆ ଛାତ୍ରବୃତ୍ତି ପ୍ରଦାନ ଆଦି ମୁଖ୍ୟ ଅଙ୍ଗ ହୋଇଥିବାବେଳେ ଏହାକୁ ଅଧିକ ବ୍ୟାପକ କରାଯିବା ପାଇଁ ବିଚାର କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ବୈଠକରେ କାଳିଆ ଯୋଜନା ସଂପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରାଯିବା ଦିଗରେ ସ୍ୱତନ୍ତ୍ର ‘କାଳିଆ ମାସ’ ପାଳନ କରାଯିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ। ସେହିପରି ୫-‘ଟି’ ଉପକ୍ରମରେ କୃଷି ସହିତ ଆନୁଷଙ୍ଗିକ କୃଷିକାର୍ଯ୍ୟକୁ ସମ୍ମିଳିତ କରି ରାଜ୍ୟର ୩୧୪ଟି ବ୍ଲକ୍‌ର ଏକ ଲକ୍ଷ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଚାଷୀଙ୍କ ଆୟବୃଦ୍ଧି ଦିଗରେ ଫସଲର ବିବିଧିକରଣରେ ଧାନ ବଦଳରେ ଅଣଧାନ ଫସଲ, ଡାଲି, ତୈଳବୀଜ, କପା, ମାଣ୍ଡିଆ, ଫଳ, ପନିପରିବା ଚାଷକୁ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥି ସହିତ ଅଣଧାନ ଫସଲ, କପା, ଝୋଟ, ଡାଲି, ତୈଳବୀଜ ଓ ମାଣ୍ଡିଆ ଆଦି ରାଜ୍ୟ ସରକାରଙ୍କ ଦ୍ୱାରା ସଂଗ୍ରହ କରାଯାଇ ରାଜ୍ୟର ଚାଷୀଙ୍କ ଅତିରିକ୍ତ ଆୟବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି। ବଳରାମ ଯୋଜନାରେ ଭୂମିହୀନ ଓ ପ୍ରକୃତ ଭାଗଚାଷୀମାନଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ମାଧ୍ୟମରେ ଫସଲ ଋଣ ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଇବା ନିମନ୍ତେ ସେମାନଙ୍କୁ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ସଂଖ୍ୟାରେ ନିୟୋଜିତ କରିବା ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ୫-‘ଟି’ ଉପକ୍ରମରେ ପୁଷ୍ଟିଶସ୍ୟ ମାଣ୍ଡିଆ ଚାଷର ପ୍ରସାର ଓ ବ୍ୟବହାର ନିମନ୍ତେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ଚାଷୀମାନଙ୍କୁ ‘ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ’ ଯୋଗାଇ ଦିଆଯିବା ସହ ରସାୟନିକ ସାର ପ୍ରୟୋଗ ଦିଗରେ ପରାମର୍ଶ ଦିଆଯାଇଛି।

ଏଥି ସହିତ ବୈଠକରେ ଫାର୍ମପଣ୍ଡ ଯୋଜନା, ବିହନ ପ୍ରତିବଦଳ, ରପ୍ତାନୀ ନିମନ୍ତେ ବାସନା ଓ ଅଣବାସନାଯୁକ୍ତ ଦେଶୀ ଚାଉଳ ଉତ୍ପାଦନ, ଫଳ ଓ ପନିପରିବାରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ, ଚାଷକାର୍ଯ୍ୟରେ ଅଣପାରମ୍ପରିକ ଶକ୍ତି ବ୍ୟବହାର ବୃଦ୍ଧି, କୃଷକ ଉତ୍ପାଦକ ଗୋଷ୍ଠୀଙ୍କ ସଶକ୍ତିକରଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ପରିସୀମା ବୃଦ୍ଧି, ଉନ୍ନତ ଧରଣର ଜଳବିଭାଜିକା ପ୍ରକଳ୍ପ ନିର୍ମାଣ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା, ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଚାଷୀଙ୍କୁ ଉପଯୁକ୍ତ କୃଷି କାର୍ଯ୍ୟ ପାଇଁ ପରାମଶଁ ଦେବା, ‘ଆମ କୃଷି’ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଆଦି ୨୩ ଗୋଟି କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଥିଲା।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, କାଳିଆ ଯୋଜନାର ପରାମର୍ଶଦାତା ସାରଦା ପ୍ରସନ୍ନ ଜେନାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଅଗ୍ରଗତି ସମୀକ୍ଷା କାଳିଆ ଯୋଜନା କୃଷି ବିଭାଗ ବଳରାମ ଯୋଜନା ରଣେନ୍ଦ୍ର ପ୍ରତାପ ସ୍ୱାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026
Latest News

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.