Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ରାଜପଥରୁ ଜୁନାଗଡ ତହସିଲ ଅଫିସ ଓ ରେଲୱେ ଷ୍ଟେସନ ରାସ୍ତା ଗାଏବ, ରାଜସ୍ଵ ବିଭାଗ ନୀରବ ଦ୍ରଷ୍ଟା
ଆଜିର ଖବର

ଜାତୀୟ ରାଜପଥରୁ ଜୁନାଗଡ ତହସିଲ ଅଫିସ ଓ ରେଲୱେ ଷ୍ଟେସନ ରାସ୍ତା ଗାଏବ, ରାଜସ୍ଵ ବିଭାଗ ନୀରବ ଦ୍ରଷ୍ଟା

May 10, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେନ୍ଦ୍ର ସ୍ଥଳ ଓ ପୁରାତନ ରାଜଧାନୀ ଭାବେ ଜଣାଶୁଣା ଜୁନାଗଡ ସହରରେ ଥିବା ଜାତୀୟ ରାଜପଥରୁ ଆରଏମସି ସାପ୍ତାହିକ ବଜାର ଓ ପଣ୍ୟାଗାର ନିଗମ ପାର୍ଶ୍ବ ଦେଇ ଜୁନାଗଡ ତହସିଲ ଅଫିସ ଏବଂ ରେଲୱେ ଷ୍ଟେସନ ତଥା ଭଇରିଗୁଡା ଓ ନାନ୍ଦୋଳ ପଟେ ଯାଇଥିବା ମୁଖ୍ୟ ରାସ୍ତା ଏବେ ଜନୈକ ପୁଞ୍ଜିପତି ପ୍ରଭାବଶାଳୀ ବ୍ୟବସାୟୀଙ୍କ ନାମରେ ଦରଜ କରାଯାଇଥିବା ଜଣାପଡିଛି। ଯାହାଫଳରେ ଏବେ ସରକାରଙ୍କ ଦଲିଲ ଦସ୍ତାବିଜ ୱେବ ସାଇଟ ଭୁଲେଖ ଏବଂ ଜୁନାଗଡ ମୌଜାର ସରକାରୀ ମେପ ରୁ ଉକ୍ତ ରାସ୍ତା ଗାଏବ ହୋଇ ଯାଇଥିବା ଦେଖା ଯାଉଛି।

ରାଜସ୍ବ ବିଭାଗର ଅମିନଙ୍କ ଦ୍ବାରା ପ୍ରସ୍ତୃତ ସ୍କେଚ ମେପ ଅନୁସାରେ ବିକ୍ରି ବଟା ହେବା ପରେ ଜୁନାଗଡ ସବ ରେଜିଷ୍ଟ୍ରାର ଦାୟିତ୍ବରେ ଥିବା ଜୁନାଗଡ ତହସିଲଦାର ଙ୍କ ଦ୍ବାରା ରେଜିଷ୍ଟ୍ରେସନ ଗ୍ରହଣ ହେବା ସହ ଜୁନାଗଡ ତହସିଲଦାର ଙ୍କ ଦ୍ବାରା ମ୍ୟୁଟେସନ ମଞ୍ଜୁର କରାଯାଇ ଦାଖଲ ଖାରଜ କରାଯାଇଥିବା ପ୍ରକାଶ। ଯାହା ଫଳରେ ଉକ୍ତ ରାସ୍ତାଟି ବର୍ତ୍ତମାନ ସମ୍ପୃକ୍ତ ବ୍ୟବସାୟୀଙ୍କ ନାମରେ ରେକର୍ଡ ଦରଜ ଥିବା ଯୋଗୁଁ ଆଗାମୀ ଦିନରେ ଆଇନ ଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏପରିକି ସରଜମିନ ଉପରେ ଜାତୀୟ ରାଜପଥ ରେ ବର୍ତ୍ତମାନ ଥିବା ଛକ ରୁ ତେରଛା ଭାବେ ଆରଏମସି ସାପ୍ତାହିକ ବଜାର ମଧ୍ୟକୁ ଯାଇଥିବା ସରକାରୀ ରାସ୍ତାକୁ ମଧ୍ୟ ସେହି ପ୍ରଭାବଶାଳୀ ବ୍ୟବସାୟୀ କବଜା କରି ମାଡି ବସିଥିବା ଦେଖାଯାଉଛି।

ସୂଚନାରୁ ପ୍ରକାଶ ଯେ, ଜୁନାଗଡ ମୌଜାର ବର୍ତ୍ତମାନ ସରଜମିନ ଅନୁସାରେ ଜାତୀୟ ରାଜପଥ ଉପରେ ଥିବା ରେଲୱେ ଷ୍ଟେସନ ଛକ ଠାରୁ ଆରଏମସି ସାପ୍ତାହିକ ବଜାର ଓ ପଣ୍ୟାଗାର ନିଗମ ପାର୍ଶ୍ବ ଦେଇ ଜୁନାଗଡ ତହସିଲ ଅଫିସ ଏବଂ ରେଲୱେ ଷ୍ଟେସନ ତଥା ଭଇରିଗୁଡା ଓ ନାନ୍ଦୋଳ ପଟେ ଯାଇଥିବା ମୁଖ୍ୟ ରାସ୍ତା ରହିଛି। ରେକର୍ଡ ଅନୁସାରେ ଆରଏମସି ସାପ୍ତାହିକ ବଜାର ପ୍ଲଟ ନଂ ୯୯୯ ଓ ୯୯୮ ଉପରେ ଥିବା ବେଳେ ୧୦୦୦ ନମ୍ବର ପ୍ଲଟ ରେ ପଣ୍ୟାଗାର ନିଗମ ଗୋଦାମ ରହିଛି ଏବଂ ଏହାକୁ ଲାଗି କରି ସରଜମିନ ଉପରେ ଏହି ମୁଖ୍ୟ ରାସ୍ତା ରହିଛି କିନ୍ତୁ ସରକାରୀ ରେକର୍ଡ ରେ ଥିବା ମେପ ଓ ରେକର୍ଡ କୁ ଅନୁଧ୍ୟାନ କଲେ ପ୍ଲଟ ନଂ ୯୯୯ ଓ ୯୯୮ ଏବଂ ପ୍ଲଟ ନମ୍ବର ୧୦୦୦ ପାର୍ଶ୍ବରେ ପ୍ଲଟ ନଂ ୯୯୭ ରହିଛି। ଅନ୍ୟ ପକ୍ଷରେ ସରକାରୀ ରେକର୍ଡ କୁ ଅନୁଧ୍ୟାନ କଲେ ପ୍ଲଟ ନଂ ୯୯୭ ର ସମଗ୍ର ଅଂଶ ଟି ସନ୍ତୋଷ କୁମାର ସାହୁ ପିତା ଜୟରାମ ସାହୁ ଙ୍କ ନାମରେ ଦରଜ ରହିଛି।

ରେଜିଷ୍ଟ୍ରେସନ ଦଲିଲରେ ଜୁନାଗଡ ତହସିଲର ଅମିନଙ୍କ ଦ୍ବାରା ପ୍ରସ୍ତୃତ ଓ ସଂଲଗ୍ନ କରାଯାଇଥିବା ପ୍ଲଟ ନଂ ୯୯୭ ର ମେପ ଏବଂ ସରକାରୀ ରକର୍ଡ ରେ ଥିବା ପ୍ଲଟ ନଂ ୯୯୭ ର ମେପ ସମାନ ଥିବା ବେଳେ କିନ୍ତୁ ରେକର୍ଡ ରେ ସରକାରୀ ରାସ୍ତା ଗାଏବ ହୋଇଯିବା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଘଟଣା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି। ବାସ୍ତବ ପକ୍ଷରେ ସନ୍ତୋଷ କୁମାର ସାହୁ ଉକ୍ତ ଛକ ସ୍ଥାନରେ ଚାରିକୋଣିଆ ଭାବରେ ଜମି ଦାଖଲ କରି ନିଜର ବ୍ୟୟ ବହୁଳ ଦାମୀ ହୋଟେଲ ନିର୍ମାଣ କରିଥିବା ଦେଖାଯାଉଛି ଏବଂ ଏହାର ପଶ୍ଚିମ ପାର୍ଶ୍ବରେ ଜାତୀୟ ରାଜପଥରୁ ତହସିଲ ଅଫିସ କୁ ରାସ୍ତା ଯାଇଛି, ସେହି ରାସ୍ତାରେ ପ୍ରତ୍ୟହ ରାଜସ୍ବ ବିଭାଗର ଅମିନ ଠାରୁ ତହସିଲଦାର ପର୍ଯ୍ୟନ୍ତ ସମସ୍ତେ ଯାଆସ କରୁଥିବା ବେଳେ ସମ୍ପୃକ୍ତ ଅମିନ ସରଜମିନ ତଦନ୍ତ ନ କରି କିପରି ଭାବରେ ମେପ ପ୍ରସ୍ତୃତ କଲେ ଏବଂ ଜୁନାଗଡ ତହସିଲଦାର କିପରି ସବ ରେଜିଷ୍ଟ୍ରାର ପଦରେ ରେଜିଷ୍ଟ୍ରେସନ ଗ୍ରହଣ କଲେ ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଦାମୀ ମାଲିକଙ୍କ ସପକ୍ଷରେ ରେଜିଷ୍ଟ୍ରେଶନ ହୋଇଥିବାରୁ ମୋଟା ଅଙ୍କର ହାତ ଗୁଞ୍ଜା ର ଚାପରେ କୌଣସି ବିଷୟକୁ ବିଚାରକୁ ନିଆ ଯାଇ ନ ଥିବା ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ଜୁନାଗଡ ତହସିଲ
Share. Facebook Twitter LinkedIn Email WhatsApp Copy Link

Related Posts

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ଦିଲ୍ଲୀରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ଆଖିକୁ ଫିଙ୍ଗିଲେ ଲଙ୍କା ପାଉଡର

August 23, 2026

ଅଗଷ୍ଟରେ ସୁନାର ମୂଲ୍ୟ ୧୦ ହଜାରରୁ ଅଧିକ ବୃଦ୍ଧି: ଉଚ୍ଚ ସ୍ତରରେ ରୂପା ଦର

August 23, 2026

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026
Latest News

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ଦିଲ୍ଲୀରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ଆଖିକୁ ଫିଙ୍ଗିଲେ ଲଙ୍କା ପାଉଡର

August 23, 2026

ଅଗଷ୍ଟରେ ସୁନାର ମୂଲ୍ୟ ୧୦ ହଜାରରୁ ଅଧିକ ବୃଦ୍ଧି: ଉଚ୍ଚ ସ୍ତରରେ ରୂପା ଦର

August 23, 2026

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026

ଆରକ୍ଷଣକୁ ନେଇ ଦିଲ୍ଲୀରୁ ବିହାର ଯାଏଁ ତାତି: ମନ୍ତ୍ରୀଙ୍କ ମୁହଁରୁ ଆସିଲା ବଡ଼ ବୟାନ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.