Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ଚନ୍ଦନଯାତ୍ରା ଅନୁଷ୍ଠିତ
ଆଜିର ଖବର

ରଣପୁରରେ ଚନ୍ଦନଯାତ୍ରା ଅନୁଷ୍ଠିତ

May 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡିଶାର ଦ୍ୱୀତିୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ। ପୁରୀରେ ଜଗନ୍ନାଥଙ୍କର ଯେଉଁ ନୀତି ସମାପନ ହୁଏ , ରଣପୁରରେ ଜଗନ୍ନାଥଙ୍କର ସେହି ନିତି ପାଳିତ ହୋଇଥାଏ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଜିଉ ଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ରାଜ-ରାଜୁଡା ଅମଳରୁ ସ୍ଥାନୀୟ ବଧି ପୋଖରୀରେ ଶ୍ରୀ ଜୀଉ ଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଛି। ପୁରାତନ ବଧି ପୋଖରୀକୁ ପୁରୀ ନରେନ୍ଦ୍ର ପୁଷ୍କରୀଣୀ ପରି ଆକର୍ଷଣୀୟ କରାଯାଇଛି।

ଚଳିତ ବର୍ଷ ଶ୍ରୀ ଜୀଉଙ୍କୁ ଚନ୍ଦନ ମଣ୍ଡପରେ ଶହ ଶହ ଦର୍ଶକ ପାଦରେ ଚାଲିକରି ଯାଇ ଦର୍ଶନ କରିଥିଲେ। ଚନ୍ଦନ ପୋଖରୀରେ ମଧ୍ୟ ହଜାର ହଜାର ଦର୍ଶକଙ୍କର ଭିଡ ଲାଗିରହିଥିଲା। ଚନ୍ଦନ ଯାତ୍ରା ଭଉଁରୀରେ ଜଗନ୍ନାଥଙ୍କ ଚଳତି ପ୍ରତିମା ମଦନ ମୋହନ, ଶ୍ରୀ କୃଷ୍ଣ, ମହାଲକ୍ଷ୍ମୀ, ସ୍ୱପ୍ନେଶ୍ୱର ଦେବ, ଚଣ୍ଡେଶ୍ୱର ଦେବ, ହରିହର ଶ୍ୱର ଦେବ, ପୁରୁଣାବସନ୍ତ ବାଲୁଙ୍କେଶ୍ୱରଦେବ ଓ ଦଣ୍ଡା ବାଲୁଙ୍କେଶ୍ୱର ଦେବ ଏହି ଚନ୍ଦନ ଯାତ୍ରାରେ ବଧି ପୁଷ୍କରୀଣିରେ କ୍ରୀଡା କରି ମନ୍ଦିର ଆସିଥିଲେ। ବିଳମ୍ବିତ ରାତିରେ ମଦନମହୋନଙ୍କ ସହ ପଚୁଂମହାଦେବ ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିରକୁ ଆସିଥିଲେ।

ଏଠାରେ ସୂଚନାଯୋଗ୍ୟ ଶ୍ରୀଜୀଉ ଙ୍କର ଚନ୍ଦନଯାତ୍ରା ପ୍ରତିବର୍ଷ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୁଏ। ଶ୍ରୀ ମନ୍ଦିର ସମ୍ମୁଖରେ ବିଧି ଅନୁଯାଇ ପୂଜାପାଠ ସମାପନ ପରେ ତିନି ରଥ ପାଇଁ ତିନୋଟି ଅଖ ଅନୁକୂଳ ହୁଏ। ଏହି ଯାତ୍ରା ୨୧ ଦିନଧରି ଚାଲିଥିଲା। ସୂଚନା ଯୋଗ୍ୟ ଏହି ଚନ୍ଦନ ପୋଖରୀ ପୁର୍ବତନ ବିଧାୟକ ରବିନାରାୟଣ ମହାପାତ୍ରଙ୍କ ସମୟରେ ପଙ୍କ ଉଦ୍ଧାର ହେବା ସହ ଚନ୍ଦନ ମଣ୍ଡପର ପୁନଃରଦ୍ଧାର କରାଯାଇ ଆକର୍ଷଣୀୟ କରାଯାଇଥିଲା। ପୁରୀ ଭଳି ଭକ୍ତମାନେ ଚନ୍ଦନ ପୋଖରୀକୁ ଯାଇ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ମନ୍ଦିର ସମେତ ପୋଖରୀ ଚାରିପାଖରେ ଆଲୋକୀକକରଣ କରିବା ପାଇଁ ଦାବି ହୋଇଥିଲା। ବର୍ତ୍ତମାନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ଓଡିଶା ଚନ୍ଦନ ଯାତ୍ରା ଜଗନ୍ନାଥ ରଣପୁର ଶ୍ରୀ ଜୀଉ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026
Latest News

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.