ବାଣପୁର ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published: May 12, 2023, 6:26 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ। ଏ ନେଇ ବାଣପୁର ଆଇଆଇସି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଜଣକ ହେଉଛନ୍ତି ଭୀମପୁର ଗ୍ରାମର ସତ୍ୟ ନାୟକଙ୍କ ପୁତ୍ର ବସନ୍ତ ନାୟକ (୪୬)।  ତାଙ୍କୁ ନିଜ ଗ୍ରାମରୁ ଗିରଫ କରିଛି ପୋଲିସ। ହତ୍ୟାରେ ବ୍ୟବହୃତ ହୋଇଥିବା କାତିକୁ ମଧ୍ୟ ଜବତ କରିଛି ପୋଲିସ।

ସୂଚନା ଥାଉକି ଗତକାଲି ରାତିରେ ଭୀମପୁର ଗ୍ରାମ ହରିଜନ ସାହିର ରବୀନ୍ଦ୍ର ନାୟକ ଏବଂ ତାଙ୍କ ସାନ ଭାଇଙ୍କୁ ଘରେ ପଶି ମଦ୍ୟପ ଅବସ୍ଥାରେ ଅଭିଯୁକ୍ତ ବସନ୍ତ କାତିରେ ଚୋଟ ପକାଇଥିଲେ, ଯାହା ଫଳରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆଜି ପୋଲିସ ହାତରେ ଗିରଫ ହୋଇଛନ୍ତି।

ତେବେ ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଶତ୍ରୁତା ନେଇ ହୋଇଥିବା ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।

Related posts